www.samajalive.in
Friday, December 5, 2025
23.1 C
Bhubaneswar

ନକଲି ୫୦୦ ଟଙ୍କିଆ ନୋଟ୍‌ ଚିହ୍ନଟ ୩୭% ବୃଦ୍ଧି

ମୁମ୍ବଇ: ଦେଶର ଅର୍ଥ ବ୍ୟବସ୍ଥା ପ୍ରତି ବିପଦ ନକଲି ନୋଟ୍‌। ବହୁ ପରିମାଣରେ ନକଲି ନୋଟ୍‌ ପ୍ରଚଳନରେ ଥିବାବେଳେ ଆଉ କେତେକ ବ୍ୟାଙ୍କରେ ଧରାପଡ଼ୁଛି। ନକଲି ନୋଟ୍‌ ଚିହ୍ନଟ କରିବା ପାଇଁ ବ୍ୟାଙ୍କରେ ବହୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏସବୁ ପରେ ମଧ୍ୟ କେତେକ ନକଲି ନୋଟ୍‌ ବ୍ୟାଙ୍କ ଦେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ରେ ପହଞ୍ଚୁଛି। ୨୦୨୪-୨୫ ଆର୍ଥିକ ବର୍ଷରେ ବ୍ୟାଙ୍କରେ ଧରାପଡ଼ିଥିବା ୫୦୦ ଟଙ୍କିଆ ନୋଟ୍‌ ସଂଖ୍ୟା ୩୭.୩% ବଢ଼ିଛି। ବ୍ୟାଙ୍କରେ ଧରାପଡ଼ିଥିବା ୫୦୦ ଓ ୨୦୦ ଟଙ୍କିଆ ନକଲି ନୋଟ୍‌ ସଂଖ୍ୟା ବଢ଼ିଥିବାବେଳେ ୧୦, ୨୦ ଓ ୫୦ ଟଙ୍କିଆ ନକଲି ନୋଟ୍‌ ସଂଖ୍ୟା ହ୍ରାସ ପାଇଛି।

ଆର୍‌ବିଆଇର ୨୦୨୪-୨୫ ବାର୍ଷିକ ରିପୋର୍ଟ ଅନୁଯାୟୀ, ଆର୍‌ବିଆଇ ଏବଂ ବ୍ୟାଙ୍କ ୨୦୨୪-୨୫ ଆର୍ଥିକ ବର୍ଷରେ ୫.୮୮ କୋଟି ଟଙ୍କା ମୂଲ୍ୟର ୧.୧୮ ଲକ୍ଷ ୫୦୦ ଟଙ୍କିଆ (ନୂଆ ଡିଜାଇନ୍‌) ନୋଟ୍‌ ଚିହ୍ନଟ କରିଛନ୍ତି। ୨୦୨୩-୨୪ରେ ୪.୨୮ କୋଟି ଟଙ୍କା ମୂଲ୍ୟର ୮୫,୭୧୧ଟି ନକଲି ୫୦୦ ଟଙ୍କିଆ ନୋଟ୍‌ ଚିହ୍ନଟ ହୋଇଥିଲା। ସେହିପରି ୨୦୨୪-୨୫ ଆର୍ଥିକ ବର୍ଷରେ ୨୦୦ ଟଙ୍କିଆ ନକଲି ନୋଟ୍‌ ଚିହ୍ନଟ ୧୩.୯ ପ୍ରତିଶତ ବୃଦ୍ଧି ହୋଇଛି। ୨୦୨୩-୨୪ରେ ୫୭.୩୪ ଲକ୍ଷ ଟଙ୍କାର ୨୮,୬୭୨ଟି ନକଲି ୨୦୦ ଟଙ୍କିଆ ନୋଟ୍ ଜବତ ହୋଇଥିବାବେଳେ ୨୦୨୪-୨୫ରେ ୬୫.୩୨ ଲକ୍ଷ ଟଙ୍କାର ୩୨,୬୬୦ଟି ନକଲି ୨୦୦ ଟଙ୍କିଆ ନୋଟ୍‌ ଚିହ୍ନଟ ହୋଇଛି। ୨୦୨୪-୨୫ ବର୍ଷରେ, ୧୦, ୨୦, ୫୦ ଏବଂ ୧୦୦ ଟଙ୍କା ମୂଲ୍ୟର ନକଲି ନୋଟ୍ ଚିହ୍ନଟ ଯଥାକ୍ରମେ ୩୨.୩ ପ୍ରତିଶତ, ୧୪ ପ୍ରତିଶତ, ୨୧.୮ ପ୍ରତିଶତ ଏବଂ ୨୩ ପ୍ରତିଶତ ଥିଲା। ୨୦୦୦ ଟଙ୍କାର ନକଲି ନୋଟ୍ ସଂଖ୍ୟାରେ ସବୁଠାରୁ ବଡ଼ ହ୍ରାସ ଦେଖାଯାଇଥିଲା, ଯାହା ୨୦୨୪-୨୫ ବର୍ଷରେ ଏହା ୮୬.୫୨ ପ୍ରତିଶତ ହ୍ରାସ ପାଇଛି। ୨୦୨୩-୨୪ରେ ୨୬,୦୩୫ଟି ୨୦୦୦ ଟଙ୍କିଆ ନକଲି ନୋଟ୍ ଚିହ୍ନଟ ହୋଇଥିବାବେଳେ ୨୦୨୪-୨୫ରେ ମାତ୍ର ୩,୫୦୮ ନୋଟ୍ ଚିହ୍ନଟ ହୋଇଛି। ବାର୍ଷିକ ରିପୋର୍ଟରେ ଦର୍ଶାଯାଇଛି ଯେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଚିହ୍ନଟ ହୋଇଥିବା ମୋଟ ନକଲି ନୋଟ୍ (ଏଫ୍‌ଆଇସିଏନ୍‌) ମଧ୍ୟରୁ ରିଜର୍ଭ ବ୍ୟାଙ୍କରେ ୪.୭ ପ୍ରତିଶତ ଏବଂ ବ୍ୟାଙ୍କରେ ୯୫.୩ ପ୍ରତିଶତ ଚିହ୍ନଟ ହୋଇଛି। ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ ବ୍ୟାଙ୍କରେ ଥିବା ଉନ୍ନତ ସୁରକ୍ଷା ବ୍ୟବସ୍ଥାକୁ ଅତିକ୍ରମ କରି ୪.୭% ନକଲି ନୋଟ୍‌ ରିଜର୍ଭ ବ୍ୟାଙ୍କରେ ପହଞ୍ଚୁଛି। ଆରବିଆଇ କହିଛି ଯେ ୨୦୨୪-୨୫ରେ ପ୍ରଚଳନରେ ଥିବା ନୋଟ୍ ମୂଲ୍ୟ ଏବଂ ପରିମାଣ ଯଥାକ୍ରମେ ୬ ପ୍ରତିଶତ ଏବଂ ୫.୬ ପ୍ରତିଶତ ବୃଦ୍ଧି ପାଇଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories