www.samajalive.in
Thursday, December 11, 2025
18.1 C
Bhubaneswar

ବେଲପଶିରେ ବନମହୋତ୍ସବ, ଚାରା ରୋପଣ କଲେ ବିଧାୟକ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ବୁଢି କାପୁଡ଼ି ପଞ୍ଚାୟତ ବେଲପଶି ଗ୍ରାମରେ ଆଜି ବନ ବିଭାଗ ପକ୍ଷରୁ ୭୬ ତମ ବନମହୋତ୍ସବ ପାଳନ କରାଯାଇଛି। ଜଙ୍ଗଲ ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆୟୋଜିତ ଏହି ବନମହୋତ୍ସବରେ ମା ପାଇଁ ଗଛଟିଏ ବାର୍ତ୍ତା ଦିଆଯାଇଥିଲା। ପାଟଣା ବନାଞ୍ଚଳ ଅଧିକାରୀ ବନ ବିହାରୀ ସର୍ଦ୍ଦାରଙ୍କ ସଭାପତିତ୍ବରେ ଓ ଖିରେଇଟାଙ୍ଗିରି ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବନମହୋତ୍ସବରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗଦେଇ ପରିବେଶ ସୁରକ୍ଷା ଉପରେ ନିଜର ମତ ରଖିବା ସହ ଉପସ୍ଥିତ ଗ୍ରାମବାସୀଙ୍କୁ ବିଭିନ୍ନ କିସମର ୬ ସହ ଚାରା ବିତରଣ କରିଥିଲେ। ସମ୍ମାନିତ ଅତିଥି ଭାବେ ସହକାରୀ ବନ ସଂରକ୍ଷକ ସୁଦୀପ୍ତ ପଣ୍ଡା ,ନାଏବ ସରପଞ୍ଚ ଝାଡେଶ୍ୱର ମହାନ୍ତ ,ସାମାଜିକ କର୍ମୀ ବ୍ରଜ ସାହୁ ପ୍ରମୁଖ ସାମିଲ ଥିବାବେଳେ ବନରକ୍ଷୀ ଡଲିରାଣୀ ସାହୁଙ୍କ ଦ୍ଵାରା ଅନ୍ୟ ଅତିଥି ମାନେ ବିଧାୟକ ଶ୍ରୀ ନାଏକଙ୍କ ଦ୍ଵାରା ଚାରା ରୋପଣ ପର୍ବରେ ସାମିଲ ଥିଲେ।

Hot this week

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

Related Articles

Popular Categories