www.samajalive.in
Friday, December 5, 2025
26.1 C
Bhubaneswar

ମଙ୍ଗଳବାର ରାଶିଫଳ: କୃପଣ ଓ ଲୋଭୀ ହେବେ ଏହି ରାଶିର ବ୍ୟକ୍ତି

ମେଷ: କ୍ରୋଧୀ ହୋଇପାରନ୍ତି। ପରସେବକ ହେବେ। କୃପଣ ଓ ଲୋଭୀ ହେବେ। ବିଦେଶ ଯାତ୍ରୀ ହୋଇପାରନ୍ତି। ଲୋକ ପୂଜ୍ୟ ହେବେ। ନିଷ୍ଠୁର ହେବେ। କର୍ମ ଚଞ୍ଚଳ ରହିବେ ଓ ଧନଶାଳୀ ହେବେ।

ବୃଷ:  ଦେବ କାର୍ଯ୍ୟ ସମ୍ପାଦିତ କରିପାରିବେ। ବିଚିତ୍ର ବସନ ପରିଧାନରେ ଆଗ୍ରହୀ ହେବେ। କୃତ୍ରିମ କର୍ମରେ ତତ୍ପରତା ପ୍ରକାଶ ପାଇବ। ଧାତୁବାଦରେ ଧନ ବ୍ୟୟ କରିବେ। ପତ୍ନୀ ସହାୟିତା ହେବେ।

- Advertisement -

ମିଥୁନ: ପ୍ରତ୍ୟେକ କ୍ଷେତ୍ରରେ ବିଶେଷ ଲାଭବାନ୍‌ ହେବେ। ପତ୍ନୀ ପ୍ରୀତି ପ୍ରତିମା ହେବେ। ବସ୍ତ୍ର ପ୍ରାପ୍ତିର ସୂଚନା ମିଳୁଛି। ପୁଷ୍ପା ଭରଣ ହୋଇପାରନ୍ତି। ଖାଦ୍ୟ, ପେୟରେ ପ୍ରସିଦ୍ଧି ଲାଭ କରିବେ।

କର୍କଟ: ବୃକ୍ଷ ରୋପଣରୁ ଧନ ଅର୍ଜନ କରିବେ। ଲୋକଙ୍କ ଦ୍ବାରା ପରିବେଶ ସୁରକ୍ଷା କରିପାରିବେ। ଜଳ ସଙ୍କଟ ପାଇଁ କୂପ ଖନନରେ ମନ ଦେବେ। ଘାଟ ନିଲାମରୁ ଧନ ଅର୍ଜନ କରିବେ।

ସିଂହ: ସର୍ବଧର୍ମ ସମନ୍ବୟ ରକ୍ଷା କରିବେ। ସ୍ବଧର୍ମରୁ ବିଚ୍ୟୁତ ହେବେନାହିଁ। ତୀର୍ଥ ସେବାକାରୀ ଭାବେ ବିଖ୍ୟାତ ଖ୍ୟାତି ଅର୍ଜନ କରିବେ। ବିଜୟୀ ସ୍ବଭାବର ହେବେ। ଅଜାତ ଶତ୍ରୁ ହେଇପାରନ୍ତି।

କନ୍ୟା:  ଅନ୍ୟାୟର ଘୋର ବିରୋଧୀ ହେବେ। ଦରକାର ପଡ଼ିଲେ ନ୍ୟାୟରୁ ମୁକ୍ତି ପାଇଁ ରକ୍ତାକ୍ତ ସଂଗ୍ରାମ କରି ନିଜେ ଆହତ ହେବା ସହିତ ଧର୍ମର ରକ୍ଷା କରିବେ। ସତର୍କତାର ସହ ବୁଝିବିଚାରି କାର୍ଯ୍ୟ କରିବେ।

ତୁଳା:  ପତ୍ନୀ ଗୁଣବତୀ ହେବେ। ବିବିଧ ଗୁଣ ଯୁକ୍ତା ହେଇପାରନ୍ତି। ପଦାର୍ଥ ପ୍ରିୟା ହେବେ। ଧର୍ମଯୁକ୍ତା ହୋଇପାରନ୍ତି। ବହୁ ପୁତ୍ରା ହେବାର ସୂଚନା ମିଳୁଛି। ବିନୀତା ସ୍ବଭାବ ଯୁକ୍ତା ହେବେ।

ବିଛା: କାହାରି ଆଶ୍ରିତ ନହୋଇ ନିଜ ବୁଦ୍ଧି ବଳରେ ଭବିଷ୍ୟତ ନିର୍ମାଣ କରିବେ। ବ୍ୟବସାୟାଦି ବିଭିନ୍ନ କର୍ମକରି ଶୀଳଧନ ପ୍ରାପ୍ତ ହେବେ। ଲୋକ ସମ୍ପର୍କ ବୃଦ୍ଧି ହେବ। ଯୁବ ସମାଜକୁ ଦିଗ୍‌ଦର୍ଶନ ଦେବେ।

ଧନୁ: ଗୁଣବାନ୍‌ ଓ ସଚରିତ୍ର ପୁତ୍ର ଯୁକ୍ତ ହେବେ। ଶକ୍ତିମାନ, କୌଶଳୀ ଓ ଶତ୍ରୁ ଦମନକାରୀ ହେଇପାରନ୍ତି। ଶତ୍ରୁ ହନ୍ତା ହେବା ଆଶା କରାଯାଏ। ସେବାପ୍ରିୟ ହେବେ। ମାନ, ସମ୍ମାନ ଯୁକ୍ତ ହେବେ।

ମକର: ଜଳାଶୟ ନିର୍ମାଣାଦି ଧର୍ମ କାର୍ଯ୍ୟ କରିବା ସହିତ ଧନପ୍ରାପ୍ତ ହେବାର ସୂଚନା ମିଳୁଛି। ଜଣେ ଉତ୍ତମ ସଂଗଠକ ଓ ନଷ୍ଠାପର କର୍ମୀ ହେବେ। ଜିଦ୍‌ଖୋର ମନୋବୃତ୍ତିର ହେବେ। ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିପାରନ୍ତି।

କୁମ୍ଭ: ଯେତେ ଅପରାଧ କରିଥିଲେ ବି, ନିଜ ଗୁଣରେ ଜଣେ କ୍ଷମାବାନ୍‌ ବ୍ୟକ୍ତିବିଶେଷ ଭାବେ କ୍ଷମା କରିବେ। କୃତଜ୍ଞ ହେବେ। ସତ୍ୟ ଯୁକ୍ତ ହେବେ। ପଣ୍ଡିତମାନଙ୍କ ସହିତ ମିତ୍ରତା କରିବେ।

ମୀନ:  ବହୁ ଉପାୟରେ ଧନ ଅର୍ଜନ କରିପାରନ୍ତି। ଏପରିକି ଉପବାସାଦି କ୍ରିୟାରୁ ଧନ ସଞ୍ଚୟ କରିବେ। ଧର୍ମ, କ୍ରିୟାରେ ବିଦ୍ୟା ପ୍ରଭାବରେ ବ୍ୟବସାୟରେ ମାତାପିତାଙ୍କ କଲ୍ୟାଣରୁ ଧନପ୍ରାପ୍ତି ହେବ।

Hot this week

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

Related Articles

Popular Categories