www.samajalive.in
Monday, December 8, 2025
24.1 C
Bhubaneswar

ଦେଖନ୍ତୁ ଭିଡିଓ: ଅଟୋ ଚାଳକଙ୍କୁ ଚପଲରେ ପିଟିଲେ ମହିଳା, ଥାନାରେ ଗୋଡ଼ ଧରି ଭୁଲ ମାଗିଲେ

ସମାଜ ଡିଜିଟାଲ ଡେସ୍କ: ଅଟୋ ଚାଳକଙ୍କୁ ସର୍ବସମ୍ମୁଖରେ ଚପଲରେ ପିଟିଲେ ମହିଳା। ପରେ ମାମଲା ଥାନାକୁ ଯିବାରୁ ମହିଳା ଜଣକ ସେହି ଅଟୋ ଚାଳକ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଗୋଡ଼ ଧରି ଭୁଲ ମାଗିଛନ୍ତି। କେବଳ ସେ ନୁହନ୍ତି, ତାଙ୍କ ସ୍ଵାମୀଙ୍କୁ ବି ଅଟୋ ଚାଳକଙ୍କ ଗୋଡ଼ ଧରି ଭୁଲ ମାଗିବାକୁ ପଡ଼ିଛି। ଘଟଣାଟି ଘଟିଛି ବେଙ୍ଗାଲୁରୁ ସହରରେ। ଉଭୟ ଘଟଣାର ଦୃଶ୍ୟ ସମ୍ବଳିତ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି।

ସୂଚନା ଅନୁସାରେ, ମହିଳା ଜଣକ ହେଉଛନ୍ତି ଜଣେ ୨୮ ବର୍ଷୀୟା ସଫ୍ଟଓ୍ବେର ଇଞ୍ଜିନିୟର ପଙ୍ଖୁରୀ ମିଶ୍ରା। ଶନିବାର ଅପରାହ୍ନରେ ସେ ତାଙ୍କ ସ୍ଵାମୀଙ୍କ ସହିତ ସ୍କୁଟି ପଛ ସିଟରେ ବସି ସେଂଟ୍ରୋ ମଲ ସାମ୍ନାରେ ଅଟକିଥିଲେ। ଏହି ସମୟରେ ଏକ ଅଟୋ ଆସି ତାଙ୍କ ନିକଟରେ ହଠାତ୍‌ ଅଟକିଥିଲା। ଅଟୋର ଏକ ପାର୍ଶ୍ବ ପଙ୍ଖୁରୀଙ୍କ ଶରୀରକୁ ସାମାନ୍ୟ ସ୍ପର୍ଶ କରିଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ପଙ୍ଖୁରୀ ଅଟୋ ଚାଳକ ୩୩ ବର୍ଷୀୟ ଲୋକେଶଙ୍କୁ ପ୍ରଥମେ ଗାଳିଗୁଲଜ କରିଥିଲେ। ଲୋକେଶ ଭୁଲବଶତଃ ଏପରି ହୋଇଥିବା କହିବା ସତ୍ବେ ପଙ୍ଖୁରୀ ତାଙ୍କୁ ବାରମ୍ବାର ଗାଳିଗୁଲଜ କରିଚାଲିବା ସହିତ ଶେଷରେ ନିଜ ଚପଲରେ ତାଙ୍କୁ ମାଡ଼ ମାରିଥିଲେ। ସେଠାରେ ଉପସ୍ଥିତ କିଛି ଲୋକ ମହିଳାଙ୍କୁ ବିରୋଧ କରିଥିଲେ। ହେଲେ ପଙ୍ଖୁରୀ ସ୍ଥାନୀୟ ଲୋକଙ୍କ କଥା ବି ଶୁଣି ନ ଥିଲେ। ସେମାନଙ୍କୁ ବି ସେ କନ୍ନଡ଼ ଭାଷି ନିଜ ଲୋକଙ୍କୁ ସମର୍ଥନ କରୁଛ ବୋଲି କହିଥିଲେ। ଲୋକେଶଙ୍କ ଅଭିଯୋଗକ୍ରମେ ପୁଲିସ ଏକ ମାମଲା ରୁଜୁ କରି ପଙ୍ଖୁରୀଙ୍କୁ ଗିରଫ କରିଥିଲା। ରବିବାର ଆଲୋଚନା ପାଇଁ ପଙ୍ଖୁରୀଙ୍କ ସ୍ଵାମୀ, ସାଙ୍ଗସାଥୀଙ୍କ ସମେତ ଲୋକେଶ ଓ ତାଙ୍କ ପରିବାର ଲୋକେ, ଅନ୍ୟ ଅଟୋଚାଳକ ଏବଂ କିଛି ପ୍ରତ୍ୟକ୍ଷଦର୍ଶୀ ଥାନାରେ ପହଞ୍ଚିଥିଲେ।

- Advertisement -

ଥାନାରେ ପଙ୍ଖୁରୀ ଏବଂ ତାଙ୍କ ସ୍ଵାମୀ ଅଟୋ ଚାଳକ ଲୋକେଶ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଗୋଡ଼ ଧରି କ୍ଷମା ମାଗିଥିଲେ। ସେ ଗର୍ଭବତୀ ଥିବାରୁ କାଳେ ଅଟୋ ଧକ୍କାରେ ତଳେ ପଡ଼ିଯିବେ, ସେହି ଭୟରେ ଏଭଳି କରିଥିବା କହିଥିଲେ। ପୁଲିସ ପରେ ତାଙ୍କୁ ଥାନାରୁ ଜାମିନରେ ଛାଡ଼ିଥିଲା।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories