www.samajalive.in
Friday, December 5, 2025
23.1 C
Bhubaneswar

ସୁନାର ମୂଲ୍ୟ ଖୁବଶୀଘ୍ର କମିବ, ଅପେକ୍ଷା ୯ ଜୁଲାଇକୁ

ସମାଜ ଡିଜିଟାଲ ଡେସ୍କ: ବିବାହ ଋତୁ ଚାଲିଥିବା ବେଳେ ଆକାଶ ଛୁଆଁ ହୋଇଛି ସୁନା ଦର । ଗୋଟିଏ ସମୟରେ ୧ଲକ୍ଷ ଟଙ୍କା ଅତିକ୍ରମ କରିଥିବା ସୁନା ଦର ବର୍ତ୍ତମାନ ୯୫ହଜାର ଉପରେ ରହିଛି । ନିବେଶକ ଏବଂ ଗ୍ରାହକଙ୍କ ମନରେ ଏନେଇ ଗୋଟିଏ ପ୍ରଶ୍ନ କେବେ କମିବ ସୁନା ଦର । କଣ ୬୦ରୁ ୭୦ହଜାର ପାଖାପାଖି ଖସିବ । ତେବେ ଯଦି ସୁନା ଦର ହ୍ରାସ ପାଏ ତେବେ କେବେ ହେବ । ବଜାର ବିଶେଷଜ୍ଞଙ୍କ ମତରେ ୯ଜୁଲା ପରେ ସୁନା ମୂଲ୍ୟ ଅନେକ ମାତ୍ରାରେ ହ୍ରାସ ପାଇବାର ସମ୍ଭାବନା ରହିଛି । ସେତେବେଳକୁ ଶୁକ୍ଳ ସମ୍ପର୍କରେ ଜିନିଷ ସ୍ପଷ୍ଟ ହୋଇଯିବ ଏବଂ ସୁନା ଦର ବୃଦ୍ଧି ଉପରେ ଚାପ କମିପାରେ ।
ସୂଚନା ଅନୁସାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ପରେ, ଭାରତ ସମେତ ବିଶ୍ୱର ସମସ୍ତ ଦେଶ ଉପରେ ଶୁକ୍ଳ ଲଙ୍କଜ୍ଞର କରିଥିଲେ ଏବଂ ଏକ ପ୍ରକାରେ ଅରାଜକତା ଆରମ୍ଭ ହୋଇଥିଲା । ତଥାପି ପରେ ଟ୍ରମ୍ପ ଶୁକ୍ଳ ଲାଗୁ ସମ୍ପର୍କରେ ଛାଡ ଦେଇଥିଲେ ଏବଂ କହିଥିଲେ ଯେ ଏହା ୯ ଜୁଲାଇ ପରେ ଲାଗୁ ହେବ । ୯ ଜୁଲାଇ ସୁଦ୍ଧା ସମସ୍ତଙ୍କୁ ଶୁକ୍ଳରୁ ମୁକ୍ତି ମିଳିବ । କିନ୍ତୁୁ ବିଶ୍ୱ ବଜାରରେ ଏବେ ବି ଅନିଶ୍ଚିତତାର ବାତାବରଣ ରହିଛି । ଏହି କାରଣରୁ ନିବେଶକମାନେ ସୁନାରେ ଅଧିକ ନିବେଶ କରୁଛନ୍ତି ।

ବିଶେଷଜ୍ଞଙ୍କ ମତରେ ବିଶ୍ୱ ବଜାରରେ ଅନିଶ୍ଚିତତା ଯୋଗୁ ବର୍ତ୍ତମାନ ସୁନାର ମୂଲ୍ୟ ପ୍ରତି ବ୍ୟାରେଲ ପିଛା ୩.୨୭୦ଡଲାରେ ଚାଲୁଛି । ଯାହା ୯ଜୁଲାଇ ପରେ ଶୁକ୍ଳ ଛାଡ ପରେ ୩୦୦୦କୁ ଯାଇପାରେ । ଫଳରେ ନିବେଶକମାନେ ଏହାର ସିଧାସଳଖ ଲାଭ ପାଇବେ । ଶୁକ୍ଳ ୩.୨୦୦ସ୍ତରକୁ ଖସିବା ପରେ ସୁନା ସିଧାସଳଖ ୩୦୦୦ ଡଲାର ପ୍ରତି ବ୍ୟାରେଲକୁ ଯାଇପାରେ । ଏହା ଖୁଚୁରା ବଜାରରେ ସୁନା ମୂଲ୍ୟରେ ମଧ୍ୟ ହ୍ରାସ କରିପାରେ ।

Hot this week

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

Related Articles

Popular Categories