www.samajalive.in
Wednesday, December 10, 2025
16.1 C
Bhubaneswar

ରେଳଧାରଣା ଉପରକୁ ଧସିଲା ମାଟି, ୨ ଟ୍ରେନ୍‌ ବାତିଲ

ସମାଜ ଡିଜିଟାଲ ଡେସ୍କ: ଲଗାତର ପ୍ରବଳ ବର୍ଷା ଯୋଗୁଁଁ ମାଟି ଅତଡ଼ା ଧସି ୱାଲଟିୟର ଡିଭିଜନର କୋରାପୁଟ-କିରାଣ୍ଡୁଲ ଲାଇନରେ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଛି। କୋରାପୁଟ ଜିଲାର ମାଲିଗୁଡ଼ା-ଜରଟି ଷ୍ଟେସନ ମଝିରେ ରେଳଟ୍ରାକ୍ ଉପରକୁ ମାଟି ଅତଡ଼ା ଧସିଯାଇଛି। ଟ୍ରେନ ଆସିବାର କିଛି ସମୟ ପୂର୍ବରୁ ପାହାଡ଼ ଧସି ରେଳଲାଇନ୍‌ ଅବରୋଧ ହୋଇଛି। ଫଳରେ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି।

ରେଳବାଇ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଏହି କାରଣରୁ ୨ଟି ଟ୍ରେନ୍‌ ବାତିଲ କରାଯାଇଛି। ଟ୍ରେନ୍‌ ନମ୍ବର ୧୮୪୪୮ ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସ୍‌ ଟ୍ରେନ୍‌ ଆଜି ପାଇଁ ଜଗଦଲପୁରରୁ ବାତିଲ କରାଯାଇଛି। ସେହିପରି ଟ୍ରେନ୍‌ ନମ୍ବର ୧୮୫୧୬ କିରଣ୍ଡୁଲ-ବିଶାଖାପାଟଣା ରାତ୍ରୀକାଳୀନ ଏକ୍ସପ୍ରେସ୍‌ ବୁଧବାର ପାଇଁ କିରଣ୍ଡୁଲରୁ ବାତିଲ କରାଯାଇଛି। ମାଟି ସଫା କରିବାକୁ ତ୍ଵରିତ ପଦକ୍ଷେପ ଗ୍ରହଣ କରାଯାଇଛି। ଯଥା ଶୀଘ୍ର ରେଳଲାଇନ୍‌ରେ ଟ୍ରେନ୍‌ ଚଳାଳଚ ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିବା ପାଇଁ ଉଦ୍ୟମ କରାଯାଉଥିବା ରେଳବାଇ ପକ୍ଷରୁ କୁହାଯାଇଛି।

Hot this week

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

Related Articles

Popular Categories