www.samajalive.in
Saturday, December 13, 2025
26.1 C
Bhubaneswar

ଷ୍ଟାର୍ଟଅପ୍ ଓଡ଼ିଶା ଏବଂ ଫୋନ୍‌ପେ ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରିତ

ଭୁବନେଶ୍ୱର : ସ୍ଥାନୀୟ ଓ-ହବ ଠାରେ ଷ୍ଟାର୍ଟଅପ୍ ଓଡ଼ିଶା ଏବଂ ଫୋନ୍‌ପେ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ସହଜ ବ୍ୟବସାୟ ସୁନିଶ୍ଚିତ କରିବା ସହ ଷ୍ଟାର୍ଟଅପ୍‌ଗୁଡ଼ିକୁ ଡିଜିଟାଲ୍ ଭାବରେ ସଶକ୍ତ କରିବା ଲକ୍ଷ୍ୟରେ ଏହା ସ୍ୱାକ୍ଷରିତ ହୋଇଛି । ଷ୍ଟାର୍ଟଅପ୍ ଓଡ଼ିଶାର ମୁଖ୍ୟ ପ୍ରଶାସନିକ ଅଧିକାରୀ କମଲଜିତ ଦାସ ଏବଂ ଫୋନ୍‌ପେ ଲିମିଟେଡ୍‌ ମର୍ଚ୍ଚାଣ୍ଟ ବ୍ୟବସାୟର ମୁଖ୍ୟ ବ୍ୟବସାୟିକ ଅଧିକାରୀ ଯୁବରାଜ ସିଂହ ଶେଖାୱତ ଆନୁଷ୍ଠାନିକ ଭାବେ ଏହି ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ ।

ଷ୍ଟାର୍ଟଅପ୍‌ ପ୍ଲାଟଫର୍ମର ଅନବୋର୍ଡିଂ ନୀତି ଏବଂ ଯାଞ୍ଚ ପ୍ରକ୍ରିୟା ଅନୁଯାୟୀ ଫୋନ୍‌ପେ ଅତ୍ୟାଧୁନିକ ଡିଜିଟାଲ୍ ଭିତ୍ତିଭୂମି, ପେମେଣ୍ଟ ପ୍ରଯୁକ୍ତିବିଦ୍ୟା ସମାଧାନ, ମାର୍କେଟିଂ ଏବଂ ପ୍ରୋତ୍ସାହନମୂଳକ ସହାୟତା ଯୋଗାଇ ଦେବ । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଅତିରିକ୍ତ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମାଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଷ୍ଟାର୍ଟଅପ୍ ଓଡ଼ିଶା ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣ, ନବସୃଜନର ପ୍ରୋତ୍ସାହନ, ବିଭିନ୍ନ ଅନୁଷ୍ଠାନ ମଧ୍ୟରେ ସୁ-ସମ୍ପର୍କ ସ୍ଥାପନ, ସମୃଦ୍ଧ ଷ୍ଟାର୍ଟଅପ୍ ଇକୋସିଷ୍ଟମ ନିର୍ମାଣ, ବ୍ୟାପକ ସୁଯୋଗ ସୃଷ୍ଟି ଜରିଆରେ ଭାରତର ଶ୍ରେଷ୍ଠ ଷ୍ଟାର୍ଟଅପ୍ ହବ୍‌ ମଧ୍ୟରେ ଓଡ଼ିଶାକୁ ସ୍ଥାନିତ କରିବା ପାଇଁ ଲକ୍ଷ୍ୟ ରଖିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories