www.samajalive.in
Saturday, December 6, 2025
16.1 C
Bhubaneswar

ଭବାନୀପାଟଣାରେ ଯୋଗୀ; କହିଲେ ଓଡ଼ିଶାରେ ଡବଲ ଇଞ୍ଜିନ ଲାଗିଲେ ଉତ୍ତରପ୍ରଦେଶ ଭଳି ବିକାଶ ହେବ

ଭବାନୀପାଟଣା: କେନ୍ଦ୍ରରେ ବିଜେପି ସରକାର ଅଛି। ଉତ୍ତରପ୍ରଦେଶରେ ବିଜେପି ସରକାର ରହିଛି। ତେଣୁ ଉତ୍ତରପ୍ରଦେଶ ଦ୍ରୁତ ବିକାଶ ପଥ​‌ରେ ଆଗେଇ ଚାଲିଛି। ସେହିଭଳି ଓଡ଼ିଶାରେ ବିଜେପି ସରକାର ଗଢ଼ିଲେ ଏଠାରେ ଡବଲ ଇଞ୍ଜିନ ଲାଗିବ। ଓଡ଼ିଶା ମଧ୍ୟ ବିକାଶ ପଥରେ ଆଗେଇ ଚାଲିବ। ଭବାନୀପାଟଣାରେ ଆୟୋଜିତ ବୁଥ୍ ସ୍ତରୀୟ ସମ୍ମିଳନୀରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କର୍ମୀମାନଙ୍କୁ ଉଦବୋଧନ ଦେଇ ଏହା କହିଛନ୍ତି। ଆଗାମୀ ନିର୍ବାଚନରେ ବିଜେପିକୁ ଭୋଟ ଦେବାକୁ ସେ ଆହ୍ବାନ କରିବା ସହ ଏ ଦିଗରେ ମନପ୍ରାଣ ଦେଇ କାର୍ଯ୍ୟ କରିବାକୁ ଆହ୍ବାନ କରିଛନ୍ତି।

ଏହି ଅବସରରେ ଯୋଗୀ ଓଡ଼ିଶା ସରକାର ଏବଂ ତାଙ୍କ ଯୋଜନାଗୁଡ଼ିକୁ କଡ଼ା ସମାଲୋଚନା କରିଥିଲେ। କାଳିଆ ଯୋଜନାକୁ ସେ ସମାଲୋଚନା କରି ପ୍ରଥମରୁ ଯୋଜନାରେ ଭ୍ରଷ୍ଟାଚାର ଦେଖାଦେଲାଣି ବୋଲି କହିଥିଲେ। ନବୀନଙ୍କୁ ଟାର୍ଗେଟ କରି ସେ କହିଥଲେ ଯେ, ୧୯ ବର୍ଷରେ ନବୀନ ସରକାର ରାଜ୍ୟରେ ୧୭ ଲକ୍ଷ ଘର କରିଛନ୍ତି। କିନ୍ତୁ ମାତ୍ର ୨ବର୍ଷରେ ୟୁପି ସରକାର ୨୦ ଲକ୍ଷ ଗରିବଙ୍କୁ ଘର ଦେଇଛନ୍ତି। ନବୀନ ସରକାର ୧ ଟଙ୍କାରେ ଚାଉଳ ଦେଉଥିବା କହୁଛନ୍ତି। ମାତ୍ର ଏଥି ପାଇ କେନ୍ଦ୍ର ୨୯ ଏବଂ ରାଜ୍ୟ ମାତ୍ର ୧ ଟଙ୍କା ଦେଉଛି। ତେବେ କେନ୍ଦ୍ର ସରକାରଙ୍କ ଯୋଜନା ସମ୍ପର୍କରେ ସେ କହିଥିଲେ, ପିଏମ କିଶାନ ନିଧି ଯୋଜନା ଚାଷୀମାନଙ୍କୁ ବିଶେଷ ସହାୟତା ଦେବ। ସରକାର କିଭଳି ଚାଲେ, ଗତ ସାଢ଼େ ୪ବର୍ଷରେ ଦେଖାଯାଇଛି। ଗାଁ, ଗରିବ, କୃଷକ, ଶ୍ରମିକଙ୍କ ପାଇଁ ମୋଦୀ କାମ କରିଚାଲିଛନ୍ତି।

- Advertisement -

କର୍ମୀ ଏବଂ ଜନସାଧାରଣଙ୍କୁ ଉଦବୋଧନ ଦେଇ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରଦର୍ଶନ ଦୋହରାଇବାକୁ ଆହ୍ବାନ କରିଥିଲେ।୨୦୧୯ରେ ଉଭୟ ଦିଲ୍ଲୀ ଏବଂ ଓଡ଼ିଶାରେ ବିଜେପିକୁ ଆଣିବାକୁ କହିଥିଲେ। ମୋଦୀ ସରକାର କେବଳ ଆତଙ୍କବାଦୀଙ୍କୁ ଜବାବ ଦେଇପାରିବ। ଆତଙ୍କବାଦର ଲଢ଼େଇ ପୂରା ଦେଶର ଲଢ଼େଇ। ଏହି ଲଢ଼େଇରେ ମୋଦୀଙ୍କ ସହ ଏକଜୁଟ ହେବାକୁ ସେ ଆହ୍ବାନ ଦେଇଥିଲେ।

ଏହି ସମାବେଶରେ କୋରାପୁଟ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ବଲାଙ୍ଗୀର ସଂସଦୀୟ କ୍ଷେତ୍ରରୁ ପ୍ରାୟ ୩୫ ହଜାର କର୍ମୀ ଯୋଗଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ଏଥିରେ ଉପସ୍ଥିତ ଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories