www.samajalive.in
Monday, December 8, 2025
27.1 C
Bhubaneswar

ବିଭିନ୍ନ ଟସର ସୋସାଇଟିର ଦୁର୍ନୀତି, କାର୍ଯ୍ୟାନୁଷ୍ଠାନ ଦାବି

ପାଟଣା : କେନ୍ଦୁଝର ଜିଲ୍ଲାରେ ଥିବା ଟସର ସୋସାଇଟି ଏବଂ ସିଲ୍କ ପାର୍କର ଦୁର୍ନୀତି ବିରୋଧରେ ପୃଥକ ପୃଥକ ଭାବେ ପବିତ୍ର ମୋହନ ସିଂହ ଢେଙ୍କିକୋଟ ଟସର ସେବା ସମବାୟ ସମିତିର ବୋର୍ଡ ଡାଇରେକ୍ଟର ଏବଂ ଘଷିପୁରା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଜଗବନ୍ଧୁ ମହାନ୍ତ ମିଶି ବିଭିନ୍ନ ଦୁର୍ନୀତିକୁ ନେଇ ହସ୍ତତନ୍ତ ଏବଂ ବୟନ ଶିଳ୍ପ ନିର୍ଦ୍ଦେଶକ ଓଡିଶାଙ୍କୁ ଗତ ୨୬/୦୭/୨୦୨୧ ରେ ଅଭିଯୋଗ କରିଥିଲେ । ଓଡିଶା ହସ୍ତତନ୍ତ ଏବଂ ବୟନ ଶିଳ୍ପ ବିଭାଗର ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ଦାଶ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଏବଂ ସେ ନିଜେ ମଧ୍ୟ ଆସି ତଦନ୍ତ କରିଥିଲେ ଏବଂ ତାପରେ ସେ ସ୍ଵତନ୍ତ୍ର ଅଡିଟ ମଧ୍ୟ କରାଇଥିଲେ ଚିଠି ନଂ:-୭୨୫୨ ତା୨୮/୦୯/୨୦୨୧ ରୁ ଦୁର୍ନୀତି ହୋଇଥିବାର ଜାଣିବାକୁ ପାଇଥିଲେ। ଯାହାକି ପ୍ରଦ୍ୟୁମ୍ନ କୁମାର ମହାପାତ୍ର(ଟେକ୍ନିକାଲ ଇନିସପେକ୍ଟର, ନିମାଇଁ ଚରଣ ବେହେରା(ଏପରି ମିସ୍ତ୍ରୀ) ରିଟାୟାର୍ଡ, ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ହସ୍ତତନ୍ତ ଏବଂ ବୟନ ଶିଳ୍ପ ଅତିରିକ୍ତ ନିର୍ଦ୍ଦେଶକ ଓଡିଶା, ଲକ୍ଷ୍ମଣ ମୁଣ୍ଡା (ରିଟାୟାର୍ଡ ଏଡିଏସ), ବ୍ରହ୍ମାନନ୍ଦ ଦାସ (ସହକାରୀ ରେଶମ ଶିଳ୍ପ ନିର୍ଦ୍ଦେଶକ ରିସର୍ଚ୍ଚ ଅଫିସ ବାରିପଦା) ଏମାନଙ୍କ ବିରୋଧରେ ରହିଥିବା ନିର୍ଦ୍ଦେଶକଙ୍କ ପାଖରେ ଗୁରୁତର ଅଭିଯୋଗ ହୋଇଥିଲା। ଏମାନେ ସମସ୍ତେ ମିଶି ଗୋଟାଏ ଦୁର୍ନୀତିର ପାହାଡକୁ ତିଆରି କରି ବେଶ ରାଜ କରୁଥିଲେ। ଚାଷୀ ମାନଙ୍କ ପାଇଁ ଆସିଥିବା ଜୋତା,ଛତା, ଟର୍ଚ୍ଚ ଲାଇଟ୍, କଇଁଚି କିଛି ଲୋକଙ୍କୁ ବାଣ୍ଟି ଆତ୍ମସାତ କରିବା, ଏହିପରି ଲକ୍ଷ୍ମଣ ମୁଣ୍ଡା ଅବସର ନେଲା ପରେ ମଧ୍ୟ ପିଛଲା ତାରିଖ ରେ ୟୁସି ଦେଇ ପ୍ରଦ୍ୟୁମ୍ନ କୁମାର ମହାପାତ୍ର, ବ୍ରହ୍ମାନନ୍ଦ ଦାସ କାର୍ଯ୍ୟ ନକରି ଭାଗବଣ୍ଟା କରି ଟଙ୍କା ଆତ୍ମସାତ କରିଦେଇଥିବା ଭଳି ସଙ୍ଗୀନ ଅଭିଯୋଗ ରହିଥିବା ବେଳେ ସାର ଖତର ଜିଏସଟି, ବିଲ୍, ତର୍ଜମା କରିବା ୨୫ ବର୍ଷ ଭିତରେ ଗୋଦାମ ଘର, ନଳକୂପ,ଡ୍ରାଇଙ୍ଗ ୱାର୍ଡ,ଟସର ଫେସିଲିଟି ସେଣ୍ଟରର ଅଭିଯୋଗ ହୋଇଥିବାର ପରିଲିକ୍ଷିତ ହୋଇଛି ।

ଏନେଇ ଅଭିଯୋଗକାରୀ ଜଗବନ୍ଧୁ ମହାନ୍ତଙ୍କୁ ପଚାରିବାରୁ ସେ କହିଲେକି ବର୍ତ୍ତମାନ କେନ୍ଦୁଝରର ରେଶମ ଶିଳ୍ପ ସାରା ଭାରତ ବର୍ଷରେ ପ୍ରସିଦ୍ଧି ଲାଭ କରିଥିବାବେଳେ ତାହା ଏବେ ବୁଡିବାକୁ ବସିଲାଣି ଏହାର କାରଣ ହେଲା ଏଡିଏସ ମାନଙ୍କର ହୀନ ମାନସିକତା ସ୍ୱାର୍ଥ ପାଇଁ ସବୁକିଛି ଟସର ଚାଷୀଙ୍କ କଥା ପଚାରୁଛି କିଏ । କାମ ନକରି କର୍ମଚାରୀ ମାନେ ବସି ବସି ମାସ ପୁରିଲେ ଦରମା ପାଉଛନ୍ତି। ଏମାନଙ୍କ ବିରୋଧରେ ମଧ୍ୟ ତଦନ୍ତ ହେବା ଆବଶ୍ୟକ । ଅନ୍ୟପଟରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନା,ଡିଏମଏଫ,ଓମବାଡସିରେ ହେଉଥିବା ବୃକ୍ଷ ରୋପଣରେ କୋଟି କୋଟି ଟଙ୍କା ଖାଇ ଆତ୍ମସାତ କରିଦେଉଛନ୍ତି । ସରକାରୀ ଅଧିକାରୀମାନେ ନିଜେ ଲାଭବାନ ହେଉଥିବାବେଳେ ଟସର ଚାଷୀ ମାନେ ନାହିଁ ନଥିବା ହଇରାଣ ହେଉଥିବା ବେଳେ ଟସର ସୋସାଇଟି ଗୁଡିକୁ ବୁଡାଇ ଦେଉଛନ୍ତି । ଆମେ ଏନେଇ ବିଭିନ୍ନ ସମସ୍ୟାକୁ ନେଇ ହସ୍ତତନ୍ତ ଏବଂ ବୟନ ଶିଳ୍ପ ନିର୍ଦ୍ଦେଶକଙ୍କ ପାଖରେ ଅଭିଯୋଗ କରିଥିଲୁ କିନ୍ତୁ ପୂର୍ବତନ ହସ୍ତତନ୍ତ ଏବଂ ବୟନ ଶିଳ୍ପ ନିର୍ଦ୍ଦେଶକ ଓଡିଶା ଅନ୍ୟତ୍ର ବଦଳି ହେବା ପରେ ତଦନ୍ତ ଅଟକି ଫାଇଲ ତଳେ ଚାପି ହୋଇଯାଇଛି। ଆହୁରି ମଧ୍ୟ ଶ୍ରୀ ମହାନ୍ତ କହିଛନ୍ତି କି ଡାଇରେକ୍ଟର ବଦଳି ହେବା ପରେ ତଦନ୍ତ ସରିଥିଲେ ମଧ୍ୟ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯାଇ ଉପରିସ୍ଥ ନିର୍ଦ୍ଦେଶକ, ସଚିବ ମାନେ ଚୁପ୍ ଚାପ୍ ହୋଇ ବସି ରହିଲେ ଏହାକୁ ନେଇ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ଭେଟି କିଭଳି ଟସର ସୋସାଇଟି ଗୁଡିକର ଉନ୍ନତି ହୋଇପାରିବ ସେ ବିଷୟରେ ଅବଗତ କରାଯିବ ଏବଂ ବର୍ତମାନର ଏଡିଏସକୁ ଏଠାରୁ ହଟାଇ ଜଣେ ଅଭିଜ୍ଞ ଏଡିଏସଙ୍କୁ ଯଥାଶୀଘ୍ର ନିଯୁକ୍ତି ଦେଇ କାମ ଆଗେଇ ନେବାକୁ ଦାବି କରିଛନ୍ତି। ଏବଂ ଏହି ସବୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories