www.samajalive.in
Saturday, December 6, 2025
26.1 C
Bhubaneswar

କୁମ୍ଭରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ଉତ୍ତରପ୍ରଦେଶ: ମାଘପୂର୍ଣ୍ଣିମା ଉପଲକ୍ଷେ ଉତ୍ତରପ୍ରଦେଶ ପ୍ରୟାଗରାଜ୍‍ର କୁମ୍ଭଠାରେ ଭକ୍ତମାନେ ପବିତ୍ର ବୁଡ଼ ପକାଇଛନ୍ତି। କଳ୍ପବାସୀମାନଙ୍କ ପାଇଁ ଏହା ଶେଷ ସ୍ନାନ। କୁମ୍ଭଠାରେ ଏକମାସର ରହଣି ପରେ କଳ୍ପବାସୀମାନେ ସଂଗମରେ ପବିତ୍ର ସ୍ନାନ କରି ନିଜ ନିଜର ଘରକୁ ଫେରିଯିବେ। କୁମ୍ଭରେ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ବିପୁଳ ସଂଖ୍ୟାରେ ପହଞ୍ଚିଛନ୍ତି। ମାଘପୂର୍ଣ୍ଣିମା ପରେ ମହାଶିବରାତ୍ରି ଦିନ ଆଉ ଏକ ପ୍ରମୁଖ ପବିତ୍ର ସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଥାଏ। ପୁଲୁୱାମା ସନ୍ତ୍ରାସବାଦୀ ଆକ୍ରମଣ ଦୃଷ୍ଟିରୁ କୁମ୍ଭ ମେଳା ଚାରିପାଖରେ ସ୍ୱତନ୍ତ୍ର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅତିରିକ୍ତ ଅର୍ଦ୍ଧସାମରିକ ବାହିନୀକୁ ମୁତୟନ କରାଯାଇଛି ଏବଂ ୩ ଦିନ ପାଇଁ ପ୍ରୟାଗରାଜର ସବୁ ବିଦ୍ୟାଳୟ ଗୁଡ଼ିକ ବନ୍ଦ ରଖାଯାଇଛି। ବହୁସଂଖ୍ୟାରେ ବିଦେଶୀ ଏହି ସ୍ନାନ ଉତ୍ସବରେ ଯୋଗଦେଇଛନ୍ତି। ସଂଗମ ଓ ଆଖପାଖ ସ୍ଥାନ ଗୁଡ଼ିକର ୮ କିଲୋମିଟର ପରିଧି ଭିତରେ ୪୦ଟି ସ୍ନାନଘାଟ ସ୍ଥାପନ କରାଯାଇଛି। ଜାନୁଆରୀ ୧୪ ପରଠାରୁ ଲକ୍ଷାଧିକ ଭକ୍ତ ସଙ୍ଗମରେ ବୁଡ଼ ପକାଇବା ପାଇଁ କୁମ୍ଭମେଳାରେ ଏକତ୍ରିତ ହୋଇଛନ୍ତି । ଏଥିରେ ପ୍ରଥମ ସାହି ସ୍ନାନ ଜାନୁଆରୀ ୧୫ ମକର ସଂକ୍ରାନ୍ତି, ଦ୍ଵିତୀୟ ସାହି ସ୍ନାନ ମୌନି ଅମାବାସ୍ୟା ଏବଂ ଶେଷ ସାହି ସ୍ନାନ ଫେବୃଆରୀ ୧୦ ବସନ୍ତ ପଞ୍ଚମୀଦିନ ଅନୁଷ୍ଠିତ ହୋଇଥିଲା। ମାର୍ଚ୍ଚ ୪ ତାରିଖରେ କୁମ୍ଭ ମେଳା ଶେଷ ହେବ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories