www.samajalive.in
Saturday, December 13, 2025
26.1 C
Bhubaneswar

ଗୋପବନ୍ଧୁ ସ୍ମାରକ ବକ୍ତୃତା ପ୍ରତିଯୋଗିତା, ଛତ୍ରପୁରରେ ପ୍ରିୟା ପ୍ରିୟଦର୍ଶିନୀ ପ୍ରଥମ

ଛତ୍ରପୁର : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୭ତମ ଶ୍ରାଦ୍ଧ ଦିବସ ଅବସରରେ  ଓଡିଶାର ସମସ୍ତ ବ୍ଲକରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସମାଜ ଓଜସ୍ୱିନୀ ଓଡିଶା- ଗୋପବନ୍ଧୁ ସ୍ମାରକ ଏହି ବକୃତା  ପ୍ରତିଯୋଗିତା ଛତ୍ରପୁର ବ୍ଲକରେ ୟୁରୋ ସ୍କୁଲରେ ବ୍ଲକ ସ୍ତରୀୟ ବକୃତା  ପ୍ରତିଯୋଗିତାରେ ମୁଖ୍ୟ ବିଷୟ ବସ୍ତୁଥିଲା ଗୋପବନ୍ଧୁଙ୍କ ସ୍ୱପ୍ନର ଓଡିଶା । ବ୍ଲକର ବିଭିନ୍ନ ସ୍କୁଲରୁ ଆସିଥିବା ୮ମରୁ ୧୦ମ ଶ୍ରେଣୀର ଛାତ୍ର/ଛାତ୍ରୀ ମାନେ ଭାଗନେଇଥିଲେ । ସମୁଦାୟ ୨୮ଜଣ ଛାତ୍ର/ଛାତ୍ରୀ  ଏହି ବକୃତା ରେ ଅଂଶ ଗ୍ରହଣ କରିଥିଲେ । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରିୟା ପ୍ରିୟଦର୍ଶିନୀ ଦାସ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀ ସ୍ୱୟମ୍‌ଶ୍ରୀ ତ୍ରିପାଠୀ ଦ୍ୱିତୀୟ ଓ କାରମେଲ ସ୍କୁଲର ଛାତ୍ର ଆୟୁଷ ଖଟେଇ ତୃତୀୟ ସ୍ଥାନ ଅଧିକାର କରିବା ସହ କୃତି ଛାତ୍ର/ଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଠାରୁ ଅର୍ଥ ରାଶି,ମାନପତ୍ର ଓ ମୋମେଟୋଂ ପ୍ରଦାନ କରାଯାଇଥିଲା । ବିଚାରକ ଭାବେ ଏନ୍‌.ବି.ସି କଲେଜର ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀ ଓ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼.ଅଜୟ କୁମାର ତ୍ରିପାଠୀ ଦାୟିତ୍ୱ ତୁଲାଇଥିଲେ ।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ୟୁରୋ ସ୍କୁଲର ଅଧ୍ୟକ୍ଷ  ରଞ୍ଜନ କୁମାର ମହାପାତ୍ର ଓ ମୁଖ୍ୟ ଅତିଥିଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୀବନି ଓ ଚିନ୍ତାଥାରା ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିବା କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସ୍ୱର୍ଗତ ରଥଙ୍କ ଅମର ଆତ୍ମାର ସଦଗତି କାମନା ପାଇଁ ଦୁଇ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା । ଛତ୍ରପୁର ସମାଜ ପ୍ରତିନିଧି ସରୋଜ କୁମାର ସାମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ଆଇନଜୀବି ଡ଼.ପ୍ରଶାନ୍ତ କୁମାର ଶତପଥି ପରିଚାଳନା କରିଥିବା ବେଳେ ୟୁରୋ ସ୍କୁଲର ଏକାଡେମୀ ଡାଇରେକ୍ଟର ପ୍ରମୋଦ କୁମାର ମିଶ୍ର, ଛତ୍ରପୁର ସମାଜ  ଏଜେଣ୍ଟ କେ.ରମେଶ, ବରିଷ୍ଠ ସାମ୍ବାଦିକ ବସନ୍ତ ମହାରଣା, ବରିଷ୍ଠ ସାମ୍ବାଦିକ  ପ୍ରଶାନ୍ତ କୁମାର ମହାରଣା, ସନ୍ତୋଷ କୁମାର ସାହୁ, ଭଗବାନ ଦାଶ,ସନ୍ତୋଷ କୁମାର ସାହୁ ସହଯୋଗ କରିଥିଲେ । ଏହି ପ୍ରତିଯୋଗିତା ପ୍ର୍ରଥମ ସ୍ଥାନ ଅଧିକାର କରିଥିବା ପ୍ରିୟା ପ୍ରିୟଦର୍ଶିନୀ ଦାସ ଆସନ୍ତା ୨୪ ତାରିଖ ବ୍ରହ୍ମପୁରରେ ଏସ୍‌ଏମ୍‌ଆଇଟି  ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଜିଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories