www.samajalive.in
Sunday, December 7, 2025
14.1 C
Bhubaneswar

ନିର୍ବାଚନ ଲଢ଼ିବେନି ରଜନୀକାନ୍ତ

ତାମିଲନାଡୁ: ରାଜନୀତିରେ ପ୍ରବେଶ କରିଥିବା ବିଶିଷ୍ଟ ତାମିଲ ଅଭିନେତା ରଜନୀକାନ୍ତ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି। ତାଙ୍କ ଦଳ ରଜନୀ ମକ୍କଲ ମଣ୍ଡରମ(ଆରଏମଏମ)ର କୌଣସି ସଦସ୍ୟ ମଧ୍ୟ ନିର୍ବାଚନରେ ଅଂଶଗ୍ରହଣ କରିବ ନାହିଁ ବୋଲି ସେ କହିଛନ୍ତି। ଏପରି କି ତାଙ୍କ ଦଳ ଅନ୍ୟ କୌଣସି ଦଳକୁ ସମର୍ଥନ କରିବ ନାହିଁ କି କାହା ସହ ମେଣ୍ଟ କରିବନି ବୋଲି ରଜନୀକାନ୍ତ ସୂଚନା ଦେଇଛନ୍ତି।

ରଜନୀକାନ୍ତ ଆହୁରି କହିଛନ୍ତି, ତାଙ୍କ ଫଟୋ କିମ୍ବା ତାଙ୍କ ଦଳର ଚିହ୍ନ କୌଣସି ରାଜନୈତିକ ପ୍ରଚାରରେ ବ୍ୟବହାର ହେବନି। ଏ ନେଇ ସେ ଅନ୍ୟ ଦଳ ଏବଂ ଆଶାୟୀ ପ୍ରାର୍ଥୀମାନଙ୍କୁ ନିବେଦନ କରି ବାରଣ କରିଛନ୍ତି। ସେ ତାଙ୍କ ଦଳର କର୍ମକର୍ତ୍ତା ଏବଂ ଫ୍ୟାନମାନଙ୍କୁ କହିଛନ୍ତି ଯେ, ଯେଉଁ ଦଳ ଏବଂ ପ୍ରାର୍ଥୀ ତୁମମାନଙ୍କର ତଥା ରାଜ୍ୟର ମୁଖ୍ୟ ସମସ୍ୟା ଯେପରି କି ଜଳ ସମସ୍ୟା ସମାଧାନ କରିବେ ବୋଲି ଆଶା କରୁଛ ତାଙ୍କୁ ହିଁ ଭୋଟ ଦିଅ। ବୁଦ୍ଧିମାନର ସହ ଚିନ୍ତା କରି ଜନସାଧାରଣଙ୍କ ମଙ୍ଗଳ ପାଇଁ ଭୋଟ ଦିଅ, ଯାହାଦ୍ବାରା କେନ୍ଦ୍ରରେ ଏକ ସ୍ଥିର ସରକାର ଗଠନ ହୋଇପାରିବ ବୋଲି ସେ ଆହ୍ବାନ ଦେଇଛନ୍ତି।

Hot this week

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

Related Articles

Popular Categories