www.samajalive.in
Friday, December 5, 2025
26.1 C
Bhubaneswar

ରଥଯାତ୍ରାରେ ଆସିବ ‘ଶମ୍ଭୁ’

ଭୁବନେଶ୍ବର : ରଥଯାତ୍ରାରେ ମୁକ୍ତିଲାଭ କରିବ ଅନୁପମା ମୁଭିଜ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର “ଶମ୍ଭୁ” । ବିଭୂତି ଭୂଷଣ ଜେନା ଏହି ସିନେମାର  ପ୍ରଯୋଜନା  ଦେଇଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀ ଦିଲ୍ଲୀପ ପଣ୍ଡା। ଶମ୍ଭୁ ସିନେମାଟି ସମ୍ପୂର୍ଣ୍ଣ ମନୋରଞ୍ଜନ ଧର୍ମୀ ଓ ସବୁ ବର୍ଗର ଦର୍ଶକଙ୍କୁ ଲକ୍ଷ୍ୟ କରି ନିର୍ମିତ କରାଯାଇଛି ବୋଲି କହିଛନ୍ତି ଡ଼ ରଂଜନୀ ରଞ୍ଜନ।

କାହାଣୀ ଅନୁପମ ଜେନା ଲେଖିଥିବାବେଳେ ପ୍ରଥମ ଥର ପାଇଁ ଜଣେ ନୂତନ ନାୟକଙ୍କୁ ଏ ସିନେମାରେ ସୁଯୋଗ ଦିଆଯାଇଛି। ନାୟକ ଶୁଭମ ଶମ୍ଭୁ ରୂପରେ ରଥଯାତ୍ରାରେ ପରଦାରେ ବାଜିମାତ କରିବାକୁ ଯାଉଛନ୍ତି। ପ୍ରଯୋଜକ ବିଭୁତି ଜେନା ଏ ସିନେମାର୍ ସଫଳତା  ନେଇ ବେଶ ଆଶା ବାନ୍ଧିଛନ୍ତି। ଦୀପକ କୁମାର  ଶମ୍ଭୁ  ସିନେମାର  ସଙ୍ଗୀତ   ନିର୍ଦ୍ଦେଶନା ଦେଇଥିବା ବେଳେ ସହ ପ୍ରଯୋଜକ ଅଛନ୍ତି ବିବେକ ଜେନା ଓ ଅଭିଷେକ ଜେନା ।

- Advertisement -

ଶମ୍ଭୁର ପୋଷ୍ଟର ରିଲିଜ ଉତ୍ସବରେ ଏହି କାହାଣୀର ମୁଖ୍ୟ ଅଭିନେତା  ଶୁଭମ, ଜୀବନ ପଣ୍ଡା ,ଡିସ୍କୋ ରେଡ୍ଡୀ ,ଚିନ୍ତାମଣି  ,ଐଶ୍ୱର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ନାୟିକା ଭୂମିକାରେ ତମନା  ଶୁଭମଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ । ପ୍ରଥମ ଥର ପାଇଁ ଶୁଭମ ଓ ତମନାଙ୍କ ଯୋଡି ଦେଖିବାକୁ ପାଇବେ ଦର୍ଶକ। ଭିନ୍ନ ସ୍ୱାଦର ଏହି ସିନେମାଟିରେ ଜଲିଉଡ଼ର ସୁପରଷ୍ଟାର ପିଉସ ତ୍ରିପାଠୀ ମଧ୍ୟ ଏକ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି। ସିନେମାଟି ରଥଯାତ୍ରାରେ ବଡ ପରଦାରେ ମୁକ୍ତିଲାଭ କରିବ ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories