www.samajalive.in
Saturday, December 13, 2025
26.1 C
Bhubaneswar

ଦୁଇମାସରେ ରାସ୍ତା ଫାଟି ଆଁ, ତଦନ୍ତ ଦାବି

ହରଭଙ୍ଗା : ବୌଦ୍ଧ କ୍ଷୁଦ୍ରଜଳସେଚନ ବିଭାଗ ପକ୍ଷରୁ ହରଭଙ୍ଗା ବ୍ଲକ ପୁରୁଣାକଟକ ଡିଭିଜନ ପକ୍ଷରୁ ଗତ ଦୁଇମାସ ତଳେ କେନାଲ ହୁଡାରେ ଏକ ପିଚୁ ରାସ୍ତା ନିର୍ମାଣ କରାଯାଇଥିଲା । ମାତ୍ର ରାସ୍ତା ନିର୍ମାଣର ଦିନ କେଇଟା ନପୂରୁଣୁ ରାସ୍ତାର ବହୁତ ସ୍ଥାନରେ ଫାଟ ସୃଷ୍ଟି ହେବା ସହିତ  ଏହାର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା ସ୍ପଷ୍ଟ ହୋଇଛି । ଏଭଳି ନିମ୍ନମାନର ପିଚୁରାସ୍ତା ନିର୍ମାଣ କାର୍ଯ୍ୟ ଉପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ଉଠୁଛି ।

ପ୍ରକାଶ ଯେ ବୌଦ୍ଧ କ୍ଷୁଦ୍ରଜଳସେଚନ ବିଭାଗ ଅଧିନରେ ଥିବା ହରଭଙ୍ଗା ବ୍ଲକ ପୁରୁଣାକଟକ ଡିଭିଜନ ପକ୍ଷରୁ ଲକ୍ଷ୍ମୀନାଳ କେନାଲ ହୁଡାରେ ଚଳିତବର୍ଷ ଏକ ପିଚୁ ରାସ୍ତା ନିର୍ମାଣ କରାଯାଇଥିଲା । ୨୦୨୪-୨୫ ଆର୍ଥୀକ ବର୍ଷରେ ୭୧ଲକ୍ଷ ୩୧ହଜାର ୪୬୮ ଟଙ୍କା ବ୍ୟୟବରାଦରେ ଉକ୍ତ ରାସ୍ତା ନିର୍ମାଣ କରାଯାଇଥିଲା । କିନ୍ତୁ ଦିନ କେଇଟା ଭିତରେ ରାସ୍ତାରେ ଅନେକ ସ୍ଥାନରେ ଫାଟ ହୋଇଛି । ଫଳରେ ଯାତାୟତ ପାଇଁ ଲୋକମାନେ ସମସ୍ୟା ଭୋଗୁଛନ୍ତି । ଏହାକୁ ମରାମତି ସହ ଏନେଇ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀଙ୍କ ଉପରେ କଡାକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ଉଠୁଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories