www.samajalive.in
Saturday, December 6, 2025
26.1 C
Bhubaneswar

ଏ ବର୍ଷ ଅମରନାଥକୁ ହେଲିକପ୍ଟର ସେବା ବନ୍ଦ

ଶ୍ରୀନଗର: ଜୁଲାଇ ୩ରୁ ପ୍ରସିଦ୍ଧ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଏ ବର୍ଷ ଶ୍ରଦ୍ଧାଳୁଙ୍କ ପାଇଁ ହେଲିକପ୍ଟର ସେବା ଉପଲବ୍ଧ ହେବ ନାହିଁ ବୋଲି ଜଣାପଡିଛି। ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳଙ୍କ ନିର୍ଦେଶକ୍ରମେ ‘ଶ୍ରୀ ଅମରନାଥ ସ୍ରାଇନ ବୋର୍ଡ’ ପକ୍ଷରୁ ଏହା ଘୋଷଣା କରାଯାଇଛି। ଶ୍ରଦ୍ଧାଳୁମାନେ ଦୁଇଟି ରାସ୍ତା ଯଥା ପହଲଗାଓଁ ଓ ବାଲତାଲ ଦେଇ ଅମରନାଥ ଗୁମ୍ଫାକୁ ଯାତ୍ରା କରିଥାନ୍ତି। ଏ ବର୍ଷ ଶ୍ରଦ୍ଧାଳୁଙ୍କୁ ଚାଲିଚାଲି, ଖଚର କିମ୍ବା ପାଲିଙ୍କିରେ ଗନ୍ତବ୍ୟସ୍ଥଳ ଯିବାକୁ ପଡିବ। ନିକଟରେ ଉତ୍ତରାଖଣ୍ଡର କେଦାରନାଥରେ ହେଲିକ୍ପଟର ଦୁର୍ଘଟଣାଗ୍ରସ୍ତ ହୋଇ ପାଇଲଟ ସମେତ ୭ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ କେଦାରନାଥରେ ପାଞ୍ଚଥର ହେଲିକପ୍ଟର ଦୁର୍ଘଟଣା ହୋଇସାରିଲାଣି। ଏହି ପରିପ୍ରେକ୍ଷୀରେ ପ୍ରତିକୂଳ ପାଗ ଯୋଗୁଁ ଅମରନାଥକୁ ହେଲିକପ୍ଟର ସେବା ବିପଜ୍ଜନକ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଇତିମଧ୍ୟରେ ଅମରନାଥ ଯାତ୍ରାର ପ୍ରସ୍ତୁତିକୁ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜୁଲାଇ ୧ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଅମରନାଥ ରୁଟ୍‌କୁ ନୋ ଫ୍ଲାଏ ଜୋନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଏହି ରୁଟ୍‌ରେ ଉଡୁଥିବା କୌଣସି ବିମାନ, ହେଲିକପ୍ଟର କିମ୍ବା ଡ୍ରୋନକୁ ଗୁଳିକରି ଖସାଇ ଦେବାକୁ ସୁରକ୍ଷା କର୍ମୀଙ୍କୁ ନିର୍ଦେଶ ଦିଆଯାଇଛି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories