www.samajalive.in
Saturday, December 13, 2025
21.1 C
Bhubaneswar

କନ୍ନଡ଼ ଭାଷାକୁ ସମାଲୋଚନା; ଅଡୁଆରେ କମଲ ହାସନ

ଚେନ୍ନଇ: କନ୍ନଡ ଭାଷାକୁ ନେଇ ପ୍ରତିକୂଳ ମନ୍ତବ୍ୟ ଦେଇଥିବାରୁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ତଥା ଏମଏନ୍‌ଏମ (ମକ୍କାଲ ନିଧି ମୈୟାମ୍‌) ଦଳର ମୁଖ୍ୟ କମଲ ହାସନ ବିବାଦୀୟ ହୋଇପଡିଛନ୍ତି। ଚେନ୍ନଇରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ କମଲ କହିଥିଲେ ଯେ ତାମିଲ ଭାଷାରୁ ହିଁ କନ୍ନଡ ଭାଷାର ଉତ୍ପତ୍ତି ଘଟିଛି। ଏହି କାର୍ଯ୍ୟକ୍ରମରେ କନ୍ନଡ ଅଭିନେତା ଶିବରାଜ କୁମାର ମଧ୍ୟ ଉପସ୍ଥିତ ଥିଲେ। କମଲ ହାସନଙ୍କ ଏଭଳି ମନ୍ତବ୍ୟକୁ ନେଇ କର୍ଣ୍ଣାଟକରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ କମଲ ହାସନ ଅଭିନୀତ ଚଳଚ୍ଚିତ୍ର ‘ଠଗ୍‌ ଲାଇଫ୍‌’କୁ ବର୍ଜନ କରିବାକୁ କର୍ଣ୍ଣାଟକବାସୀ ଧମକ ଦେଇଛନ୍ତି। କମଲ ହାସନଙ୍କ ମନ୍ତବ୍ୟକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ତୀବ୍ର ସମାଲୋଚନା କରିଛନ୍ତି। କନ୍ନଡ ଇତିହାସ ସମ୍ପର୍କରେ କମଲ ହାସନଙ୍କ ସାମାନ୍ୟତମ ଜ୍ଞାନ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କର୍ଣ୍ଣାଟକ ବିଜେପି ଶାଖା ମଧ୍ୟ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ କରିଛି। ଏଭଳି ମନ୍ତବ୍ୟ ଦେଇ କମଲ ହାସନ ଔଦ୍ଧତ୍ୟର ପରିଚୟ ଦେଇଛନ୍ତି, ତେଣୁ ସେ ତୁରନ୍ତ କ୍ଷମାଭିକ୍ଷା କରନ୍ତୁ ବୋଲି କର୍ଣ୍ଣାଟକ ବିଜେପି ମୁଖ୍ୟ ବିଜୟେନ୍ଦ୍ର ଯେଦୁୟେରପ୍ପା ଦାବି କରିଛନ୍ତି।

ଅପରପକ୍ଷରେ ତାମିଲନାଡୁରେ କ୍ଷମତାସୀନ ଡିଏମକେ ସରକାରଙ୍କ ସମର୍ଥନରେ କମଲ ହାସନ ରାଜ୍ୟସଭାକୁ ନିର୍ବାଚିତ ହେବା ଏକପ୍ରକାର ନିଶ୍ଚିତ ହୋଇପଡିଛି। ତାମିଲନାଡୁର ୪ ରାଜ୍ୟସଭା ଆସନ ପାଇଁ ଜୁନ ୧୯ରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ଚାରିଟି ମଧ୍ୟରୁ ଗୋଟିଏ ଆସନ କମଲ ହାସନଙ୍କ ଦଳ ଏମଏନ୍‌ଏମକୁ ଛାଡିବାକୁ ଡିଏମକେ ମୁଖିଆ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ରାଜି ହୋଇଥିବା ଜଣାପଡିଛି। ଅପରପକ୍ଷରେ ଡିଏମକେ ଅନ୍ୟ ତିନି ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories