www.samajalive.in
Monday, December 8, 2025
13.1 C
Bhubaneswar

ଭିଡିଓ ଦେଖିଲେ ଭୟ ଲାଗିବ ; ଶୋଇବା ରୁମ୍‌ରେ ଫଣା ଟେକି ରହିଲା ବିରାଟକାୟ ଅହିରାଜ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । ଯାହା ଅନେକ ସମୟରେ ଆଶ୍ଚର୍ଯ୍ୟ ଚକିତ କରିବା ସହ ଭୟଭୀତ ମଧ୍ୟ କରିଥାଏ । କେତେକ ସମୟରେ ସାପର ଅନେକ ଭିଡିଓ ଆସିଥାଏ । ଯାହାକୁ ଲୋକେ ବାରମ୍ବାର ଦେଖିବା ସହ ସଭିଁଙ୍କ ଧ୍ୟାନକୁ ଏହା ଆକର୍ଷିତ କରିଥାଏ । ଦେଶ ତଥା ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେଉଛି । ମୌସୁମୀ ମଧ୍ୟ ପାଖେଇ ଆସିଲାଣି । ବର୍ଷା ହେଲେ ମୁଖ୍ୟତଃ ଘର ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ସାପ ଦେଖାଯାନ୍ତି । ବର୍ଷା ଦିନେ ସାପ କାରଣରୁ ଅନେକ ଅଘଟଣ ମଧ୍ୟ ଘଟିଥିବା ସାମ୍ନାକୁ ଆସିଥାଏ । ଏପରି କିଛି ଭିଡିଓ ସାମ୍ନାକୁ ଆସିଥାଏ, ଯେଉଁଥିରେ ଘର ଭିତରେ ସାପ ଲୁଚି ରହିଥାଏ । ନିକଟରେ ସାପର ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଖୁବ୍‌ ଭୟଭୀତ କରୁଛି । ଭିଡିଓଟି ଉତ୍ତରାଖଣ୍ଡର ବୋଲି କୁହାଯାଉଛି । ଭିଡିଓରେ ଶୋଇବା କକ୍ଷରେ ଏକ ବିରାଟକାୟ ଅହିରାଜ ସାପ ବୁଲୁଥିବା ଦେଖାଯାଉଛି ।

- Advertisement -

ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଉଛି, ପ୍ରାୟ ୧୦ ଫୁଟ୍‌ ଲମ୍ବ ବିଶିଷ୍ଟ ଅହିରାଜ ଏକ ଶୋଇବା କକ୍ଷରେ ବୁଲୁଥିବା ଦେଖାଯାଇଥିଲା । ଖଟ ନିକଟରେ ସାପଟି ବୁଲୁଥିବା ଦେଖାଯାଉଛି । ଭିଡିଓ ଶେୟାର କରାଯିବା ପରେ ଲୋକେ ଏହାକୁ ଦେଖି ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।
ଏହି ଭିଡିଓରେ ସାପଟି ଶୋଇବା କକ୍ଷରେ ଆରାମରେ ବୁଲୁଛି । ହଠାତ୍‌ ସାପଟି ଫଣା ଟେକି ଠିଆ ହେଉଥିବା ମଧ୍ୟ ଦେଖିପାରିବେ । ଭିଡିଓଟି ବାସ୍ତବିକ ଭୟଭୀତ କରୁଥିବା ଲୋକେ କହିଛନ୍ତି ।

୫୦ ବର୍ଷ ପରେ ଶକ୍ତିଶାଳୀ ଯୋଗ ; ଏକାଠି ହେବେ ଗୁରୁ-ବୁଧ, ଏହି ରାଶି ହେବେ ଭାଗ୍ୟବାନ୍‌, କିଣିବେ ଘର, ଗାଡି, ହଠାତ୍‌ ହେବେ ଧନୀ, ଦରମା ବି ବଢିବ..

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories