www.samajalive.in
Monday, December 8, 2025
24.1 C
Bhubaneswar

ଦୁଃଖଦ ; ଜୟପୁରରେ ବିବାହର କିଛି ସମୟ ପରେ ନବ ବର-ବଧୂ ସହ ୫ ମୃତ

ଜୟପୁର : ରାଜସ୍ଥାନର ଜୟପୁରର ଦୌସା-ମନୋହରପୁର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଭଟ୍‌କାବାସ ଗାଁ ନିକଟରେ ଏକ କଣ୍ଟେନର ଓ ଅନ୍ୟ ଏକ ଗାଡି ଧକ୍କା ହୋଇ ୫ ଜଣଙ୍କ ଜୀବନ ଚାଲି ଯାଇଛି । ବିବାହ ସରିବା ପରେ ଫେରିବା ବାଟରେ ବର-କନ୍ୟାଙ୍କ କାର୍‌ କଣ୍ଟେନର ସହ ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଥିବା ସହ ନବ ବର-ବଧୂ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ଅନେକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ମିଳିଥିବା ସୂଚନାନୁସାରେ, ଦୁର୍ଘଟଣାଗ୍ରସ୍ତ କାର୍‌ଟି ଦୌସାରୁୁ ମନୋହରପୁର ଅଭିମୁଖେ ଯାଉଥିଲା। ସେହି ସମୟରେ ସାମ୍ନାରୁ ଆସୁଥିବା କଣ୍ଟେନରଟି ଉକ୍ତ କାର୍‌କୁ ଧକ୍କା ଦେଇଥିଲା। କାର୍‌ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଘଟଣା ବିଷୟରେ ଖବର ପାଇବା ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟିବା ପରେ ଅନେକ ସମୟ ପର୍ଯ୍ୟନ୍ତ ଯାତାୟତରେ ସମସ୍ୟା ଦେଖାଯାଇଥିଲା। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଘଟଣା ଜାଣିବା ପରେ ଉକ୍ତ ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି।

ଛାତିଥରା ଭିଡିଓ ; ଏମିତି ବି ଆସେ ମୃତ୍ୟୁ, ଚାଲୁ ଚାଲୁ ପଡିଗଲେ ୨୫ ବର୍ଷୀୟ ଓକିଲ, କିଛି କ୍ଷଣରେ ଚାଲିଗଲା ଜୀବନ

- Advertisement -

 

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories