www.samajalive.in
Saturday, December 13, 2025
26.1 C
Bhubaneswar

ହଲିଉଡ଼ ଶିଳ୍ପକୁ ଶକ୍ତ ଧକ୍କା: ଲୋକପ୍ରିୟ ଅଭିନେତାଙ୍କୁ ଗୁଳି କରି ହତ୍ୟା

ସମାଜ ଡିଜିଟାଲ ଡେସ୍କ: ହଲିଉଡ଼ରୁ ଏକ ଅଶ୍ଚର୍ଯ୍ୟଜନକ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଲୋକପ୍ରିୟ ଅଭିନେତା ତଥା ‘କିଙ୍ଗ୍‌ ଅଫ୍‌ ଦି ହିଲ୍‌’ରେ ଜନ୍ ରେଡକର୍ନ ଚରିତ୍ର ପାଇଁ କଣ୍ଠଦାନ କରିଥିବା ଜୋନାଥନ ଜୋସ୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଆମେରିକାର ସାନ୍ ଆଣ୍ଟୋନିଓ ସହରରେ ଘଟିଥିବର ଏହି ଘଟଣା ଫିଲ୍ମ ଏବଂ ଟେଲିଭିଜନ ଶିଳ୍ପକୁ ଦୋହଲାଇ ଦେଇଛି। ୫୯ ବର୍ଷୀୟ ଅଭିନେତାଙ୍କର ରବିବାର ସନ୍ଧ୍ୟାରେ ମୃତ୍ୟୁ ଘଟିଛି।

- Advertisement -

ଖବର ମୁତାବକ, ତାଙ୍କ ପଡ଼ୋଶୀଙ୍କ ସହ କୌଣସି କଥାକୁ ନେଇ ତାଙ୍କୀ ଝଗଡ଼ା ହୋଇଥିଲା। ଯୁକ୍ତିତର୍କ ଏତେ ବଢ଼ି ଯାଇଥିଲା ଯେ ଅଭିଯୁକ୍ତଜଣକ ରାଗିଯାଇ ଗୁଳି ଚଳାଇଥିଲା, ଯେଉଁଥିରେ ଜୋନାଥନଙ୍କ ଦେହରେ ଏକାଧିକ ଗୁଳି ବାଜିଥିଲା ​​ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ସୂଚନାନୁଯାୟୀ, ଅଭିଯୁକ୍ତର ପରିଚୟ ୩୭ ବର୍ଷୀୟ ସିଗଫ୍ରେଡୋ ଆଲ୍‌ଭାରେଜ-ସେଗା ବୋଲି ଜଣାପଡ଼ିଛି। ଗୁଳି କରିବା ପରେ ସେ ନିଜ କାରରେ ଫେରାର ହୋଇଯାଇଥିଲା, କିନ୍ତୁ କିଛି ଦୂର ଯିବାପରେ ପୁଲିସ ତାଙ୍କୁ ଗିରଫ କରିଥିଲା।

ସୂଚନାଯୋଗ୍ୟ, ହଲିଉଡରେ ଜୋନାଥନ ଜୋସ୍‌ଙ୍କ କ୍ୟାରିଅର ଅତ୍ୟନ୍ତ ପ୍ରଶଂସନୀୟ ଥିଲା। ସେ ଆନିମେଟେଡ୍ ସିରିଜ୍ ‘କିଙ୍ଗ୍ ଅଫ୍ ଦି ହିଲ୍’ରେ ଦ୍ୱିତୀୟରୁ ତ୍ରୟୋଦଶ ସିଜିନ୍ ପର୍ଯ୍ୟନ୍ତ ଜନ୍ ରେଡକର୍ନ ଚରିତ୍ର ପାଇଁ କଣ୍ଠଦାନ କରିଥିଲେ। ଏହି ଚରିତ୍ର ମାଧ୍ୟମରେ ସେ ପରଦାରେ ମୂଳ ଆମେରିକୀୟ ସମ୍ପ୍ରଦାୟର ସ୍ୱରକୁ ଦୃଢ଼ ଭାବରେ ଉପସ୍ଥାପନ କରିଥିଲେ। ଏହା ବ୍ୟତୀତ ‘ପାର୍କସ୍ ଆଣ୍ଡ୍ ରିକ୍ରିଏସନ୍’ରେ ଚିଫ୍‌ କେନ୍ ହୋଟେଟ୍ ଭୂମିକାରେ ମଧ୍ୟ ସେ ଦର୍ଶକଙ୍କ ହୃଦୟରେ ଗଭୀର ଛାପ ଛାଡ଼ିଛନ୍ତି। ସେହିପରି ‘ଟୁଲ୍ସା କିଙ୍ଗ୍‌’, ‘ରେ ଡୋନୋଭାନ’, ‘ଟ୍ରୁ ଗିଫ୍ଟ’ ଓ ‘ଦି ମ୍ୟାଗ୍ନିଫିସେଣ୍ଟ ସେଭେନ୍‌’ ଭଳି ଅନେକ ଚଳଚ୍ଚିତ୍ର ଓ ଶୋ’ରେ ମଧ୍ୟ ସେ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories