www.samajalive.in
Monday, December 8, 2025
24.1 C
Bhubaneswar

ଡରାଉଛି ଡାଇରିଆ: ରାଜ୍ୟ ବ୍ୟାପୀ ସତର୍କ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ ଝାଡାବାନ୍ତି ଓ ହଇଜାକୁ ନେଇ ଚିନ୍ତା ବଢିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ରାଜ୍ୟର ବିଭିନ୍ନ ଜିଲାରେ ଝାଡ଼ାବାନ୍ତି ଦେଖାଦେଇଥିବା ବେଳେ ଯାଜପୁରରେ ସର୍ବାଧିକ ଆକ୍ରାନ୍ତ ହୋଇଛନ୍ତି। ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ସଚେତତନା ଓ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି। କେବଳ ପ୍ରଭାବିତ ଜିଲା ନୁହେଁ, ରାଜ୍ୟର ସବୁ ଜିଲା ସତର୍କ ରହିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଲୋକସେବା ଭବନରେ ଝାଡ଼ାବାନ୍ତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଯାଜପୁର ସମେତ କେନ୍ଦୁଝର, ଭଦ୍ରକ, କଟକ, ଢେଙ୍କାନାଳ ଆଦି ଜିଲାରେ ଝାଡ଼ାବାନ୍ତି ସ୍ଥିତିର ସମୀକ୍ଷା କରିଥିଲେ। ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ୱଥୀ ଏସ୍‌ ଏସମ୍ପର୍କରେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ ଏବଂ ସମ୍ପୃକ୍ତ ଜିଲାର ଜିଲାପାଳ ଆଭାସିରେ ଯୋଡ଼ି ହୋଇ କ୍ଷେତ୍ରସ୍ତରୀୟ ସ୍ଥିତି ଜଣାଇଥିଲେ। ଏହି ଅବସରରେ ସ୍ୱାସ୍ଥ୍ୟ ସଚିବ କହିଲେ ଯେ, ଝାଡ଼ାବାନ୍ତି ସ୍ଥିତିର ପୂର୍ଣ୍ଣ ନିୟନ୍ତ୍ରଣ ପାଇଁ ପ୍ରତିରୋଧ, ପରୀକ୍ଷଣ ଓ ପ୍ରତିଷେଧକ ବ୍ୟବସ୍ଥା ସହ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି। ପ୍ରଭାବିତ ୫ଟି ଜିଲାର ବିଭିନ୍ନ ଡାକ୍ତରଖାନାରେ ଆଜି ୪୨୯ ଜଣ ରୋଗୀ ଭର୍ତ୍ତି ହୋଇଥିବା ବେଳେ ୨୮୪ ଜଣ ସୁସ୍ଥ ହୋଇଛନ୍ତି। ଆଜି ସୁଦ୍ଧା ମୋଟ ୩୭୦ ଜଣ ଚିକିତ୍ସାଧିନ ଅଛନ୍ତି। ଯେଉଁମାନେ ସୁସ୍ଥ ହେଉଛନ୍ତି, ସେମାନଙ୍କୁ ଡାକ୍ତରଙ୍କ ବିନା ପରାମର୍ଶରେ ଘରକୁ ଛଡାଯାଉନାହିଁ। ପରିମଳ ଓ ବିଶୋଧନ କାର୍ଯ୍ୟକୁ ବ୍ୟାପକ ଭାବେ ଜାରି ରଖିବାକୁ ଜିଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ପ୍ରସାରକୁ ବ୍ୟାପକ କରାଯାଇଛି। ଆଗାମୀ ୭ରୁ ୧୦ ଦିନ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଜାରି ରଖିବାକୁ ନିର୍ଦେଶ ଦିଆଯାଇଛି। ପ୍ରତିଦିନ ରାଜ୍ୟସ୍ତରୀୟ କମିଟି ସ୍ଥିତିର ସମୀକ୍ଷା କରୁଛନ୍ତି। ପ୍ରଭାବିତ ଜିଲାଗୁଡ଼ିକରେ ୨୪ ଘଣ୍ଟିଆ ନିୟନ୍ତ୍ରଣ ଓ ପରିଚାଳନା କକ୍ଷ କାର୍ଯ୍ୟ କରୁଛି। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ ବିଭିନ୍ନ ଜିଲା ଗସ୍ତ କରି ଏହା ମହାମାରୀ ନୁହେଁ ବୋଲି କରିଛନ୍ତି। ବର୍ଷା ଦିନେ ଜଳବାହିତ ରୋଗ ହୋଇଥାଏ। ତେଣୁ ପ୍ରଭାବିତ ୫ଟି ଜିଲା ସମେତ ଅନ୍ୟ ସମସ୍ତ ଜିଲାକୁ ସ୍ୱାସ୍ଥ୍ୟ ସତର୍କତା ଓ ସଚେତନତା ଅବଲମ୍ବନ କରିବା ପାଇଁ ନିର୍ଦେଶ ଦିଆଯାଇଛି।

- Advertisement -

ଯାଜପୁରରେ ଏ ପର୍ଯ୍ୟନ୍ତ ଝାଡ଼ାବାନ୍ତି ନିୟନ୍ତ୍ରଣକୁ ଆସିନାହିଁ। ସ୍ଥିତିର ମୁକାବିଲା ନିମନ୍ତେ ଜାତୀୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ଅଧିକ ଡାକ୍ତର ଏବଂ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଟିମ୍ ନିୟୋଜିତ କରାଯାଇଛି। ମିଶନ ନିର୍ଦେଶିକା ଡା. ବୃନ୍ଦା ଡି. ଙ୍କ ନିର୍ଦେଶ ଅନୁସାରେ ଜିଲାର ପ୍ରଭାବିତ ଅଞ୍ଚଳ ହସ୍ପିଟାଲଗୁଡ଼କରେ ୮ ଭେଷଜ ବିଶେଷଜ୍ଞ ଏବଂ ଅଧିକ ୨୦ ଟି ମୋବାଇଲ ହେଲଥ ଟିମ୍ ନିୟୋଜିତ କରାଯାଇଛି। ପ୍ରଭାବିତ ଅଞ୍ଚଳରେ ୪୫ ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଶିବିର କରାଯାଇଛି। ଆଦିମ ଅଧିବାସୀ ଅଞ୍ଚଳ ଉପରେ ସ୍ବତନ୍ତ୍ର ନଜର ରଖାଯାଇଥିବା ସୂଚନା ଦିଆଯାଇଛି।

ବର୍ତ୍ତମାନ ସେଠାରେ ଏନ୍.ଏଚ୍.ଏମର ୪୦ ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମ୍ କାର୍ଯ୍ୟ କରୁଛି। ଝାଡ଼ାବାନ୍ତି ହେବା ପରେ ପ୍ରାରମ୍ଭରେ ୨୦ଟି ଦଳକୁ ନିୟୋଜିତ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ଆଉ ୨୦ ଟି ଦଳକୁ ପଠାଯାଇଥିଲା। ସେମାନେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରୁଛନ୍ତି। ଗ୍ରାମ ଓ ସହରାଞ୍ଚଳର ୱାର୍ଡସ୍ତରରେ ଲୋକଙ୍କୁ ସଚେତନ କରାଯାଉଛି। ଗ୍ରାମ୍ୟ କଲ୍ୟାଣ ସମିତି ସ୍ବତନ୍ତ୍ର ବୈଠକରେ ସତର୍କତା ଓ ସଚେତନତା ମୂଳକ ବାର୍ତ୍ତାର ପ୍ରଚାର ଏବଂ ବିଭିନ୍ନ ପାନୀୟ ଜଳସ୍ରୋତ ଗୁଡିକର ନିୟମିତ ବିଶୋଧନ ଆଦି କାର୍ଯ୍ୟକ୍ରମକୁ କ୍ଷେତ୍ରସ୍ତରରେ ବ୍ୟାପକ କରାଯାଇଛି। ସଚେତନତା କାର୍ଯ୍ୟକ୍ରମ ପାଇଁ ଏନ୍ଏଚ୍ଏମ୍ ପକ୍ଷରୁ ୧୦ଟି ଭ୍ରାମ୍ୟମାଣ ସଚେତନତା ଭ୍ୟାନକୁ ସାମିଲ କରାଯାଇଛି। ଆଦିମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଏବଂ ସଚେତନତା ବୃଦ୍ଧି ନିମନ୍ତେ ଏନ୍.ଏଚ୍.ଏମ୍ ତରଫରୁ ସ୍ବତନ୍ତ୍ର ଶିବିର ଆୟୋଜନ କରାଯାଉଛି। ସର୍ବେକ୍ଷଣ ଏବଂ ଆଗୁଆ ଚିହ୍ନଟ କାର୍ଯ୍ୟକ୍ରମକୁ ଅଧିକ ଶାଣିତ ଏବଂ ଫଳପ୍ରଦ କରିବାକୁ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।

ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଜିଲାୱାରୀ ସ୍ଥିତି ସମୀକ୍ଷା କରି କହିଥିଲେ ଯେ, ବିଭିନ୍ନ ଜିଲାରେ ସଂକ୍ରମଣ ମାତ୍ରା କମୁଥିଲେ ମଧ୍ୟ ଆମକୁ ସତର୍କତା ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଜାରି ରହିବାକୁ ପଡ଼ିବ। ଆଗକୁ ମୌସୁମି ବର୍ଷାରେ ଜଳ ସଂକ୍ରମଣର ସମ୍ଭାବନା ରହିଛି। ଏଥିପାଇଁ ନିୟମିତ ବ୍ୟବଧାନରେ ଜଳ ଉତ୍ସକୁ ବିଶୋଧନକରିବା, ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି। ବିଶେଷ କରି କ୍ଷେତ୍ରସ୍ତରରେ ସ୍ଥିତି ଅନୁଧ୍ୟାନ କରି ଯାହା ଯାହା ଆବଶ୍ୟକତା ରହୁଛି, ସେଥିପ୍ରତି ଦୃଷ୍ଟି ଦେଇ ପଦ‌କ୍ଷେପ ଦେବାକୁ ମୁଖ୍ୟ ଶାସନ ସଚିବ ସବୁ ଜିଲାପାଳଙ୍କୁ ପରାମର୍ଶ ଦେଇଛନ୍ତି। ଯାଜପୁର ଜିଲାପାଳ ଆଶା, ଅଙ୍ଗନବାଡି,ସ୍ୱାସ୍ଥ୍ୟକର୍ମୀମାନେ ନିରବଚ୍ଛିନ୍ନଭାବେ କାର୍ଯ୍ୟ କରୁଥିବା ଅବଗତ କରିଥିଲେ। କେବଳ ଯାଜପୁରରେ ୬୪ ନୂଆ ରୋଗୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବାବେଳେ ସେଥିରୁ ୪୫ ଜଣ ସୁସ୍ଥ ହୋଇଛନ୍ତି। ଆଜି ସୁଦ୍ଧା ଏହି ଜିଲାରେ ୨୧୦ ଜଣ ଚିକିତ୍ସାଧୀନ ଅଛନ୍ତି। ଜିଲାରେ ୪୦ ଲକ୍ଷ ହାଲୋଜେନ ବଟିକା ଏବଂ ୬ ଲକ୍ଷ ଓଆରଏସ୍‌ ପ୍ୟାକେଟ ବଣ୍ଟନ କରାଯାଇଛି। ୪୦୦ ପ୍ୟାକେଟ୍‌ ବ୍ଲିଚିଂ ପାଉଡର ଏବଂ ୩ ଲକ୍ଷ ୪୦ ହଜାର ସଂକ୍ରାମକ ରୋଗ ନିରୋଧକ ଔଷଧ-ଡକ୍ସିସାଇକ୍ଲିନ୍‌ ବଣ୍ଟନ କରାଯାଇଛି। ସେହିପରି କଟକ, ଭଦ୍ରକ, କେନ୍ଦୁଝର ଓ ଢ଼େଙ୍କାନାଳ ଜିଲାରେ ଡାଇରିଆ ସ୍ଥିତି ସମ୍ପର୍କରେ ଜିଲାପାଳମାନେ ଅବଗତ କରାଇଥିଲେ। ସମସ୍ତ ଜିଲାରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ କର୍ମଚାରୀମାନେ କୂପ, ନଳକୂପ ବିଶୋଧନ କାର୍ଯ୍ୟ ଆଦି ଜାରି ରଖିଛନ୍ତି। ନୂଆ ଚିହ୍ନଟଙ୍କ ମଧ୍ୟରେ ଆଜି ସକାଳ ସୁଦ୍ଧା, କେନ୍ଦୁଝରରେ ୮୨, କଟକରେ ୧୪୫, ଢ଼େଙ୍କାନାଳରେ ୬୫, ଭଦ୍ରକରେ ୭୩ ଏହିପରି ମୋଟ ୪୨୯ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ବିବରଣୀ ଅନୁସାରେ ଆଜି ସୁଦ୍ଧା ମୋଟ ୧୧ ଜଣଙ୍କ ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ ଗତକାଲି ୧୪ ଜଣିଆ କେନ୍ଦ୍ରୀୟ ଦଳ ଘଟଣାସ୍ଥଳରୁ ଫେରି ଆଲୋଚନା କରିଥିବାବେଳେ ଆଜି ୧୦ ଜଣିଆ ଦଳ ପୁନର୍ବାର ଯାଜପୁର ଯାଇ ତଦାରଖ କରିଛନ୍ତି। ଆସନ୍ତକାଲି ଏ ବିଷୟରେ ବିସ୍ତୃତଭାବେ ସରକାରଙ୍କ ସହିତ ଆଲୋଚନା କରିବେ। ଅନ୍ୟପକ୍ଷରେ ଆଜି ୪ଟି ରାଜ୍ୟସ୍ତରୀୟ ଦଳକୁ ପରିଚାଳନା କାର୍ଯ୍ୟ ଦେଖିବା ନିମନ୍ତେ ପଠାଯାଇଛି।
ରାଜ୍ୟ ବ୍ୟାପୀ ସତର୍କ…

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories