www.samajalive.in
Saturday, December 13, 2025
26.1 C
Bhubaneswar

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ଘଟଣାସ୍ଥଳ ପରିଦର୍ଶନ କଲେ କଂଗ୍ରେସର କେନ୍ଦ୍ରୀୟ ପ୍ରତିନିଧି ଦଳ

ଗୋପାଳପୁର: ଗୋପାଳପୁର ବେଳାଭୂମିରେ ଗତ ୧୫ ତାରିଖରେ ହୋଇଥିବା ଗଣଦୁଷ୍କର୍ମ ଘଟଣାକୁ ନେଇ କେନ୍ଦ୍ରୀୟ କଂଗ୍ରେସର ୫ ଜଣିଆ ପ୍ରତିନିଧି ଦଳ ଶନିବାର ଗୋପାଳପୁର ପହଞ୍ଚି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ପ୍ରତିନିଧି ଦଳ ସ୍ଥାନୀୟ କଂଗ୍ରେସ କର୍ମୀଙ୍କ ସହ ଘଟଣା ବିଷୟରେ ଆଲୋଚନା କରିଥିଲେ। କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମର ଆବାହକ ଦୀପା ଦାସ ମୁନସିଂଙ୍କ ନେତୃତ୍ୱରେ ସାଂସଦ ରଞ୍ଜିତ ରଂଜନ, ପରିଣୀତି ସିଂ ଦେ, ସାଂସଦ ଏସ. ଜ୍ୟୋତିମଣି, ଶୋଭା ଓଝା, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଦୀପକ ପଟନାୟକ, ଡ.ଶମ୍ଭୁ ପାଣିଗ୍ରାହୀ, ପୂର୍ବତନ ସଭାନେତ୍ରୀ ବନ୍ଦିତା ପରିଡା, ଜିଲ୍ଲା ଯୁବ ସଭାପତି ବିକାଶ ନାୟକ ପ୍ରମୁଖ ଉପସ୍ଥିତ ରହି ଅନୁଧ୍ୟାନ କରିଥିଲେ।

ଘଟଣା ନେଇ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଦିଟା ଦାସ ମୁନସିଂ କହିଥିଲେ ଯେ, ଘଟଣା ଘଟିଥିବା ଅଞ୍ଚଳ ଶୂନଶାନ୍ ରହିଥିବା ସହ ଉଜ୍ଜ୍ବଳ ଆଲୋକର ବ୍ୟବସ୍ଥା ନାହିଁ। ଏଣୁ ଏପରି ଘଟଣା ଘଟିଲା। ପୀଡିତା ଓ ତାଙ୍କ ପରିବାର ସହ ଆଲୋଚନା ପରେ ଘଟଣା ନେଇ ପ୍ରକୃତ ତଥ୍ୟ ଜଣାପଡିବ ବୋଲି କହିଥିଲେ। ଏହା ସହ ବେଳାଭୂମିରେ ସୁରକ୍ଷା କଡାକଡି କରିବା, ସିସି କ୍ୟାମେରା ଲଗାଇବା, ଆଲୋକୀକରଣ ବ୍ୟବସ୍ଥା ଆବଶ୍ୟକ ଥିବାବେଳେ ନାରୀ ସୁରକ୍ଷା ଓ ଦୁଷ୍କର୍ମ ଆଦି ଘଟଣାକୁ ନେଇ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଟିମ୍‌ ପ୍ରକାଶ କରିଥିଲେ। ଟିମ ସହ ଗସ୍ତରେ ସାମିଲ ରହିଥିବା ସାନଖେମୁଣ୍ଡି କଂଗ୍ରେସ ବିଧାୟକ ରମେଶ ଜେନା କହିଥିଲେ ଯେ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଏଭଳି ଘଟଣା ଘଟୁଛି। ମୁଖ୍ୟମନ୍ତ୍ରୀ ଘଟଣା ନେଇ ପଦକ୍ଷେପ ନେବା କଥା, କିନ୍ତୁ ସେମାନେ ଗୁରୁତ୍ଵ ଦେଉନାହାନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories