ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରବଳ ପବନ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହୋଇଛି । ବିଭିନ୍ନ ସ୍ଥାନରେ ଗଛ ପଡିବା ସହ ଯାତାୟତ ମଧ୍ୟ ବାଧା ପ୍ରାପ୍ତ ହୋଇଛି । ଦିନ ତମାମ ପ୍ରବଳ ଖରା ହୋଇଥିବା ବେଳେ ଅପରାହ୍ନ ୩ଟା ପରେ ପ୍ରବଳ ଘଡଘଡି ବିଜୁଳି ସହ ପବନ ବହି ବର୍ଷା ହୋଇଥିଲା । ବର୍ଷାରେ ଭୃଙ୍ଗି ଯୋଡି ପଞ୍ଚାୟତର କଡୁରାହା ଗାଁ ରାସ୍ତାରେ ପ୍ରବଳ ବର୍ଷା ପବନରେ ଗଛ ଭାଙ୍ଗି ପଡିବାରୁ ତଳେ ରଖାଯାଇଥିବା ଡାଲା ବୋଲେରୋରେ ପଡିଥିଲା । ଗଛ ପଡିବା ଦ୍ୱାରା ଡାଲା ଗାଡିର କିଛି ଭାଙ୍ଗି କ୍ଷତି ହୋଇଥିଲା । ପରେ ଗାଁ ଲୋକେ ଫିରିଙ୍ଗିଆ ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରିବା ପରେ ଘଟଣାସ୍ଥଳରେ ଫିରିଙ୍ଗିଆ ଅଗ୍ନିଶମ ବାହିନୀ ପହଞ୍ଚି ଗଛ କାଟିବା ସହ ଗାଡିକୁ ବାହାର କରିଥିଲେ । ତେବେ ଦୀର୍ଘ ୩ ଘଣ୍ଟା ଅକ୍ଲାନ୍ତ ଚେଷ୍ଟା ପରେ ରାସ୍ତା ଏବଂ ଗାଡି ଉପରୁ ପଡ଼ିଥିବା ଗଛ କୁ ସଫା କରାଯାଇଥିଲା । ଫିରିଙ୍ଗିଆ ଅଗ୍ନିଶମ ବାହିନୀର ଅଧିକାରୀ ସରୋଜ କୁମାର ମହାପାତ୍ରଙ୍କ ସହ ହାବିଲଦାର ବିଜୟନନ୍ଦ ଭୋଳ, ସାଗର ଜେନା, ରାମକୃଷ୍ଣ ସ୍ୱାଇଁ, ଲକ୍ଷ୍ମୀଧର ସାହୁ, କାନ୍ହୁ ପାତ୍ର ଗାଁ ଲୋକଙ୍କ ସହାୟତାରେ ଗଛ କାଟି ସଫା କରିଥିଲେ ।
Popular Categories



