www.samajalive.in
Saturday, December 13, 2025
26.1 C
Bhubaneswar

ସରୁନି ଡ୍ରେନ୍ କାମ, ବର୍ଷା ଜଳରେ ଭାସୁଛି ଗାଁ ଦାଣ୍ଡ

ଗୁରୁଡିଝାଟିଆ : ଗାଁ ଦାଣ୍ଡରେ ଦେଢ଼ ଫୁଟ ବର୍ଷା ପାଣି। ଘରୁ ବାହାରିବା ବିପଦପୂର୍ଣ୍ଣ ହୋଇପଡିଛି। ନିଷ୍କାସନ ବ୍ୟବସ୍ଥା ନଥିବାରୁ ବର୍ଷା ଜଳ ଜମି ରହିଛି। ଏଭଳି ଦୂରାବସ୍ଥା ଦେଖାଯାଇଛି କଖଡି ଗାଁର ପାଲାତୋଟା ସାହିରେ । ଆଜି ଅପରାହ୍ନରେ ମୁଷଳ ଧାରାରେ ବର୍ଷା ହେବା ଯୋଗୁଁ ଜଳାବର୍ଣ୍ଣ ହୋଇଯାଇଥିଲା ଗାଁ ଦାଣ୍ଡ ଓ ସାହି । ବର୍ଷା ଛାଡ଼ିବା ପରେ ଲୋକମାନେ ଦୈନଦିନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଆଣିବା ପାଇଁ ବଜାରକୁ ଗଲାବେଳେ ଘୋର ଅସୁବିଧାର ସମ୍ମୁଖୀନ ହୋଇ ବର୍ଷା ଜଳରେ ପଶି କରି ରାତ୍ରିରେ ଯାଆ ଆସ କରିବାକୁ ବାଧ୍ୟ ହେଉଛନ୍ତି। ପ୍ରକାଶଯୋଗ୍ୟ ପୁରୁଣା କଟକ ସମ୍ବଲପୁର ରାସ୍ତାର ପ୍ରସାରଣ ଓ ଉନ୍ନତି କରଣ କାର୍ଯ୍ୟ ଚାଲୁଅଛି। ଏପର୍ଯ୍ୟନ୍ତ ସମାପନ ହୋଇ ନଥିବା ବେଳେ ଡ୍ରେନ ନିର୍ମାଣ କାର୍ଯ୍ୟ ମଧ୍ୟ ଅଧା ଅଟକିଛି। ଯାହା ଫଳରେ ବର୍ଷା ଜଳ ନିଷ୍କାସନ ନ ହୋଇପାରି ଜମି ରହିବା ଯୋଗୁଁ ସମସ୍ୟା ଦେଖାଦେଇଛି। ଆଗାମୀ ଦିନରେ ବର୍ଷା ଋତୁ ବେଳେ ସାହିର ଲୋକମାନେ ଜଳ ଘେରି ଭିତରେ ରହିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ଏବେଠୁ ଗାଁ ଲୋକ କହିଲେଣି। ତେଣୁ ରାସ୍ତା ଓ କୋଠା ବାଡ଼ି ବିଭାଗର ଯନ୍ତ୍ରୀ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories