www.samajalive.in
Monday, December 8, 2025
27.1 C
Bhubaneswar

ମାସୁଦକୁ ନିଷିଦ୍ଧ ଘୋଷଣା ପାଇଁ ପୁଣି ଜାତିସଙ୍ଘରେ ପ୍ରସ୍ତାବ ଆଣିବ ଫ୍ରାନ୍ସ

ପ୍ୟାରିସ : ଏକ ମହତ୍ତ୍ବପୂର୍ଣ୍ଣ ଘଟଣାକ୍ରମେ ଜୈସ୍‌-ଇ-ମହମ୍ମଦ ମୁଖ୍ୟ ମାସୁଦ ଆଝାରକୁ ନିଷିଦ୍ଧ କରିବା ପାଇଁ ଜାତିସଙ୍ଘରେ ପ୍ରସ୍ତାବ ଆଗତ କରିବ ଫ୍ରାନ୍ସ। ପାକିସ୍ତାନ ଆଧାରିତ ଏହି ଆତଙ୍କବାଦୀ ସଂଗଠନର ମୁଖ୍ୟକୁ ନିଷିଦ୍ଧ କରିବା ତଥା ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ପାଇଁ ୨୦୧୭ରେ ଇଂଲଣ୍ଡ ଓ ଫ୍ରାନ୍ସ ସହାୟତାରେ ଆମେରିକା ଏଭଳି ଏକ ପ୍ରସ୍ତାବ ଜାତିସଙ୍ଘରେ ଆଗତ କରିଥିଲା; ଯାହାକୁ ଚୀନ୍‌ ଭିଟୋ ପ୍ରୟୋଗ ଦ୍ବାରା ଅଟକାଇଛି। ଜାତିସଙ୍ଘର ୧୨୬୭ସାଙ୍କସନ୍ସ କମିଟିରେ ଏହି ପ୍ରସ୍ତାବ ଆଗତ ହୋଇଥିଲା। ଫ୍ରାନ୍ସ ଦ୍ବିତୀୟ ଥର ପାଇଁ ଏହି ପ୍ରସ୍ତାବ ଆଗତ କରିବାକୁ ଯାଉଛି। ଫ୍ରାନ୍ସ ରାଷ୍ଟ୍ରପତିଙ୍କ କୂଟନୈତିକ ପରାମର୍ଶଦାତା ଫିଲିପ୍‌ ଏଟିନି ଓ ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ମଧ୍ୟରେ ଏ ସମ୍ପର୍କରେ ମଙ୍ଗଳବାର ସକାଳେ ଆଲୋଚନା ହୋଇଥିବା ଫ୍ରାନ୍ସ ବୈଦେଶିକ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories