କଲ୍ୟାଣସିଂହପୁର : ଓଡ଼ିଶା ସରକାର ଜଙ୍ଗଲ, ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଶ୍ରେଷ୍ଠ ଇକୋ-କ୍ଲବ ସମ୍ମାନ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟର ବିଭିନ୍ନ ଇକୋ – କ୍ଲବ ପକ୍ଷରୁ କରାଯାଇଥିବା ପରିବେଶ ଆଧାରିତ ଜୀବନଶୈଳୀ ଏବଂ ପରିବେଶ ଅନୁକୂଳ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ରାଜ୍ୟରେ ପ୍ରଥମ ସ୍ଥାନ ଏବଂ ଜାତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ସରକାରୀ ଉଚ୍ଚ ବିଦ୍ୟାଳୟ, ଶିକରପାଇ,ରାୟଗଡ଼ା ଇକୋ – କ୍ଲବ୍ କୁ ୨୦,୦୦୦ (କୋଡ଼ିଏ ହଜାର)ପୁରସ୍କାର ସହ ପ୍ରମାଣ ପତ୍ର ପ୍ରଦାନ କରାଗଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ,ମୁଖ୍ୟ ଶାସନ ସଚ଼ିବ ମନୋଜ ଆହୁଜା (ଆଇ .ଏ .ଏସ୍), ଓଡ଼ିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚୀବ ସୁରେନ୍ଦ୍ର କୁମାର, ମୁଖ୍ୟ ବନ ସଂରକ୍ଷଣ ଭାବେ ସୁରେଶ ପନ୍ତ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ରଣ ବୋର୍ଡ ସଚ଼ିବ ଉମା ନନ୍ଦୁରୀ ଉପସ୍ଥିତି ରହି କାର୍ଯ୍ୟ କ୍ରମରେ ଭାରପ୍ରାପ୍ତ ଇକୋ କ୍ଲବ ଶିକ୍ଷକ ତାପସ କୁମାର ଦଳାଇ ଗ୍ରହଣ ଯୋଗଦେବା ସହ ସମସ୍ତ ଜିଲ୍ଲାର ପ୍ରକଳ୍ପ ମଧ୍ୟରୁ ଶ୍ରୀମାନ ରଞ୍ଜୀତ ପଣ୍ଡା ,ସରକାରୀ ଉଚ୍ଚ ବିଦ୍ୟାଳୟ , ଶିକରପାଇର ନବମ ଶ୍ରେଣୀର ଛାତ୍ର ବିଭିନ୍ନ ଅଳିଆ ଆବର୍ଜ୍ଜନାରୁ ଇକୋ ବ୍ରିକ୍ ପ୍ରସ୍ତୁତ କରି କିପରି ଜୀବିକା ଅର୍ଜନ କରିହେବ ସୁନ୍ଦର ବାର୍ତ୍ତା ନେଇ ଦର୍ଶକ ମନକୁ ଛୁଇଁଯାଇଥିଲା । ଏଥିସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ଗିରି ସ୍ୱାଗତ ପଦକ୍ଷେପକୁ ଉତ୍ସାହିତ କରି ଆଗକୁ ଆହୁରି ବଢିବା ପାଇଁ ବାର୍ତ୍ତା ବହନ କରି ଖୁସି ହୋଇଥିଲେ । ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ତତ୍ ସହ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସମେତ ଶିକରପାଇ ଗ୍ରାମର ଗ୍ରାମବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।
Popular Categories



