www.samajalive.in
Monday, December 8, 2025
13.1 C
Bhubaneswar

ରଥ ଉପରେ ଛେରାପହଁରା କଲେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା

ପୁରୀ : ଆଜି ପବିତ୍ର ରଥଯାତ୍ରା। ରଥାରୂଢ ହୋଇସାରିଛନ୍ତି ୩ ଠାକୁର। ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଭାବଭକ୍ତି, ଘଣ୍ଟନାଦରେ ପୁରି ଉଠିଛି ବଡଦାଣ୍ଡ,ଲୋକରଣ୍ୟ ଶ୍ରୀକ୍ଷେତ୍ର। ଭକ୍ତ ଓ ଭଗବାନ ଏକାଠି ହୋଇଛନ୍ତି। ୩ ଠାକୁର ରଥରେ ବିଜେ ପରେ ସୁରୁଖୁରୁରେ ଚାଲିଛି ସମସ୍ତ ନୀତିକାନ୍ତି। ରଥ ଉପରେ ଛେରା ପହଁରା କରିଛନ୍ତି ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟ ସିଂହ ଦେବ। ରଥଯାତ୍ରାର ଅନନ୍ୟ ପରମ୍ପରା ହେଉଛି ଛେରା ପହଁରା ନୀତି । ସୁନା ଖଡିକାରେ ଛେରା ପହଁରା କରିଛନ୍ତି ଗଜପତି ମହାରାଜା। ପାରମ୍ପରିକ ରୀତିରେ ଗଜପତି କରନ୍ତି ଏହି ଛେରାପହଁରା ନୀତି । ପ୍ରଥମେ ତାଳଧ୍ୱଜ ଏହାପରେ ନନ୍ଦିଘୋଷ ରଥରେ ହୁଏ ଛେରାପହଁରା। ଶେଷରେ ଦେବଦଳନ ରଥରେ ଛେରାପହଁରା କରାଯାଏ। ଏହି ଛେରାପହଁରା ନୀତି ସୂଚେଇ ଦିଏ ସମସ୍ତେ ସମାନ । ପାର୍ଥିବ ସତ୍ତାର ପରମ ଓ ଶ୍ରେୟ ଧର୍ମ ହେଉଛି ସେବା। ଛେରା ଓ ପହଁରା ଶବ୍ଦରେ ଛେରାପହଁରା ସୃଷ୍ଟି। ଖ୍ରୀଷ୍ଟିୟ ପଞ୍ଚଦଶ ଶତାବ୍ଦୀରେ ଆରମ୍ଭ ହୋଇଥିଲା ଛେରାପହଁରା । କପିଳେନ୍ଦ୍ର ଦେବଙ୍କ ସମୟରେ ଛେରାପହଁରା ଆରମ୍ଭ ହୋଇଥିଲା।

ଆଉ ମାତ୍ର ୨ ଦିନ ପରେ ବଦଳିବ ସବୁକିଛି.. ଶୁକ୍ର କରିବେ ଚଳନ ; ସମସ୍ତ ରାଶିରେ ପଡିବ କି ପ୍ରଭାବ, ଜାଣନ୍ତୁ କିଏ ହେବେ କୋଟିପତି, କିଣିବେ ଗାଡି,ଘର, କାହାର ହେବ ବିବାହ..

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories