ନୂଆଦିଲ୍ଲୀ : ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଏଭଳି ଭିିଡିଓ ଭାଇରାଲ୍ ହୋଇଥାଏ, ଯାହା ଅନେକ ଘଟଣାକୁ ସାମ୍ନାକୁ ଆଣିବା ସହ ହଇଚଇ ସୃଷ୍ଟି କରିଥାଏ । ରେସ୍ତୋରାଁ ଠାରୁ ଆରମ୍ଭ କରି ମନ୍ଦିର ବିଭିନ୍ନ ସ୍ଥାନରେ ଖାଦ୍ୟ ସହ ଜଡିତ ଅନେକ ଭିଡିଓ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ଏଭଳି ମଧ୍ୟ ରେସ୍ତୋରାଁ ଓ ହୋଟେଲର ଖାଦ୍ୟରୁ ପୋକ, ଅସରପା ଆଦି ବାହାରିବା ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି । ନିକଟରେ ଏଭଳି ହିଁ ଏକ ଭିଡିଓ ଭାଇରାଲ୍ ହୋଇଛି । ଭିଡିଓରେ ଏକ ମନ୍ଦିରର ଭୋଗ ଲଡୁରୁ ଅସରପା ବାହାରୁଥିବା ଦେଖାଯାଉଛି । ଭାଇରାଲ୍ ଭିଡିଓରେ ଦାବି କରାଯାଇଛି, ଏହି ଲଡୁ ଆନ୍ଧ୍ରପ୍ରଦେଶ ଶ୍ରୀଶୈଳମ୍ ଦେବସ୍ଥାନମ ମନ୍ଦିରରେ ମିଳୁଥିବା ଲଡୁ ଭୋଗ । ଏହାପରେ ମନ୍ଦିର ଭୋଗକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଲଡୁ ଭିତରେ ଏକ ମଲା ଅସରପା ଦେଖାଯାଉଛି । ଜଣେ ଶ୍ରଦ୍ଧାଳୁ ଏହାକୁ ପୋଷ୍ଟ କରିବା ସହ ଏନେଇ ମନ୍ଦିର କାର୍ଯ୍ୟକାରୀ ଅଧିକାରୀଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି ।
శ్రీశైలం లడ్డు ప్రసాదంలో బొద్దింక కలకలం
ప్రసాదాల కౌంటర్ వద్ద భక్తుల ఆందోళన
ఇదేంటని ప్రశ్నించిన భక్తుడి నుంచి లడ్డు లాక్కున్న అధికారులు
ప్రసాదంలో బొద్దింక వ్యవహారంపై స్పందించిన ఆలయ ఈవో శ్రీనివాసరావు
ఈ ఘటన నిజంగా జరిగిందా లేదా ఎవరైనా కావాలనే దుష్ప్రచారం చేస్తున్నారనే దానిపై… pic.twitter.com/w5Ku6bwwbw
— Telugu Scribe (@TeluguScribe) June 29, 2025
ଜଣେ ଶ୍ରଦ୍ଧାଳୁ ଏହି ଅଭିଯୋଗ କରି କହିଛନ୍ତି, ସେ ୨୯ ଜୁନ୍ରେ ଶ୍ରୀଶୈଳମ୍ ଦେବସ୍ଥାନମ ମନ୍ଦିର ଯାଇଥିଲେ । ଯେଉଁଠାରେ ଦର୍ଶନ ପରେ ତାଙ୍କୁ ଲଡୁ ଭୋଗ ମିଳିଥିଲା । ଭୋଗ ଖାଇବା ସମୟରେ ସେଥିରୁ ଏକ ମଲା ଅସରପା ବାହାରିଥିଲା । ଏହାପରେ ସେ ମନ୍ଦିର କାର୍ଯ୍ୟକାରୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ସହ ଧ୍ୟାନ ଦେବା ପାଇଁ କହିଥିଲେ। ମନ୍ଦିରର ଅଧିକାରୀ କହିଛନ୍ତି, ଭୋଗ ତିଆରି ସମୟରେ ସ୍ୱଚ୍ଛତା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଏ । ଭୋଗକୁ ନେଇ ଚିନ୍ତିତ ନହେବା ମଧ୍ୟ କହିଛନ୍ତି।
ଦେଖନ୍ତୁ ଦୁର୍ଘଟଣାର ଛାତିଥରା ଭିଡିଓ ; ଲୋକଙ୍କ ଉପରେ ମାଡିଗଲା ଦ୍ରୁତଗତି କାର୍, ଜଣେ ମୃତ, ଅନେକ ଗୁରୁତର
କୋଭିଡ୍ ଟିକା ନୁହେଁ ତ ହୃଦଘାତ,ଆକସ୍ମିକ ମୃତ୍ୟୁର କାରଣ; ଜାଣନ୍ତୁ କ’ଣ କହିଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ



