www.samajalive.in
Monday, December 8, 2025
27.1 C
Bhubaneswar

ରେଙ୍ଗାଳବେଡା ହୁଡ଼ି ସାହିରେ ଜଳ ସଙ୍କଟ

ପାଟଣା : ସାହାରପଡା ବ୍ଲକ କପୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ଚୁଟିଆପଶି ରେଙ୍ଗାଳବେଡା ହୁଡ଼ି ସାହିରେ ପିଇବା ପାଣିର ଘୋର ସଙ୍କଟ ଦେଖାଯାଇଛି। ଏଠାରେ ଅନେକ ଦିନ ହେଲାଣି ଓଭର ହେଡ ପାଣି ଟାଙ୍କି ନିର୍ମାଣ ସରିଥିଲେ ମଧ୍ୟ ତାହା କାର୍ଯ୍ୟ କାରି ହୋଇପାରି ନାହିଁ। ସାହିର ଲୋକେ ଏବେବି ବର୍ଷ ବର୍ଷର ପୁରୁଣା ଭଙ୍ଗା ଏକ ମାତ୍ର ନଳକୂଅ ଉପରେ ନିର୍ଭର କରୁଛନ୍ତି। ଏହି ସାହିରେ ୧୦୦ ରୁ ଉର୍ଦ୍ଧ୍ୱ ଲୋକେ ବସବାସ କରିଆସୁଥିବା ବେଳେ ଏକମାତ୍ର ନଳକୂପ ପାଣି ଯୋଗାଇ ପାରୁନାହିଁ। ଖରା ଦିନରେ ଏହି ନଳକୂପରେ ଯଥେଷ୍ଟ ପାଣି ନଥିବା ବେଳେ ନାଲି ଗୋଳିଆ ପାଣି ବାହାରୁ ଥିବାରୁ ତାହା ବ୍ୟବହାର ଯୋଗ୍ୟ ହୋଇ ପାରୁନାହିଁ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଏହି ନାଲି ପାଣିକୁ ବାଧ୍ୟ ହୋଇ କପଡ଼ାରେ ଛାଣି ନେଉଛନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥିବା ବେଳେ ଗାଁରେ ଝାଡ଼ାବାନ୍ତି ଆଶଙ୍କା ଦେଖା ଦେଇଛି। ଏଥିପ୍ରତି ବ୍ଲକ ପ୍ରଶାସନ ତୁରନ୍ତ ପଦକ୍ଷେପ ନନେଲେ ଗ୍ରାମର ମହିଳା ମାନେ ଗରା ବାଲଟି ଧରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।

ଅସଦାଚରଣ ମାମଲାରେ ଅଭିଯୁକ୍ତକୁ କାରାଦଣ୍ଡ 

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories