www.samajalive.in
Sunday, December 14, 2025
23.1 C
Bhubaneswar

ଏଥର ୩ ବର୍ଷିଆ ଅବକାରୀ ନୀତି; ମେ’ ୩୧ରୁ ଜୁନ ୨୬ ନିଶା ନିବାରଣ କାର୍ଯ୍ୟକ୍ରମ

ଭୁବନେଶ୍ଵର: ଆସନ୍ତା ଜୁନ ୧୫ରୁ ୨୦ତାରିଖ ଭିତରେ ଆସିବ ନୂଆ ଅବକାରୀ ନୀତି। ଏଥର ୩ ବର୍ଷିଆ ଅବକାରୀ ନୀତି ଆସୁଛି। ଚୋରା ମଦ ବିକ୍ରି ସହ ସଠିକ୍ ରାଜସ୍ବ କିପରି ଆସିବ ତାହାକୁ ଫୋକସ ୪ଟି କମିଟି ବିଭିନ୍ନ ରାଜ୍ୟକୁ ଯାଇ ଅନୁଧ୍ୟାନ କରୁଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ସରିଛି। ଅବକାରୀ ସଚିବଙ୍କ ନେତୃତ୍ବରେ ଏକ ଟିମ୍ କିଛି ଦିନ ଭିତରେ ଆନ୍ଧ୍ରପ୍ରଦେଶ ଯିବେ। ବିଭିନ୍ନ ରାଜ୍ୟର ମଡେଲକୁ ଅନୁଧ୍ୟାନ କରାଯାଉଛି ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ଅପରପକ୍ଷେ ନିଶା ନିବାରଣ ଅଭିଯାନ ପାଳନ କରିବ ଅବକାରୀ ବିଭାଗ। ଆସନ୍ତା ମେ’ ୩୧ ତାରିଖରୁ ଜୁନ ୨୬ ମାସେ ବ୍ୟାପୀ ପାଳନ ହେବ ନିଶା ନିବାରଣ କାର୍ଯ୍ୟକ୍ରମ। ମେ’ ୩୧ରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବର୍ଷରେ ତିନିଥର ଚାଲିବ କ୍ୟାମ୍ପେନ। ପ୍ରତି ଗାଁରେ ଦାଶକାଠିଆ, ଘୋଡ଼ା ନାଚ, ଲୋକ କଳା ମାଧ୍ୟମରେ ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବ ବିଭାଗ। ନିଶା ବ୍ୟବହାରର ଅପକାରିତା ଓ ପ୍ରଭାବ ନେଇ ସଚେତନ କରାଯିବ। ଅବକାରୀ ବିଭାଗ ସହ ପୁଲିସ, ଏସଟିଏଫ, ମିଶନ ଶକ୍ତି, ଉଚ୍ଚ ଶିକ୍ଷା, ଗଣଶିକ୍ଷା ଓ ସଂସ୍କୃତି ବିଭାଗ ମିଳିତ ଭାବେ କ୍ୟାମ୍ପେନ କରିବେ। ମଦ ଓ ଡ୍ରଗ୍ସ ବିରୁଦ୍ଧରେ ମଧ୍ୟ କ୍ୟାମ୍ପେନ ଚାଲିବ। ସ୍କୁଲ, କଲେଜରେ ରଚନା ମାଧ୍ୟମରେ ପିଲା ଅନଲାଇନରେ ବାର୍ତ୍ତା ପହଞ୍ଚାଇବେ। ଶ୍ରେଷ୍ଠ ବିବେଚିତଙ୍କୁ ପୁରସ୍କୃତ କରାଯିବ ବୋଲି ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories