www.samajalive.in
Monday, December 8, 2025
24.1 C
Bhubaneswar

ସାଇନା ନେହୱାଲ୍‍ଙ୍କୁ ମହିଳା ଏବଂ ସୌରଭ ବର୍ମାଙ୍କୁ ପୁରୁଷ ଜାତୀୟ ବ୍ୟାଡ୍‍ମିଣ୍ଟନ ଟାଇଟଲ

ଗୁଆହାଟୀ : ସାଇନା ନେହୱାଲ୍‍ ଜାତୀୟ ବ୍ୟାଡ୍‍ମିଣ୍ଟନ ମହିଳା ସିଙ୍ଗଲ୍ସ ଓ ସୌରଭ ବର୍ମା ପୁରୁଷ ସିଙ୍ଗଲ୍ସ ଟାଇଟଲ ବିଜୟୀ ହୋଇଛନ୍ତି ।

୮୩ତମ ଜାତୀୟ ବରିଷ୍ଠ ବ୍ୟାଡ୍‍ମିଣ୍ଟନ ପ୍ରତିଯୋଗିତା ଫାଇନାଲରେ  ପି.ଭି. ସିନ୍ଧୁଙ୍କୁ ୨୧-୧୮, ୨୧-୧୫ ସେଟରେ ପରାସ୍ତ କରି ସାଇନା ଏହି ଟାଇଟଲ ହାସଲ କରିଛନ୍ତି । ସେହିପରି ସୌରଭ ବର୍ମା କ୍ରମାଗତ ତୃତୀୟ ଥର ପାଇଁ ପୁରୁଷ ସିଙ୍ଗଲ୍ସ ଟାଇଟଲ ବିଜୟୀ ହୋଇଛନ୍ତି । ସେ ଲକ୍ଷ୍ୟ ସେନଙ୍କୁ ସିଧାସଳଖ ୨୧-୧୮, ୨୧-୧୩ ସେଟ୍‍ରେ ପରାସ୍ତ କରିଛନ୍ତି ।

- Advertisement -

ଅନ୍ୟ ପକ୍ଷରେ ପୁରୁଷ ଡବଲ୍ସରେ ପ୍ରଣବ ଜେରୀ ଚୋପ୍ରା ଓ ଚିରାଗ ସେଟ୍ଟୀ ଟପ୍‍ସିଡ୍‍ ମାନ୍ୟତା ପ୍ରାପ୍ତ ଅର୍ଜୁନ ଏମ୍‍.ଆର୍‍. ଏବଂ ଶ୍ଳୋକ ରାମଚନ୍ଦ୍ରନଙ୍କ ଯୋଡ଼ିକୁ ୨୧-୧୩, ୨୨- ୨୦ ସେଟ୍‍ରେ ପରାସ୍ତ କରି ପୁରୁଷ ଡବଲ୍ସ ଟାଇଟଲ ବିଜୟୀ ହୋଇଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories