www.samajalive.in
Sunday, December 14, 2025
26.1 C
Bhubaneswar

ପଦୋନ୍ନତି ଦାବିରେ ଧାରଣା

ଭବାନୀପାଟଣା : ମହିଳା ସ୍ବାସ୍ଥ୍ୟକର୍ମୀମାନଙ୍କ ଲେବଲ୍ ୨ ରୁ ଲେବଲ ୧ କୁ ପଦୋନ୍ନତିରେ ବିଳମ୍ବ ପ୍ରତିବାଦରେ ଆଜି ଜିଲ୍ଲାର ଶତାଧିକ ମହିଳା ସ୍ବାସ୍ଥ୍ୟ କର୍ମୀ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟଳୟ ଆଗରେ ଅନିର୍ଦ୍ଦିଷ୍ଟ କାଳଯାଏଁ ଧାରଣା ଦେଇଛନ୍ତି। ଦାବି ଅନୁଯାୟୀ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସେବାକୁ ପ୍ରାଧାନ୍ୟ ଦେଉଥିବା ବହୁମୁଖି ସ୍ବାସ୍ଥ୍ୟ କର୍ମୀମାନେ ଦୀର୍ଘଦିନରୁ ପଦୋନ୍ନତି ଦାବି କରିଆସୁଛନ୍ତି। ଅଥଚ ଜିଲ୍ଲାରୁ ରାଜ୍ୟ ସ୍ତର ଯାଏଁ ବିଭିନ୍ନ ସମୟରେ ଦାବି କରାଯାଉଥିବା ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଏଦିଗରେ ପ୍ରାୟ ୨୨ ରୁ ୨୫ ଟି ଜିଲ୍ଲାର ସ୍ବାସ୍ଥ୍ୟକର୍ମୀଙ୍କୁ ପଦୋନ୍ନତି ଦିଆଯାଇଛି। ଅଥଚ କଳାହାଣ୍ଡି ଭଳି ପଛୁଆ ଜିଲାର ସ୍ବାସ୍ଥ୍ୟକର୍ମୀଙ୍କ ପ୍ରତି ସରକାର ଗୁରୁତ୍ଵ ଦେଉନାହାନ୍ତି। ଏଣୁ ବାରମ୍ବାର ଦାବି ସତ୍ତ୍ୱେ ପଦୋନ୍ନତି ନେଇ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଆଜିଠାରୁ ଜିଲ୍ଲାର ମହିଳା ସ୍ବାସ୍ଥ୍ୟକର୍ମୀମାନେ ସିଡିଏମଓ ଅଫିସରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାରଣାରେ ବସିଛନ୍ତି। ଜିଲା ସ୍ବାସ୍ଥ୍ୟକର୍ମୀ ସଂଘର ସଭାନେତ୍ରୀ ତ୍ରିବେଣୀ ପାଣିଗ୍ରାହୀ, ସମ୍ପାଦିକା ନମିତା ସାହୁ, ସିପ୍ରା ପଟ୍ଟନାୟକ ପ୍ରମୁଖଙ୍କ ନେତୃତ୍ଵରେ ଶତାଧିକ ମହିଳା ସ୍ବାସ୍ଥ୍ୟକର୍ମୀ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାରଣାରେ ବସିଛନ୍ତି।

Hot this week

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

Related Articles

Popular Categories