ଫୁଲବାଣୀ: ଭୂବନେଶ୍ୱର ମହାନଗର ନିଗମର ଅଧିକାରୀଙ୍କୁ ଆକ୍ରମଣ ପ୍ରତିବାଦରେ ରାଜ୍ୟ ଓଏଏସ ସଙ୍ଘ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି। ଏହି ଆନ୍ଦୋଳନରେ ସାମିଲ ହୋଇଛି କନ୍ଧମାଳ ଜିଲ୍ଲା ଓଏଏସ ସଙ୍ଘ। ସଙ୍ଘ ନିଷ୍ପତ୍ତି ଅନୁଯାୟୀ ଜିଲ୍ଲାର ସମସ୍ତ ଓଏଏସ ଅଧିକାରୀ ଗତକାଲି କଳାବ୍ୟାଜ ପରିଧାନ କରିଥିଲେ।
ଜିଲ୍ଲା ଓଏଏସ ସଙ୍ଘର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଅଧିକାରୀ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇ ଏଭଳି ଘଟଣାର ଦୃଢ ନିନ୍ଦା କରାଯାଇଥିଲା। ପରେ ବିଭିନ୍ନ ଦଫା ସମ୍ବଳିତ ଏକ ଦାବୀପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ, ଜିଲ୍ଲା ଉପସଭାପତି ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ସମ୍ପାଦକ ତଥା ଫୁଲବାଣୀ ଉପଜିଲ୍ଲାପାଳ ଭିକାରୀ ସାହୁଙ୍କ ସମେତ ସମସ୍ତ ବିଡ଼ିଓ, ତହସିଲଦାର ଓ ଅନ୍ୟ ଅଧିକାରୀ ମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।



