www.samajalive.in
Sunday, December 14, 2025
26.1 C
Bhubaneswar

ବିଭିନ୍ନ ଶୈବପୀଠରେ ଶିବ ବିବାହ ସମ୍ପନ୍ନ

ପିପିଲି: ପିପିଲି କୋର୍ଟ ଛକସ୍ଥିତ ପ୍ରଭୁ ଶ୍ରୀ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ବିବାହ ଉତ୍ସବ ଶନିବାର ରାତିରେ ଧୁମ୍‍ଧାମରେ ସଂପନ୍ନ ହୋଇଛି। ରବିବାର ସନ୍ଧ୍ୟାରେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବ ଶୀତଳଷଷ୍ଠୀ ଯାତ୍ରାରେ ନଗର ପରିକ୍ରମା କରିବେ।

ଶନିବାର ମଧ୍ୟାହ୍ନରେ ହୁଙ୍କେଶ୍ୱରଦେବ ଯୁବ ପରିଷଦର କର୍ମକର୍ତ୍ତା ଓ ଖଣ୍ଡିଆଗିରୀ ଗ୍ରାମବାସୀ ଶୋଭାଯାତ୍ରାରେ ଆସି ପ୍ରଭୁ ଶ୍ରୀ ବାଲୁଙ୍କେଶ୍ୱର ଦେବଙ୍କୁ ପରମ୍ପରା ଅନୁଯାୟୀ ବର ନିମନ୍ତ୍ରଣ କରିବାକୁ ତାଙ୍କ ମନ୍ଦିରରେ ପହଞ୍ଚିଥିଲେ। ଅପରାହ୍ନ ୬ଟାରେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମାକୁ ସୁସଜ୍ଜିତ ବିମାନରେ ବରଯାତ୍ରୀ ଦଳ ସହ ଖଣ୍ଡିଆଗିରୀସ୍ଥିତ ପ୍ରଭୁ ଶ୍ରୀହୁଙ୍କେଶ୍ୱରଦେବଙ୍କ ମନ୍ଦିରକୁ ନିଆଯାଇଥିଲା। ସେଠାରେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱରଦେବ ଓ ପ୍ରଭୁ ଶ୍ରୀ ହୁଙ୍କେଶ୍ୱରଦେବଙ୍କ ମଧ୍ୟରେ ପାରମ୍ପରିକ ଭେଟଭାଟ କାର୍ଯ୍ୟକ୍ରମ ବିଧି ମୁତାବକ ସଂପନ୍ନ ହୋଇଥିଲା। ସନ୍ଧ୍ୟା ୭ଟାରେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱରଦେବ ସେଠାରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ବରଯାତ୍ରୀଙ୍କ ସହ ବାହାରି ଫାୟାର ଷ୍ଟେସନ ଛକ, ବ୍ଲକଛକ, ଡାକ୍ତରଖାନା ଛକ, ମଢିଆଳି ଛକ ଦେଇ ନିଜ ମନ୍ଦିରରେ ପହଞ୍ଚିଥିଲେ। ରାତି ସାଢେ ୯ଟାରେ ମନ୍ଦିର ପରିସରରେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ସହ ଦେବୀ ପାର୍ବତୀଙ୍କ ବିବାହ ଉତ୍ସବ ଧୁମ୍‍ଧାମରେ ସଂପନ୍ନ ହୋଇଥିଲା। ସମାଜସେବୀ ଗୌରହରି ସାହୁ ଓ ତାଙ୍କ ପତ୍ନୀ ରାଧାମଣୀ ସାହୁ ବରପକ୍ଷ ହୋଇଥିବା ବେଳେ ସମାଜସେବୀ ରଘୁନାଥ କାସ୍ତ ଓ ତାଙ୍କ ପତ୍ନୀ ପ୍ରତିମା କାସ୍ତ କନ୍ୟାପକ୍ଷର ପିତାମାତା ଭାବେ ଦାୟିତ୍ୱ ତୁଳାଇଥିଲେ।

- Advertisement -

ଗଞ୍ଜାମ: ଗଞ୍ଜାମ ବ୍ଲକ ଓ ଏନଏସି ଅନ୍ତର୍ଗତ ବିଭିନ୍ନ ଶୈବ ପୀଠରେ ପବିତ୍ର ଶୀତଳ ଷଷ୍ଠୀ ଉତ୍ସାବ ମହାସମାରୋହରେ ପାଳିତ ହୋଇଛି। ବଟେଶ୍ୱର ପୀଠ, ଅଳେଶ୍ୱର ପୀଠ, କପିଳେଶ୍ଵରର, ଝଡ଼େଶ୍ୱର, ବାଲିଲୋକନାଥ, ଖଣ୍ଡେଶ୍ୱର, ରାମଲିଙ୍ଗେଶ୍ୱର, ବାଲୁଙ୍କେଶ୍ୱର ପୀଠରେ ଶିବ ବିବାହ ଉତ୍ସବ ଆୟୋଜିତ ହୋଇଛି। ଗଞ୍ଜାମ ସହରର ଭାରତୀ ବିଦ୍ୟାପୀଠଠାରେ ଅବସ୍ଥିତ ବାବା କାଶୀ ବିଶ୍ୱନାଥ ମନ୍ଦିରରେ ଶୀତଳ ଷଷ୍ଠୀ ଉପଲକ୍ଷେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିଜୟ କୁମାର ପାଣିଗ୍ରାହୀ ବରପକ୍ଷ ଏବଂ କନ୍ୟାପକ୍ଷ ତରଫରୁ ରାଜେନ୍ଦ୍ର ବାରିକ ଦାୟିତ୍ୱ ତୁଲାଇଥିଲେ।  ପୁରୋହିତ ପ୍ରକାଶ ଚନ୍ଦ୍ର ଶତପଥୀଙ୍କ ଦ୍ୱାରା ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।

ଆଠଗଡ: ପବିତ୍ର ଶୀତଳଷଷ୍ଠୀ ଉପଲକ୍ଷେ ଶନିବାର ଆଠଗଡର ପୁରପଲ୍ଲୀରେ ଥିବା ଶୈବପୀଠଗୁଡିକ ଉତ୍ସବମୁଖର ହୋଇଉଠିଥିଲା। ଆଠଗଡ ବ୍ଲକ କଟକିଆସାହି ପଞ୍ଚାୟତରେ ପ୍ରାଚୀନ ସର୍ପେଶ୍ୱର ପୀଠ ସମେତ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ପ୍ରତ୍ୟେକ ଶିବ ମନ୍ଦିରରେ ଏହି ପର୍ବ ବେଶ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଛି। ରାଧାନାଥପୁର ଶାସନସ୍ଥିତ କାଶୀ ବିଶ୍ଵନାଥ ମନ୍ଦିରରେ ବର ପିତାମାତା ଭାବେ ରାଜେନ୍ଦ୍ର ନାରାୟଣ ମହାପାତ୍ର ଓ ତାଙ୍କ ପତ୍ନୀ ଏବଂ କନ୍ୟା ପିତାମାତା ରୂପେ ପ୍ରଦୀପ କୁମାର ରଥ ସସ୍ତ୍ରୀକ ଦେବଦମ୍ପତିଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ। ପ୍ରାଚୀନ ସ୍ବପ୍ନେଶ୍ବର ମନ୍ଦିରରେ ବର ପିତାମାତା ଭାବେ କଞ୍ଚନ କୁମାର ସର ଓ ତାଙ୍କ ସହଧର୍ମିଣୀ ଏବଂ କନ୍ୟା ପିତାମାତା ଭାବେ ଅଶୋକ କୁମାର ରାୟ ସସ୍ତ୍ରୀକ, ବାଣୀକଣ୍ଠନଗର ନୀଳକଣ୍ଠେଶ୍ଵର ମନ୍ଦିରରେ ବର ପିତାମାତା କାର୍ତ୍ତିକେଶ୍ଵର ପଣ୍ଡା ଓ ଚଞ୍ଚଳା ପଣ୍ଡା ଏବଂ କନ୍ୟା ପିତାମାତା ରୂପେ ତ୍ରିଲୋଚନ ଦାଶ ଓ ସଂଯୁକ୍ତା ଦାଶ, ବୀରକିଶୋରପୁର ସିଦ୍ଧେଶ୍ଵର ମନ୍ଦିରରେ ବର ପିତାମାତା ଅମ୍ବିକା ପ୍ରସାଦ ମିଶ୍ର ଓ ସ୍ୱେତଲିତା ମିଶ୍ର ଏବଂ କନ୍ୟା ପିତାମାତା ଭାବେ ଗିରିଶ କୁମାର ମିଶ୍ର ଓ ପୁଷ୍ପଲତା ମିଶ୍ର ଦେବଦମ୍ପତିଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ। ବଡ ପୋଖରୀ ନିକଟ ତ୍ରିନାଥେଶ୍ୱର, କନ୍ତୋଲର ଭୁବନେଶ୍ବର ମହାଦେବ ମନ୍ଦିର, ରାଧାଗୋବିନ୍ଦପୁରର ରାମେଶ୍ଵର ମନ୍ଦିର, ତରଡିଙ୍ଗର କପିଳେଶ୍ଵର ମହାଦେବ, ଗୌଡଝରିସ୍ଥିତ ସ୍ବପ୍ନେଶ୍ବର ମନ୍ଦିର, ବେଣ୍ଟପଦାର ବାଲୁଙ୍କେଶ୍ୱର ଦେବଙ୍କରେ ଶୀତଳଷଷ୍ଠୀ ପର୍ବ ପାଳିତ ହୋଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories