www.samajalive.in
Thursday, December 11, 2025
18.1 C
Bhubaneswar

ରାଶିଫଳ: ବାଣିଜ୍ୟ କାରବାରରୁ ବହୁ ଲାଭବାନ ହୋଇପାରନ୍ତି ଏହି ରାଶିର ବ୍ୟକ୍ତି

ମେଷ: ଆପଣଙ୍କ ସହିତ କେହି ଦୁଷ୍ଟାମି ଆଚରଣ କରୁଥିଲେ କଣ୍ଟାକୁ କଣ୍ଟାରେ କାଢ଼ିବା ଭଳି ଆଚରଣ ପ୍ରଦର୍ଶନ କରିପାରନ୍ତି। ଆପଣଙ୍କ ଗୃହପାଳିତ ପଶୁମାନେ ମଧ୍ୟ ଦୂର ସ୍ବଭାବର ହୋଇପାରନ୍ତି। ଶତ୍ରୁନିପାତ ହେବ।

ବୃଷ: ଅଧିକ କନ୍ୟା ସନ୍ତାନ ଜାତ ହୋଇପାରନ୍ତି। ସେମାନେ ରୂପବତୀ ହେବେ। ସୌଭାଗ୍ୟବତୀ ହେବାର ସୂଚନା ମିଳୁଛି। ସୁଗଣଯୁକ୍ତା ହେବେ। ପ୍ରତ୍ୟେକ କ୍ଷେତ୍ରରେ ଶୁଭକାରୀ ହୋଇ ସିଦ୍ଧହସ୍ତା ହୋଇପାରନ୍ତି।

- Advertisement -

ମିଥୁନ: ପତ୍ନୀଙ୍କ ପାଇଁ ସୁଖ ଭୋଗ କରିବେ। ଜଳଦାନକୁ ବୃତ୍ତିଭାବେ ଗ୍ରହଣ କରି ଲାଭବାନ୍‌ ହେବେ। ବସ୍ତ୍ର ଓ ପୁଷ୍ପାଦି ବ୍ୟବସାୟରୁ ଅଧିକ ଧନ ଅର୍ଜନ କରିପାରନ୍ତି। କୃଷିରୁ ଲାଭ ଓ ଗୃହ ସୁଖ ମିଳିପାରେ।

କର୍କଟ: ଦ୍ବିଜଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି। ଶାନ୍ତିପୂର୍ଣ୍ଣ ସହବସ୍ଥାନକୁ ଆଦରି ନେଇପାରନ୍ତି। ଧର୍ମଧାରଣାରେ ବିଲୀନ ହେବେ। ବିନୟ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଦେବ ସାଧନାରେ ମଗ୍ନ ହେବେ।

ସିଂହ: ଜଙ୍ଗଲଜାତ ଦ୍ରବ୍ୟରୁ ଧନଲାଭ ହେବାର ସୂଚନା ମିଳୁଛି। ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ନିଜ ପରାକମ୍ର ବଳରେ ଧନ ଉପାର୍ଜନ କରି ସୁଖୀ ହେବେ। ବିଦେଶୀଗାମୀ ହୋଇପାରନ୍ତି।

କନ୍ୟା: ସଙ୍ଗୀତ ବିଦ୍ୟାରେ ଆଗ୍ରହୀ ହେବା ସହିତ ପାରଦର୍ଶିତା ଲାଭ କରିପାରନ୍ତି। କର୍ମପଟୁ ହେବା ଆଶା କରାଯାଏ। ଯଥାର୍ଥବାଦୀ ହେବେ। କାବ୍ୟଚେତ୍ତା ହୋଇପାରନ୍ତି। ଭୋକ୍ତା, ଦାତା ଓ ପୁଣ୍ୟବାନ୍‌ ହେବେ।

ତୁଳା: ଦେବ, ବ୍ରାହ୍ମଣଙ୍କ ସହିତ ବନ୍ଧୁତା ସ୍ଥାପନ କରିପାରନ୍ତି। ଶ୍ରୁତି ଓ ସ୍ମୃତି ହେତୁକ କର୍ମପ୍ରବଣ ହେବେ। ନୀତି ଓ ନିୟମରେ ପରିଚାଳିତ ହେବେ। ଅର୍ଥ ସେବାରେ ଧନ ବ୍ୟୟ କରିବେ। କ୍ରୋଧ ସମ୍ବରଣ କରିବେ ।

ବିଛା: ବାଣିଜ୍ୟ କାରବାରରୁ ବହୁ ଲାଭର ସୂଚନା ମିଳୁଛି। ନୀତି ନିୟମରେ ପରିଚାଳିତ ହେବା ପାଇଁ ଲୋକଙ୍କୁ ପରାମର୍ଶ ଦେବେ ଓ ନିଜ ଆଚାର ବ୍ୟବହାରର ପ୍ରଦର୍ଶିତ ମାର୍ଗକୁ ଅନୁସରଣ କରିବାକୁ ପରାମର୍ଶ ଦେବେ।

ଧନୁ: ଜଣେ ସେବାକାରୀ ଭାବେ ସର୍ବସାଧାରଣରେ ନିଜର ପରିଚୟ ସୃଷ୍ଟି କରିବେ। ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଅନ୍ନଦାତା ଭାବେ ସର୍ବପୂଜ୍ୟ ହେବେ। ଈଶ୍ବର ବିଶ୍ବାସୀ ହେବେ।

ମକର: ପରଧନରେ ଧର୍ମକାରୀଭାବେ ନିଜ ଡିଣ୍ଡିମ ପିଟିପାରନ୍ତି। ବିଡ଼ମ୍ବନାଯୁକ୍ତ ହୋଇପାରନ୍ତି। ନିଜ କୁଳ ରକ୍ଷାକାରୀ ହେବାର ସୂଚନା ମିଳୁଛି। ସ୍ବପକ୍ଷ ହିତକାରୀ ହେବେ। କୁଳ ରକ୍ଷା କରିବାରେ ଦାମ୍ପତ୍ୟ ସୁଖ ମିଳିବ।

କୁମ୍ଭ: ଅଗ୍ନିଭୟ ରହିଛି। ଅନ୍ଧାର ରାତିର ଗମନାଗମନ ନିଷିଦ୍ଧ କରାଯାଇଛି। ପାନୀୟ ଜଳ ଉପରେ ଗୁରୁତ୍ବ ନ ଦେଇ ପେଟ ରୋଗର ସୂଚନା ମିଳୁଛି। ଖାଦ୍ୟପେୟ ଉପରେ ସଂଯମତା ଆବଶ୍ୟକ।

ମୀନ: କର୍ମଚଞ୍ଚଳ ରହିବେ। ପତ୍ନୀ ବିବେକୀ ହୋଇପାରନ୍ତି। ପରୋପକାର ଓ ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଆପଣ ଜ୍ଞାନ ଓ ଗୁଣର ଭଣ୍ଡାର ହୋଇପାରନ୍ତି।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories