www.samajalive.in
Monday, December 8, 2025
24.1 C
Bhubaneswar

ସହିଦଙ୍କ ପରିବାରକୁ ବଲିଉଡ଼ର ସହାୟତା: ପ୍ରତି ପରିବାରକୁ ୫ଲକ୍ଷ ଦେବେ ଅମିତାଭ

ମୁମ୍ବଇ : ପୁଲୱାମା ଆକ୍ରମଣ ସାରା ଦେଶକୁ ସ୍ତବ୍ଧ କରିଦେଇଥିବା ବେଳେ ଏଥିରେ ସହିଦ ହୋଇଥିବା ଯବାନମାନଙ୍କ ପରିବାରକୁ ସହାୟତା ନିମନ୍ତେ ଲୋକେ ଆଗକୁ ଆସିଛନ୍ତି। ବଲିଉଡ଼ ମଧ୍ୟ ଏଥିରେ ପଛଘୁଞ୍ଚା ନଦେଇ ସହାୟତାର ହାତ ବଢାଇଛି।

ବଲିଉଡ଼ ଅଭିନେତା ଅମିତାଭ ବଚ୍ଚନ ଆକ୍ରମଣରେ ସହିଦ ହୋଇଥିବା ପ୍ରତ୍ୟେକ ଯବାନଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

- Advertisement -
image courtesy-Times of India

ନିକଟରେ ମୁକ୍ତିଲାଭ କରିଥିବା ସର୍ଜିକାଲ ଷ୍ଟ୍ରାଇକ୍‍ ଉପରେ ଆଧାରିତ ଚଳଚ୍ଚିତ୍ର ‘ଉରୀ-ଦି ସର୍ଜିକାଲ ଷ୍ଟ୍ରାଇକ’ର ଟିମ୍‍ ସହିଦଙ୍କ ପରିବାରକୁ ୧କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛି। ଚଳଚ୍ଚିତ୍ରର ପ୍ରଯୋଜକ ରୋନି ସ୍କ୍ରୁଭାଲା ଟ୍ୱିଟ୍‍ କରି ଏହି ସୂଚନା ଦେଇଛନ୍ତି।

ସେହିପରି ବଲିଉଡ଼ କଣ୍ଠଶିଳ୍ପୀ କୈଳାଶ ଖୈର ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଉତ୍ତର ପ୍ରଦେଶର ବିଜୟ କୁମାର ମୋର୍ଯ୍ୟଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ବୋଲି କହିଛନ୍ତି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories