www.samajalive.in
Friday, December 5, 2025
27.1 C
Bhubaneswar

୮ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜିଠୁ ୮ ଦିନିଆ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଘାନାରୁ ଆରମ୍ଭ ହେବାକୁ ଥିବାବେଳେ ସେ ୫ଟି ଦେଶ ଗସ୍ତ କରିବେ। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ  ପ୍ରଥମ ଥାନା ଗସ୍ତ ଏବଂ ୩୦ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଘାନା ଗସ୍ତ କରୁଛନ୍ତି। ସେଠାରେ ସେ ଘାନାର ରାଷ୍ଟ୍ରପତିଙ୍କୁ ଭେଟି ଶକ୍ତି, ଅର୍ଥନୈତିକ , ପ୍ରତିରକ୍ଷା ଏବଂ ବିକାଶ ସହଯୋଗ ପ୍ରସଙ୍ଗରେ ଆଲୋଚନା କରିବେ। ପରେ ୩-୪ ତାରିଖରେ ତ୍ରିନିଦାଦ ଏବଂ ଟୋବାଗୋ ଗସ୍ତ କରିବେ ପିଏମ୍ ମୋଦୀ। ରାଷ୍ଟ୍ରପତି କ୍ରିଷ୍ଟିନ୍ ବାର୍ଲା କାଙ୍ଗାଲୁ ଏବଂ ପ୍ରଧାନମନ୍ତ୍ରୀ କମଲା ପ୍ରସାଦ ବିସେସାରଙ୍କୁ ଭେଟିବେ। ଏବଂ ସହସଦର ଏକ ମିଳିତ ଅଧିବେଶନକୁ ସମ୍ବୋଧନ କରିପାରନ୍ତି। ସେହିପରି ଜୁଲାଇ ୪ ଏବଂ ୫ ତାରିଖରେ ଆର୍ଜେଣ୍ଟିନା ଗସ୍ତ କରି ରାଷ୍ଟ୍ରପତି ଜାଭିୟର ମାଇଲିଙ୍କ ସହ ଦ୍ଵିପାକ୍ଷିକ ଆଲୋଚନା କରିବେ। ୫ ତାରିଖରେ ୧୭ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ପିଏମ୍। ଏହା ମୋଦୀଙ୍କର ଚତୁର୍ଥ ବ୍ରାଜିଲ୍ ଗସ୍ତ ହେବ। ଶେଷରେ ଜୁଲାଇ ୯ ତାରିଖରେ ନାମିବ୍ୟା ଗସ୍ତରେ ଯିବେ ପିଏମ ମୋଦୀ। ଏହି ସମୟରେ ସେ ଦେଶର ରାଷ୍ଟ୍ରପତି ନେତୁମ୍ବୋ ନଦୀ ନଦାଇଟ୍ବ ଙ୍କୁ ଭେଟିବେ। ଏବଂ ନାମିବ୍ୟାର ପ୍ରଥମ ରାଷ୍ଟ୍ରପତି ଡକ୍ଟର ସାମ ନୁଜୋମାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବେ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories