www.samajalive.in
Monday, December 8, 2025
14.1 C
Bhubaneswar

୧୦ମେ ର ଭୟଙ୍କର ରାତି; ମୋଦୀଙ୍କ କଥା ଶୁଣି ଶେହବାଜ ସରିଫ୍‍ଙ୍କୁ ଆସିଲା ଜ୍ୱର

ସମାଜ ଡିଜିଟାଲ ଡେସ୍କ: ୧୦ ମେ ର ରାତି ପାକିସ୍ତାନ ପାଇଁ ଥିଲା କାଳରାତ୍ରୀ । ପହଲଗାଓଁ ଆକ୍ରମଣର ପ୍ରତିଶୋଧ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପକିସ୍ତାନକୁ ସବକ୍‍ ଶିଖିାଇବା ପାଇଁ ସ୍ଥିର କରିଥିଲେ । ସେହି ଦିନ ରାତିରେ ପାକିସ୍ତାନକୁ ଧ୍ୱଂସ କରିବାକୁ ଲକ୍ଷ୍ୟ କରାଯାଇଥିଲା । ସେହି ଗୋଟିଏ ରାତିରେ ଭାରତରୁ ଆମେରିକା ଓ ପାକିସ୍ତାନ ପର୍ଯ୍ୟନ୍ତ କିଛି ଏପରି ଘଟିଥିଲା, ଯାହା ଯୋଗୁଁ ପାକିସ୍ତାନ ଧ୍ୱଂସ ବିଧ୍ୱଂସରୁ ଅଳ୍ପକେ ରକ୍ଷା ପାଇଯାଇଥିଲା । ଯଦି ଭାରତ ଦୟା ଦେଖାଇ ନଥାନ୍ତା ତେବେ ହୁଏତ ସେହି ରାତିରେ ପାକିସ୍ତାନ ବିଶ୍ୱ ମାନଚିତ୍ରରୁ ଲିଭିଯାଇଥାନ୍ତା । ହଁ ଏପର୍ଯ୍ୟନ୍ତ ଆପଣ ଯୁଦ୍ଧବିରତି ବିଷୟରେ ଭିନ୍ନ ଭିନ୍ନ କାହାଣୀ ଶୁଣିଥିବେ । ଯୁଦ୍ଧ ରୋକିଥିବା ଟ୍ରମ୍ପ ଗର୍ବ କରି କହୁଛନ୍ତି, ହେଲେ ବାସ୍ତବରେ ଭାରତ କେବଳ ନିଜ ହୃଦୟର କଥା ଶୁଣିଥିଲା । ଯୁଦ୍ଧବିରତିର ନିଷ୍ପତ୍ତି କେବଳ ଭାରତର ଥିଲା, ତାହା ମଧ୍ୟ ପାକିସ୍ତାନର ଅନୁରୋଧ ପରେ ।

ପାକିସ୍ତାନ ସହିତ ଯୁଦ୍ଧବିରତି ବନ୍ଦ କରିବାରେ ମଧ୍ୟସ୍ଥତାର ଭୂମିକା ଗ୍ରହଣ କରିବାରେ ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରକୃତରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ୧୦ ମେ ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍‍ କରିଥିଲେ । ଜେଡି ଭାନ୍ସ କହିଥିଲେ ଯେ ପାକିସ୍ତାନ ଭାରତ ଉପରେ ଏକ ବଡ ଆକ୍ରମଣ କରିବାକୁ ଯାଉଛି । ଜେଡି ଭାନ୍ସଙ୍କ କଥା ଶୁଣି ମୋଦୀ ଆଦୌ ଆଶ୍ଚର୍ଯ୍ୟ ହୋଇନଥିଲେ । ପ୍ରତି ଉତ୍ତରରେ ମୋଦୀ ଜେଡି ଭାନ୍ସଙ୍କୁ ସ୍ପଷ୍ଟ କରିଦେଇଥିଲେ ଯେ ପାକିସ୍ତାନ ଦ୍ୱାରା ମାଡ ହୋଇଥିବା ପ୍ରତ୍ୟେକ ଗୁଳିର ଜବାବ ଗୋଳାରେ ଦିଆଯିବ । ସେମାନଙ୍କର ପ୍ରତ୍ୟେକ ଆକ୍ରମଣର ଉଚିତ ଜବାବ ଦିଆଯିବ ।

- Advertisement -

ଜେଡି ଭାନ୍ସ ଫୋନରେ କହିବାକୁ ଚାହୁଁଥିଲେ ଯେ ପାକିସ୍ତାନ ଏବେ ଭାରତ ଉପରେ ପରମାଣୁ ଆକ୍ରମଣ କରିବ । ହେଲେ ଏହା ଶୁଣି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଭାରତ ସମାନ ପରିମାଣରେ ଜବାବ ଦେବ । ଭାରତ ପ୍ରଥମେ ପରମାଣୁ ଆକ୍ରମଣ କରେ ନାହିଁ, କିନ୍ତୁ ପାକିସ୍ତାନର ଆକ୍ରମଣ ପରେ ଏହା ବନ୍ଦ ହୁଏ ନାହିଁ । ଭାରତର ଆକ୍ରମଣରେ ସମଗ୍ର ପାକିସ୍ତାନ ଧ୍ୱଂସ ହୋଇଯିବ । ଜେଡି ଭାନ୍ସ ପାକିସ୍ତାନକୁ ଭାରତର ଏହି ବାର୍ତ୍ତା ପହଞ୍ଚାଇଥିଲେ । ଜେଡି ଭାନ୍ସଙ୍କ ଏହି କଥା ଶୁଣିବା ମାତ୍ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‍ ଜ୍ୱରରେ ଥରି ଉଠିଥିଲେ । ପରେ ସେନା ମୁଖ୍ୟ ଅସୀମ ମୁନିରଙ୍କ ଅବସ୍ଥା ମଧ୍ୟ ଖରାପ ହୋଇଯାଇଥିଲା । ଏବେ ଯୁଦ୍ଧ ବିରତି ହିଁ ଏକ ମାତ୍ର ବିକଳ୍ପ ବୋଲି ମୁନୀର କହିବା ପରେ ପାକିସ୍ତାନର ଡିଜିଏମଓ ଭାରତ ସହ କଥା ହୋଇଥିଲେ । ପାକିସ୍ତାନ ତୁରନ୍ତ ଭାରତକୁ ଯୁଦ୍ଧବିରତି ପାଇଁ ଅପିଲ କରିଥିଲା । ଯେତେବେଳେ ପାକିସ୍ତାନ ସମ୍ପୂର୍ଣ୍ଣ ପଛକୁ ହଟିଗଲା, ସେତେବେଳେ ଶାନ୍ତିପ୍ରିୟ ଦେଶ ଭାରତ ମଧ୍ୟ ଯୁଦ୍ଧବିରତି ପାଇଁ ରାଜି ହୋଇଥିଲା ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories