www.samajalive.in
Friday, December 5, 2025
27.1 C
Bhubaneswar

ରଣପୁର ଘୋଷଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ

ରଣପୁରଗଡ: ଓଡ଼ିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଦାବି କରାଯାଉଥିବା ନୟାଗଡ଼ ଜିଲ୍ଲା ରଣପୁରରେ ରାଜ ରାଜୁଡା ଅମଳରୁ ଘୋଷଯାତ୍ରା ଅନୁଷ୍ଠିତ ହୋଇ ଆସୁଛି। ଚଳିତବର୍ଷ ଘୋଷଯାତ୍ରାର ଆଦ୍ୟ ଶ୍ରୀଗୁଣ୍ଡିଚା ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା। ସକାଳୁ ଅବକାଶ/ ବଲ୍ଲଭ ପରେ ରାଜ ପୁରୋହିତ ପଣ୍ଡିତ ବଳଭଦ୍ର ଷଡ଼ଙ୍ଗୀଙ୍କ ପୈାରହିତ୍ୟରେ କର୍ତ୍ତା ଅବସରପ୍ରାପ୍ତ ଖାଉଟି ଅଦାଲତ ବିଚାରପତି ନାରାୟଣ ମହାପାତ୍ର ନନ୍ଦିଘୋଷ, ତାଳଧ୍ଵଜ ଓ ଦେବଦଳନ ରଥକୁ ପ୍ରତିଷ୍ଠା କରିଥିଲେ। ସକାଳ ଧୂପ ,ଭଅଣ୍ଡ ଓ ମଙ୍ଗଳାର୍ପଣ କରାଯାଇଥିଲା। ତିନି ଠାକୁରଙ୍କୁ ଧାଡ଼ି ପହଣ୍ଡିରେ ଆଣି ରଥାରୂଢ଼ କରାଯାଇଥିଲା। ପୂର୍ବରୁ ନିମନ୍ତ୍ରିତ ହୋଇଥିବା ରଣପୁର ରାଜା ଦିଲ୍ଲୀପ ଚନ୍ଦ୍ର ସିଂ ଦେଓ ଛତିଶା ନିଯୋଗରେ ତିନି ରଥ ଛେରାପହଁରା କରିଥିଲେ। ବାଚସ୍ପତି ସୁରମା ପାଢୀ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ରଣପୁର ବ୍ଲକ୍ ଅଧକ୍ଷା ନିର୍ମଳା ବେହେରା, ଭାଜପା ଜିଲ୍ଲା ସଭାପତି ତାପସ ରଂଜନ ମାର୍ଥା, ପରେଶ ମିଶ୍ର,ନିର୍ମଳ ମତ୍ତଗଜ ସିଂ, ଜୟନ୍ତ ନାୟକ, ଗଣେଶ୍ୱର ମାନ୍ଧାତା ଆଦି ବହୁ ବ୍ୟକ୍ତି ଯୋଗଦେଇ ଘୋଷଯାତ୍ରା ଶୃଙ୍ଖଳା ରେ ସହଯୋଗ କରିଥିଲେ। ଦେବୋତ୍ତର ଅଧିକାରୀ ତଥା ସ୍ଥାନୀୟ ତହସିଲଦାର ଡ଼ଃ ଆର୍ଯ୍ୟ କୁମାର ସର୍ଭଦମନ, ଅତିରିକ୍ତ ତହସିଲଦାର କୃଷ୍ଣଚନ୍ଦ୍ର,ଅନ୍ୟତମ ଅତିରିକ୍ତ ତହସିଲଦାର ବିଜୟ କୁମାର ବାରିକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ବମ୍ବର ମହାପାତ୍ର ଶୃଙ୍ଖଳିତ ଘୋଷଯାତ୍ରା ପାଇଁ ସହଯୋଗ କରିଥିଲେ।

ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡରେ ଅଗ୍ନୀଶମ ବାହିନୀ ତରଫରୁ ଜଳ ସିଞ୍ଚନ କରାଯାଇଥିଲା। ଶ୍ରଦ୍ଧାଳୁମାନେ ତାଳଧ୍ଵଜ ରଥକୁ ରଥଖଳାରୁ ଗୁଣ୍ଡିଚା ମନ୍ଦିର ଖଳାକୁ ଟାଣି ନେଇଥିଲେ। ସନ୍ଧ୍ୟା ହେବାରୁ ରଥଟଣା ବନ୍ଦ ହୋଇଯାଇଥିଲା। ନନ୍ଦିଘୋଷ ଓ ଦେବଦଳନ ରଥ ରଥଖଳାରେ ଅଟକି ରହିଥିବା ଜଣାପଡିଛି। ସେବାୟତମାନେ ନିତି କାନ୍ତିର ସହ କାର୍ଯ୍ୟ ସମ୍ପାଦନ କରିଥିଲେ। ମନ୍ଦିର ପରିଚାଳକ ରମେଶ ଚନ୍ଦ୍ର ପ୍ରଧାନ ଅସୁସ୍ଥ ଥିଲେ ମଧ୍ୟ ଘୋଷଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ। ପୋଲିସ୍ ବାହିନୀ ଶୃଙ୍ଖଳା ରକ୍ଷା କରିଥିଲେ। ଭକ୍ତମାନେ ଠାକୁର ଦର୍ଶନ, ଚଟପଟି ଖାଦ୍ୟର ମଜ୍ଜା ସହ ଯାତ୍ରାରୁ ଘରକରଣା ଜିନିଷ କ୍ରୟ କରିଥିଲେ। ସେହିଭଳି ଭାବରେ ରାଜ ସୁନାଖଳାରେ ମଧ୍ୟ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories