www.samajalive.in
Saturday, December 13, 2025
26.1 C
Bhubaneswar

ଖାମେନିଙ୍କୁ ହତ୍ୟା ଚିନ୍ତା, ବାଛିଲେ ୩ ସାମ୍ଭାବ୍ୟ ଉତ୍ତରାଧିକାରୀ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ-ଇରାନ ଯୁଦ୍ଧ ଜାରି ରହିଥିବାବେଳେ ଇରାନର ସର୍ବୋଚ୍ଚ ନେତା ଅୟାତୋଲ୍ଲା ଅଲୀ ଖାମେନି ନିଜର ଉତ୍ତରାଧିକାରୀ ଚୟନ କରିବାକୁ ମନସ୍ଥ କରିଛନ୍ତି। ଏଥିପାଇଁ ସେ ୩ ଜଣ ସାମ୍ଭାବ୍ୟ ଉତ୍ତରାଧିକାରୀଙ୍କ ନାମ ସାମ୍ନାକୁ ଆଣିଛନ୍ତି। ଏହି ୩ ଜଣଙ୍କ ପରିଚୟ କିନ୍ତୁ ଗୋପନ ରଖାଯାଇଛି। ହେଲେ ଏତିକି ସ୍ପଷ୍ଟ ହୋଇଛି ଯେ, ଏମାନଙ୍କ ମଧ୍ୟରେ ଖାମେନି ନିଜ ପୁଅର ନାଁକୁ ସାମିଲ କରିନାହାନ୍ତି।

ଇସ୍ରାଏଲ-ଇରାନ ଯୁଦ୍ଧ ଚାଲିଥିାବାବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଇରାନ ସେନାର ବଡ଼ ବଡ଼ ଅଧିକାରୀଙ୍କୁ ଟାର୍ଗେଟ କରି ହତ୍ୟା କରିଚାଲିଛି। ଖାମେନି ବି ଇସ୍ରାଏଲର ଟାର୍ଗେଟରେ ରହିଛନ୍ତି। ଏସବୁ ଭିତରେ ସେ ନିଜ ଉତ୍ତରାଧିକାରୀ ଚୟନ କରିବାକୁ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ସେ ଗମ୍ଭୀର ରୂପେ ବିଚାର ବିମର୍ଶ କରୁଛନ୍ତି।

- Advertisement -

ଦ ନ୍ୟୁୟକ ଟାଇମ୍ସ ଶନିବାର ଏକ ରିପୋର୍ଟରେ ଦାବି କରିଛି ଯେ, ଖାମେନି ୩ ବରିଷ୍ଠ ମୌଲବୀଙ୍କ ନାମକୁ ନିଜର ସାମ୍ଭାବ୍ୟ ଉତ୍ତରାଧିକାରୀ ପାଇଁ ଚୟନ କରିଛନ୍ତି। ଇସ୍ରାଏଲ ସହିତ ଚାଲିଥିବା ଯୁଦ୍ଧରେ ଯଦି ତାଙ୍କୁ ହତ୍ୟା କରାଯାଏ, ତେବେ ଏପରି ସ୍ଥିତିରେ ସେହି ୩ ଜଣଙ୍କ ମଧ୍ୟରୁ ଜଣେ ସୁପ୍ରିମ ଲିଡର ବା ସର୍ବୋଚ୍ଚ ନେତା ଦାୟିତ୍ଵ ଗ୍ରହଣ କରିବେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories