www.samajalive.in
Tuesday, December 9, 2025
16.1 C
Bhubaneswar

ଯୋଗ ପ୍ରାଣାୟାମ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଆଠଗଡ : ଆଠଗଡ ବୁଦ୍ଧିଜୀବୀ ବରିଷ୍ଠ ନାଗରିକ ସଂଘ ପରିସରରେ ଓଡିଶା ରାଜ୍ୟ ସରକାରଙ୍କ ଅବଦାନ ଯୋଜନା ସହାୟତାରେ ଏକ ଯୋଗ ଓ ପ୍ରାଣାୟାମ ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ସଭାପତି ଇଂ ଶିବ ପ୍ରସାଦ ପଣ୍ଡାଙ୍କ ପୌରାହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଯୋଗକେନ୍ଦ୍ରର ସଭାପତି ଯୋଗଗୁରୁ ଡାକ୍ତର ଗୋକୁଳାନନ୍ଦ ପତ୍ରୀ ଯୋଗଦେଇ ଯୋଗର ଓ ପ୍ରାଣାୟାମ ମୂଳତତ୍ତ୍ବ ଏବଂ ଏହାର ଉପକାରିତା ଉପରେ ବିସ୍ତୃତ ଆଲୋକପାତ କରିଥିଲେ । ଏଥି ସହିତ ଯୋଗର ପ୍ରକାର ଭେଦ ଏବଂ ନିୟମିତ ଯୋଗର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ବିଶାରଦ ପ୍ରଫୁଲ୍ଲ କୁମାର ପଟ୍ଟନାୟକ ଯୋଗର ବିଭିନ୍ନ ଦିଗ ଓ ଅଷ୍ଟାଙ୍ଗ ଯୋଗ ସମ୍ୱନ୍ଧରେ ଆଲୋଚନା କରିଥିଲେ । ଯୋଗ ପ୍ରଶିକ୍ଷିକା ନଳିନୀ ପଣ୍ଡା ଯୋଗ ସମ୍ପର୍କରେ ନିଜର ଅଭିମତ ରଖିଥିଲେ । ସଂଘର ସଭ୍ୟା ପୁଲିନ ମିଶ୍ର କାର୍ଯ୍ୟକ୍ରମ ଉପରେ ତାଙ୍କର ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ । ବହୁ ସଂଖ୍ୟାରେ ବରିଷ୍ଠ ନାଗରିକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଯୋଗ ଓ ପ୍ରାଣାୟାମ ଉପରେ ଅନେକ କିଛି ଶିକ୍ଷା ଲାଭ କରିପାରିଥିଲେ । କାର୍ଯ୍ୟକ୍ରମକୁ ସଙ୍ଘର ସମ୍ପାଦକ ଗିରୀଶ କୁମାର ମିଶ୍ର ପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ସୁରେଶ କୁମାର ବେଉରା, ବିଜୟ କୁମାର ପ୍ରଧାନ, ଇଂ ଉମେଶ ଚନ୍ଦ୍ର ସାହୁ, ପ୍ରମୋଦ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories