www.samajalive.in
Saturday, December 6, 2025
16.1 C
Bhubaneswar

ପୁଣି ଜଣେ ନାବାଳିକା ଗର୍ଭବତୀ ଅଭିଯୋଗ

ନବରଙ୍ଗପୁର : ନବରଙ୍ଗପୁର ଜିଲା ଉମରକୋଟ ଥାନା ଅନ୍ତର୍ଗତ ଏକ ଗାଁର ଜଣେ ନାବାଳିକା ୯ ମାସର ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି। ସେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ନାବାଳିକା ଜଣଙ୍କ ଦଶମଶ୍ରେଣୀରେ ପଢୁଥିବାବେଳେ ଡାବୁଗାଁ କଲେଜରେ ପରସବେଡା ଗ୍ରାମର ଜଣେ +୨ରେ ପାଠ ପଢୁଥିବା ଛାତ୍ରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ନାବାଳକ ଛାତ୍ର ଜଣଙ୍କ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିବା ନାବାଳିକା ଜଣକ କହିଛନ୍ତି। ଏଭଳିକି ଯୁବକ ଜଣକ ବିଭିନ୍ନ ପ୍ରେମପତ୍ର ଦେଇଥିବା ପ୍ରମାଣ ନାବାଳିକା ତା’ନିକଟରେ ରଖିଛି। ଏନେଇ ପରିବାର ଲୋକ ନବରଙ୍ଗପୁର ମା’ଘର ସଭାପତି କାଦମ୍ବିନୀ ତ୍ରିପାଠୀଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି। ମା’ଘରର ସହାୟତାରେ ପରିବାର ଲୋକ ଏସପି କେ. ନୀତିନ ଡୁଗୁଡୁଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ଏସପି ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନା ମୁତାବକ,  ଡାବୁଗାଁ ବ୍ଲକର ଏକ ବିଜରାଗୁଡା ଆଶ୍ରମ ବିଦ୍ୟାଳୟରେ ନାବାଳିକା ଜଣକ ଦଶମ ଶ୍ରେଣୀରେ ପଢୁଥିବେଳେ ଯୁବକ ଜଣକ ତାଙ୍କ ସହ ପ୍ରେମସମ୍ପର୍କ ରଖିଥିଲା। ମାଟ୍ରିକ ପରୀକ୍ଷା ସରିବା ପରେ ନାବାଳିକାଙ୍କ ପରିବାର ଲୋକ ତାଙ୍କୁ ମାଉସି ଘରେ ଛାଡି ଥିଲେ। ମାଉସୀ, ମଉସା ଦିନ ମଜୁରିଆ ହୋଇଥିବାରୁ ସେମାନେ ମୁଲଲାଗିବାକୁ ଦିନତମାମ ବାହାରକୁ ଯାଉଥିଲେ। ସେହି ସମୟରେ ଯୁବକ ଜଣକ ଘରକୁ ଆସି ନାବାଳିକା ସହିତ ଶାରିରୀକ ସମ୍ପର୍କ ରଖୁଥିଲା। ୪ ମାସ ପରେ ମାଉସୀଘର ନାବାଳିକାକୁ ତାଙ୍କ ଘରେ ନେଇ ଛାଡିଥିଲେ। ଘରକୁ ଯିବା ପରେ ନାବାଳିକାର ସ୍ୱାସ୍ଥ୍ୟ ଖରାପ ହେଲା। ଉମରକୋଟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେବା ପରେ ରକ୍ତ ଓ ପରିସ୍ରା ପରୀକ୍ଷାରେ ଜଣାପଡିଥିଲା ଯେ, ନାବାଳିକା ଜଣକ ଗର୍ଭବତୀ ରହିଛନ୍ତି। ଗର୍ଭ ସମ୍ପର୍କରେ ପରିବାର ଲୋକ ଜାଣିବା ପରେ ଏନେଇ ପରିବାର ଲୋକସଂପୃକ୍ତ ନାବାଳକ ଘରକୁ ନେଇ ଝିଅକୁ ଛାଡିଥିଲେ। ନାବାଳକ ଘରେ ଦୁଇଦିନ ରଖିବା ପରେ ମାନିସିକ ଓ ଶାରିରୀକ ନିର୍ଯ୍ୟାତନା ଦେବା ପରେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ନିର୍ଯ୍ୟାତନା ସହ୍ୟ କରିନପାରି ନାବଳିକା ଜଣକ ତାଙ୍କ ମାମୁଁ ଘରେ ରହିଥିଲେ। ଏହି ଖବର ପରିବାର ଲୋକ ପାଇବା ପରେ ନବରଙ୍ଗପୁର ମା’ଘରକୁ ଆସି ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ ପରିବାର ଲୋକଙ୍କ ସହ ଏସପିଙ୍କୁ ଭେଟି ଲିଖିତ ଭାବେ ଜଣାଇଛନ୍ତି। ଏନେଇ କାଦମ୍ବିନୀ କହିଛନ୍ତି ଯେ, ଅଭିଯୁକ୍ତକୁ ଗିରଫ କରାଯାଉ। ନାବାଳିକାର ସ୍ୱାସ୍ଥ୍ୟ ପ୍ରତି ପ୍ରଶାସନ ଦାୟିତ୍ୱ ନେବା ସହ ସ୍ୱଧାର ଗୃହରେ ରଖି ସମସ୍ତ ସରକାରୀ ସୁବିଧା ଯୋଗାନ୍ତୁ ବୋଲି ଦାବି କରିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories