www.samajalive.in
Thursday, December 11, 2025
14.1 C
Bhubaneswar

ପବନ ବର୍ଷାରେ ଗଞ୍ଜାମ ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି

ଗଞ୍ଜାମ : ଗତ କଲି ସନ୍ଧ୍ୟାରେ ହୋଇଥିବା ବର୍ଷା ଓ ପବନ ଓ ଘଡ ଘଡି ଯୋଗୁଁ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଥିବା ଜଣାପଡିଛି । ବିଶେଷ ଭାବରେ ପରିବା ଚାଷୀମାନେ ଅଧିକ କ୍ଷତି ଗ୍ରସ୍ତ ହୋଇଥିବା ଜଣାପଡିଛି ।  ପବନ ଓ ବର୍ଷା ପ୍ରଭାବରେ ଝାରେଡି ରାଧା ଗୋବିନ୍ଦ ପୁର, ସାନ ରାମଚନ୍ଦ୍ର ପୁର, ସୁବଳୟା, ରାମଗଡ଼ ପ୍ରମୁଖ ପଞ୍ଚାୟତରେ ଜମିରେ ଲାଗିଥିବା ଫୁଲକୋବି, ବନ୍ଧା କୋବି ବୁଣା ଯାଇଥିବା ବିହନ ପଚି ନଷ୍ଟ ହୋଇଯାଇଥିବା ବେଳେ ଭେଣ୍ଡି, ବାଇଗଣ ଓ ଆନ୍ୟାନ୍ୟ ଫସଲ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି ।

ରାସ୍ତାରେ ବଡ଼ ବଡ଼ ଗଛ ଗୁଡିକ  ପଡି ରାସ୍ତା ଅବରୋଧ ହୋଇପଡ଼ିଥିବା ବେଳେ ସିପକୁଡା ପୃଥ୍ୱୀରାଜ ନାହାକଙ୍କ ବାଇକରେ ଏକ ବିଦ୍ୟୁତ ପୋଲ ପଡି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ପାଣି ପଞ୍ଚାୟତ ଦ୍ୱାରା ପ୍ରଦତ୍ତ ସୋଲାର ପ୍ଲେଟ ଭାଙ୍ଗିରୁଜି ଯାଇଛି । ବିଭିନ୍ନ ସ୍ଥାନରେ ବିଦ୍ୟୁତ ତାର ଛିଡି ପଡିଛି । କଣ୍ଟାପଡା ଛକଠାରୁ ସିପକୁଦା, କଣ୍ଟାପଡା ଛକରୁ ବିଟି ନୁଆଁ ଗାଁ ବାଲିବଗଡ଼ ଠାରୁ ପାଲୁରୁ ଗଡ଼,୧୬ ନମ୍ବର ଜାତୀୟ ରାଜପଥରେ ବୁରୁଡି ଠାରୁ ହୁମ୍ମା ମଧ୍ୟରେ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା । ଏନେଇ ଖବର ଗଞ୍ଜାମ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଅଚ୍ୟୁତାନନ୍ଦ ଜାନିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସଙ୍ଗେ ସଙ୍ଗେ ସେ  ଦମକଳ ବାହିନୀକୁ ଯୋଗାଯୋଗ କରିବା ସହ ନିଜେ ଉପସ୍ଥିତ ରହି ରାସ୍ତା ଅବରୋଧ ହଟାଇବା ବ୍ୟବସ୍ଥା କରାଇଥିଲେ । ଗତ କାଲିଠାରୁ ବିଦ୍ୟୁତ ସରବରାହ ବନ୍ଦ ରହିଥିବା ଯୋଗୁଁ ଅଂଚଳବାସୀ ନାହିନଥିବା ଆସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି  । ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ସହାୟତା ପାଇଁ ସରକାର ପଦକ୍ଷପ ନେବାକୁ ଅଂଚଳବାସୀ ଦାବି କରିଛନ୍ତି ।

Hot this week

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

Related Articles

Popular Categories