www.samajalive.in
Saturday, December 6, 2025
16.1 C
Bhubaneswar

ଭିଜିଲାନ୍ସକୁ ଦେଖି ଫିଙ୍ଗିଦେଲେ ପୁଳାପୁଳା ଟଙ୍କା, ଘରୁ ୨.୧କୋଟି ଠାବ

ସମାଜ ଡିଜିଟାଲ ଡେସ୍କ: ଭିଜିଲାନ୍ସ ଜାଲରେ କୋଟିପତି ମୁଖ୍ୟଯନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡଙ୍ଗୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍‍ । କୋଟିପତି ବାବୁଙ୍କ ଘରେ ଟଙ୍କା ଗଣି ଗଣି ନୟାନ୍ତ ହେଲେଣି ଭିଜିଲାନ୍ସ ଅଧିକାରୀ । ଶେଷରେ ଟଙ୍କା ଗଣିବା ପାଇଁ ମେସିନ ଅଣାଯାଇଛି । ବାବୁଙ୍କ ଘରେ ଏତେ ଟଙ୍କା ଥିଲା ଯେ ଭିଜିଲାନ୍ସକୁ ଦେଖି ଛାନିଆରେ ଝରକା ପଟେ ବାହାରକୁ ଟଙ୍କା ଫିଙ୍ଗି ଦେଇଥିଲେ । ଏଯାବତ ବୈକୁଣ୍ଠ ନାଥଙ୍କ ଘରୁ ୨କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି ।

ବୈକୁଣ୍ଠ ନାଥଙ୍କ ନାଁରେ ଆୟ ବର୍ହିଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଭିଜିଲାନ୍ସ ଟିମ୍‍ ଭୁବନେଶ୍ୱର ସ୍ଥିତ ବାସଭବନରେ ଚଢାଉ କରିଥିଲା । ଭୁବନେଶ୍ୱର, ପୁରୀ, ଅନୁଗୁଳର ୭ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି । ଅନୁଗୁଳର ୪ଟି ସ୍ଥାନ କାରଡାଗାଡିଆ ସ୍ଥିତ ବାସଭବନ, ଲକେଇପସି, ମଟିଆସାହି ଏବଂ ଶିକ୍ଷକପଡାରେ ଚଢାଉ ଜାରି ରହିଛି । ଅନୁଗୁଳ, ଢେଙ୍କାନାଳ, କଟକ ଟିମର ୮ଜଣିଆ ସଦସ୍ୟ ଏହି ଚଢାଉରେ ସାମିଲ ହୋଇଛନ୍ତି । ବୈକୁଣ୍ଠ ନାଥ ଆସନ୍ତକାଲି ଚାକିରି କାର୍ଯ୍ୟକାଳ ସରିଥାନ୍ତା ହେଲେ ଏହା ପୂର୍ବରୁ ଭିଜିଲାନ୍ସ ଜାଲରେ ପଡିଛନ୍ତି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories