www.samajalive.in
Saturday, December 6, 2025
26.1 C
Bhubaneswar

ବିସ୍ଫୋରକ ଲୁଟ୍‍ ଘଟଣା; ୪୮ଘଣ୍ଟା ପରେ ବି ପୁଲିସ ହାତ ଖାଲି

ସମାଜ ଡିଜିଟାଲ ଡେସ୍କ: ସୁନ୍ଦରଗଡ ଜିଲା କେ. ବଲାଙ୍ଗ ଥାନା ଅଞ୍ଚଳରୁ ୪ଟନ୍‍ ବିସ୍ଫୋରକ ଅର୍ଥାତ ପାଖାପାଖି ୨୦୦ପେଟି ବିସ୍ଫୋରକ ଚୋରି ଘଟଣାରେ ତନାଘନା କରୁଛି ପୁଲିସ । ଘଟଣାକୁ ୪୮ଘଣ୍ଟା ହୋଇଥିଲେ ମଧ୍ୟ ପୁଲିସ ଏପର୍ଯ୍ୟନ୍ତ କୌଣସି ଟେର ପାଉନି । ଆଜି ଏନେଇ ରାଉରକେଲା ଏସପିଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ବୈଠକ ଆରମ୍ଭ ହୋଇଛି । ବୈଠକରେ ପଶ୍ଚିମାଞ୍ଚଳ ଡିଆଇଜି, ରାଉରକେଲା ଏସପି ଓ ସୁନ୍ଦରଗଡ ଏସପି ଉପସ୍ଥିତ ରହିଛନ୍ତି । ବିସ୍ଫୋରକ କିଏ ଓ କାହିଁକି ନେଲା ତାହା ଜଣାପଡିନଥିବା ବେଳେ ଘଟଣାରେ ମାଓବାଦୀଙ୍କ ସଂପୃକ୍ତି ନେଇ ସନ୍ଦେହ କରାଯିବା ପରେ ପୁଲିସ ଛାନଭିନ ଜୋରଦାର କରିଛି । ଏହାସହିତ ଓଡ଼ିଶା-ଝାଡଖଣ୍ଡ ସୀମାରେ ହାଇଆଲର୍ଟ ଜାରି କରାଯାଇଛି । ମଙ୍ଗଳବାର ବାଙ୍କୋ ଖଣିକୁ ବିସ୍ଫୋରକ ଯାଉଥିବା ବେଳେ ଲୁଟ୍‍ ହୋଇଥିଲା । ବୁଧବାର ଘଟଣାସ୍ଥଳରେ ପହଞ୍ଚିଥିଲେ ଖୋଦ ପୁଲିସ ଡିଜି ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories