www.samajalive.in
Sunday, December 14, 2025
14.1 C
Bhubaneswar

ସର୍ବସମ୍ମୁଖରେ ହାତ ଉଠାଇଲେ ମୁଖ୍ୟମନ୍ତ୍ରୀ, ସ୍ଵେଚ୍ଛାକୃତ ଅବସର ପାଇଁ ଅତିରିକ୍ତ ଏସପିଙ୍କ ଆବେଦନ

ସମାଜ ଡିଜିଟାଲ ଡେସ୍କ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ବେଲଗାଭିରେ ଆୟୋଜିତ ଏକ ଜନସଭାରେ ସର୍ବସମ୍ମୁଖରେ ମଞ୍ଚ ଉପରେ ଅତିରିକ୍ତ ଏସପିଙ୍କୁ ଚାପୁଡ଼ା ମାରିବାକୁ ହାତ ଉଠାଇଥିଲେ। ଏହି ଘଟଣା ପରେ ସମ୍ପୃକ୍ତ ଅତିରିକ୍ତ ଏସପି ସ୍ଵେଚ୍ଛାକୃତ ଅବସର ନେବାକୁ ଆବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଏପରି ଅପମାନ ତାଙ୍କୁ ବହୁମାତ୍ରାରେ ହତୋତ୍ସାହିତ କରିଥିବାରୁ ସେ ଏଭଳି ପଦକ୍ଷେପ ନେବାକୁ ଉଚିତ ମଣିଲେ ବୋଲି ଅତିରିକ୍ତ ଏସପି ଏନ.ଭି. ବାରାମଣି କହିଛନ୍ତି।

ଗତ ଏପ୍ରିଲ ୨୮ ତାରିଖରେ କେନ୍ଦ୍ର ସରକାରଙ୍କ ଦରବୃଦ୍ଧି ନୀତି ବିରୋଧରେ କର୍ଣ୍ଣାଟକରେ କଂଗ୍ରେସ ପକ୍ଷରୁ ଏକ ରାଲି ଆୟୋଜିତ ହୋଇଥିଲା। ମଞ୍ଚ ଉପରେ ସମସ୍ତ କାର୍ଯ୍ୟ ବ୍ୟବସ୍ଥିତ କରିବା ଲାଗି ବାରାମଣିଙ୍କୁ ଦାୟିତ୍ଵ ଦିଆଯାଇଥିଲା। ସେ ତାଙ୍କ କର୍ତ୍ତବ୍ୟ ଠିକ ଭାବେ ତୁଲାଇଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ଭାଷଣ ଦେବା ସମୟରେ ବାରାମଣିଙ୍କୁ ଡାକିଥିଲେ। ବାରାମଣି ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଚାପୁଡ଼ା ମାରିବା ଉଦ୍ଦେଶ୍ୟରେ ତାଙ୍କୁ ହାତ ଉଠାଇଥିଲେ। ଯାହାକୁ ନେଇ ସେ ବହୁ ଲଜ୍ଜିତ ଅନୁଭବ କରିଥିଲେ ବୋଲି ବାରାମଣି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ତତ୍କାଳ ଜବାବ ଦେବାକୁ ସେ ଚିନ୍ତା କରିଥିଲେ। କିନ୍ତୁ ଜନସଭାରେ ମୁଖ୍ୟମନ୍ତ୍ରୀ ଅପ୍ରୀତିକର ପରିସ୍ଥିତର ସମ୍ମୁଖୀନ ନ ହେବା ଦୃଷ୍ଟିରୁ ସେ ନୀରବ ରହିଥିଲେ ବୋଲି କହିଛନ୍ତି।

- Advertisement -

ଅନ୍ୟପଟେ ବାରାମଣୀ ସ୍ଵେଚ୍ଛାକୃତ ଅବସର ନେବା ବିଷୟରେ ସାମ୍ନାକୁ ଆସିବା ପରେ ବିଜେପି ଶାସକ ଦଳକୁ ତୀବ୍ର ସମାଲୋଚନା କରିଛି। ମୁଖ୍ୟମନ୍ତ୍ରୀ ଅତିରିକ୍ତ ଏସପିଙ୍କୁ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories