www.samajalive.in
Monday, December 8, 2025
14.1 C
Bhubaneswar

ପିନ୍‍, ଫିଙ୍ଗରପ୍ରିଣ୍ଟ କିମ୍ବା ଫେସ୍‍ ଅନଲକ୍‍: ଫୋନକୁ କିଏ ରଖିବ ଅଧିକ ସୁରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ବର୍ତ୍ତମାନ ଯୁଗରେ ସ୍ମାର୍ଟ ଫୋନ୍‍ ସମସ୍ତଙ୍କ ହାତରେ ଦେଖିବାକୁ ମିଳୁଛି । ଏହି ସ୍ମାର୍ଟ ଫୋନ୍‍ କେବଳ କଲ୍‍ ରେ ସୀମିତ ନାହିଁ । ଫୋନରେ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଏବଂ ବ୍ୟାଙ୍କିଂ ବିବରଣୀ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଞ୍ଚିତ ହୋଇ ରହିଥାଏ । ତେବେ ଏପରି ପରିସ୍ଥିତିରେ ଫୋନର ସୁରକ୍ଷା ସହିତ କୌଣସି ରିସ୍କ ନେବା କଥା ନୁହେଁ । ତେବେ ଚାଲନ୍ତୁ ଜାଣିବା ଫିଙ୍ଗରପ୍ରିଣ୍ଟ, ଫେସ୍‍ ଅନଲକ୍‍, କିମ୍ବା ପିନ୍‍ ନମ୍ବର ଜରିଆରେ ଫୋନର ସୁରକ୍ଷା କେଉଁଟା ଅଧିକ ରହିବ ।
ମୋବାଇଲ ଫୋନ୍‍ ରେ ଫଟୋ, ଭିଡ଼ିଓ, ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଠାରୁ ଆରମ୍ଭ କରି ବ୍ୟାଙ୍କ ବିବରଣୀ ପର୍ଯ୍ୟନ୍ତ ଅନେକ ବ୍ୟକ୍ତିଗତ ଜିନିଷ ସଞ୍ଚୟ କରାଯାଇଥାଏ । ତେଣୁ ସମସ୍ତେ ନିଜର ଫୋନର ସୁରକ୍ଷାକୁ ମଜବୁତ ରଖିବାକୁ ପ୍ରୟାସ କରିଥାନ୍ତି । ଏଥିପାଇଁ ଫୋନର ଦୃଢ ସୁରକ୍ଷା ପାଇଁ କିଛି ଲୋକ ଫିଙ୍ଗରପ୍ରିଣ୍ଟ ଏବଂ ଫେସ୍‍ ଅନଲକ୍‍ ବ୍ୟବହାର କରିଥାନ୍ତି । କିଛି ଲୋକ ପିନ୍‍ ନମ୍ବର ମଧ୍ୟ ରଖିଥାନ୍ତି । ତେବେ ଏହି ତିନୋଟି ବିକଳ୍ପ ମଧ୍ୟରୁ କେଉଁଟା ଆପଣଙ୍କ ଫୋନକୁ ଅଧିକ ସୁରକ୍ଷା ଦେଇଥାଏ ଜାଣିଛନ୍ତି କି ।

ଫିଙ୍ଗରପ୍ରିଣ୍ଟ: ଲୋକାମାନେ ଫୋନକୁ ଲକ୍‍ କରିବା ପାଇଁ ଫିଙ୍ଗରପ୍ରିଣ୍ଟ ସେନ୍ସର ବ୍ୟବହାର କରନ୍ତି । କାରଣ ସେନ୍ସର ଫୋନକୁ ଶୀଘ୍ର ଅନଲକ୍‍ କରିଥାଏ । ହେଲେ ଦୃଢ ସୁରକ୍ଷା ପାଇଁ ଫିଙ୍ଗରପ୍ରିଣ୍ଟ ସେନ୍ସର ଏକ ଭଲ ବିକଳ୍ପ ନୁହେଁ । ପ୍ରତ୍ୟେକଙ୍କ ଟିପଚିହ୍ନ ଅନନ୍ୟ କିନ୍ତୁ ଶୋଇଥିବା ସମୟରେ ସେନ୍ସରରେ ଆଙ୍ଗୁଠି ରଖି ଯେ କେହି ବି ଆପଣଙ୍କ ଫୋନକୁ ଅନଲକ୍‍ କରିପାରିବେ ।

- Advertisement -

ଫେସ୍‍ ଅନଲକ୍‍: ଫେସ୍‍ ଅନଲକ୍‍ ଜରିଆରେ ମଧ୍ୟ ଯେ କେହି ଠକି ପାରିବେ । ୨ଡି ମୁହଁ ଚିହ୍ନଟ ସହିତ ସେନ୍ସର ଗୁଡିକୁ ସହଜରେ ବୋକା ବନାଇହେବ । କିନ୍ତୁ ୩ଡି ସ୍କାନିଂ ଥିବା ସ୍ମାର୍ଟଫୋନ୍‍ (ଆଇଫୋନ)ରେ ଏପରି ବିପଦ କମ୍‍ ରହିଛି।

ପିନ୍‍ କୋଡ୍‍: ଫେସ୍‍ ଅନଲକ୍‍ ଏବଂ ଫିଙ୍ଗରପ୍ରିଣ୍ଟ ବ୍ୟତୀତ କିଛି ଲୋକ ଫୋନରେ ପିନ୍‍ ନମ୍ବର ପାସୱାର୍ଡ ରଖିଥାନ୍ତି । ପିନ୍‍ କୋଡ୍‍ ବ୍ୟବହାର କରିବା ଫିଙ୍ଗରପ୍ରିଣ୍ଟ ଏବଂ ଫେସ୍‍ ଅନଲକ ଠାରୁ ଅଧିକ ସୁରକ୍ଷିତ । କାରଣ ଆପଣଙ୍କ ଆଙ୍ଗୁଠି କିମ୍ବା ଫେସ୍‍ ଲକ୍‍ ଚୋରି କରିହେବ କିନ୍ତୁ ପିନ୍‍ କୋଡ୍‍ ଆପଣଙ୍କ ବ୍ୟତୀତ ଅନ୍ୟ କେହି ଜାଣିବା ମୁସ୍କିଲ ।
ଯଦି ଆପଣ ଜଟିଳ ନମ୍ବର ଦେଇ ଫୋନକୁ ଲକ୍‍ କରୁଛନ୍ତି ତେବେ ଏହା ଆପଣଙ୍କ ଫୋନକୁ ଅଧିକ ସୁରକ୍ଷିତ ରଖିବ । ବଡ ଅକ୍ଷର, ଛୋଟ ଅକ୍ଷର, ପ୍ରତୀକ ଏବଂ ସଂଖ୍ୟାକୁ ମିଶାଇ ପାସୱାର୍ଡ ରଖିବା ଦ୍ୱାରା କେହି ସହଜରେ ଏହାକୁ କପି କରିପାରିବା ବା ଜାଣିପାରିବେ ନାହିଁ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories