www.samajalive.in
Saturday, December 13, 2025
26.1 C
Bhubaneswar

ଭାରତର ‘ପାଣି ବୋମା’କୁ ନିଷ୍କ୍ରିୟ କର- ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ସାଂସଦଙ୍କ ଦାବି

ସମାଜ ଡିଜିଟାଲ ଡେସ୍କ: ଭାରତର ‘ପାଣି​ ବୋମା’କୁ ନିଷ୍କ୍ରିୟ କର। ନଚେତ ଭୋକଉପାସରେ ଦେଶବାସୀ ମରିବେ। ଫାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ନିକଟରେ ଏପରି ଦାବି କରିଛନ୍ତି ସାଂସଦ ସୟେଦ ଅଲ୍ଲୀ ଜାଫର।

ସଂସଦରେ ଉଦବୋଧନ ଦେବା ସମୟରେ ବିରୋଧୀ ଦଳ ପାକସ୍ତାନ ତେହରିକ-ଏ-ଇନସାଫ(ପିଟିଆଇ) ସାଂସଦ ଜାଫର କହିଛନ୍ତି, ଏପ୍ରିଲ ୨୨ ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଦ୍ଵାରା ପାକିସ୍ତାନ ଉପରେ ପକାଯାଇଥିବା ପାଣି ବୋମା ବା ଓ୍ବାଟର ବମ୍‌କୁ ତୁରନ୍ତ ନିଷ୍କ୍ରିୟ କରାଯାଉ। ୧୦ ଜଣଙ୍କ ମଧ୍ୟରୁ ଜଣେ ନାଗରିକ ସିନ୍ଧୁ ନଦୀ ଦଳ ଉପରେ ନିର୍ଭରଶୀଳ। ଏହି ଜଳ ସଙ୍କଟକୁ ଠିକ ସମୟରେ ସମାଧାନ କରା ନ ଗଲେ ବଡ଼ ସଂଖ୍ୟାରେ ଜନସାଧାରଣଙ୍କ ମୃତ୍ୟୁ ହୋଇପାରେ। ଇଣ୍ଡସ ବେସିନ୍‌ ଆମ ଜୀବନ ରେଖା। ଚାରି ଭାଗରୁ ୩ ଭାଗ ଜଳ ଦେଶ ବାହାରୁ ଆସୁଛି। ପ୍ରତି ୧୦ ଜଣଙ୍କ ମଧ୍ୟରୁ ୯ ଜଣ ବାହାର ଦେଶର ଜଳ ଉପରେ ନିର୍ଭରଶୀଳ ବୋଲି ଜାଫର କହିଛନ୍ତି।

- Advertisement -

ସେ ଆହୁରି କହିଛନ୍ତି, ୯୦ ପ୍ରତିଶତ ଫସଲ ବାହାର ଜଳ ଉପରେ ନିର୍ଭରଶୀଳ। ଆମର ସମସ୍ତ ଜଳବିଦ୍ୟୁତ ପ୍ରକଳ୍ପ ଏବଂ ଡ୍ୟାମ ଏହି ଉପରେ ନିର୍ଭର କରୁଛି। ସେଥିଲାଗି ଆମେ ବୁଝିବା ଦରକାର ଯେ ଭାରତର ଏହି ନିଷ୍ପତ୍ତି ଆମ ଉପରେ ପାଣି ବୋମା ଝୁଲିକି ରହିବା ସହିତ ସମାନ। ଆମକୁ ଏହାକୁ ନିଷ୍କ୍ରିୟ କରିବାକୁ ପଡ଼ିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories