www.samajalive.in
Monday, December 8, 2025
14.1 C
Bhubaneswar

ଜଣେ ଆତଙ୍କବାଦୀ ହିଁ ‘ଲୋନ ୱଲ୍ଫ’ ଆକ୍ରମଣ କରିଛି : ସିଆରପିଏଫ ଡିଜି

ନୂଆଦିଲ୍ଲୀ : ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ଦିନକୁ ଦିନ ନୂଆ ରହସ୍ୟ ଉନ୍ମୋଚନ ହେବାରେ ଲାଗିଛି। ଗୋଟିଏ ପଟେ ସାରା ଦେଶ ସହିଦଙ୍କୁ ସମ୍ମାନ ଜଣାଇବା ପାଇଁ କୋହ ଓ ଲୁହରେ ଭିଜିଥିବା ବେଳେ ଅନ୍ୟପକ୍ଷରେ ବିଭିନ୍ନ ଦିଗରୁ ଏହି ନୃଶଂସ ଓ ବର୍ବର ଆକ୍ରମଣର କାରଣ ଖୋଜା ଚାଲିଛି।
ସିଆରପିଏଫ ମହାନିର୍ଦ୍ଦେଶକ ଆର.ଆର ଭଟ୍ଟନାଗର ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଅନ୍ୟ ଆତଙ୍କବାଦୀ ସାମିଲ ଥିବା ସମ୍ଭାବନାକୁ  ଖଣ୍ଡନ  କରିଛନ୍ତି। ସେ କହିଛନ୍ତି ଜଣେ ଆତଙ୍କବାଦୀ ହିଁ ଏହି ଆକ୍ରମଣରେ ସାମିଲ ଥିଲା ଓ ଏହାକୁ ଚୁଡାନ୍ତ ରୂପ ଦେଇଥିଲା, ଯେଉଁଥିରେ ୪୦ ଜଣ ଯବାନ ସଦିଦ ହୋଇଛନ୍ତି।
ଆତଙ୍କବାଦୀମାନେ ସିଆରପିଏଫର ଚଳନ୍ତା ଗାଡି ଉପରେ ଆକ୍ରମଣ କରିବା ପାଇଁ ନୂତନ କୌଶଳ ଆପଣେଇଥିବା ସେ କହିଛନ୍ତି। ଏହାକୁ ସେ ‘ଲୋନ ୱଲ୍ଫ’ ଆକ୍ରମଣ ବୋଲି କହିଛନ୍ତି । କାରଣ ସେହି ଆତଙ୍କବାଦୀ ନିଜେ ହିଁ ଷଡନ୍ତ୍ରକାରୀ ଓ ଆକ୍ରମଣକାରୀ ଥିଲା ବୋଲି ସେ ସୂଚନା ଦେଇଛନ୍ତି। କାର୍ ବୋମା ବିସ୍ଫୋରଣକାରୀ ବାମ ପଟୁ ରାଜପଥ ଉପରକୁ ଆସିଲା ଆଉ ସେ ଆମ ବସକୁ ଧକ୍କା ଦେଲା। ସିଆରପିଏଫର ୭୦ଟି ଗାଡି ଯାଉଥିବା ବେଳେ ସେ ତିନି ନମ୍ବର ଗାଡିକୁ ଧକ୍କା ଦେଇଥିଲା। ଶ୍ରୀ ଭଟ୍ଟନାଗର କହିଛନ୍ତି ଏହି ଆକ୍ରମଣ ନେଇ ଆମ ପାଖରେ କୌଣସି ବିଶେଷ ସୂଚନା ନଥିଲା। ସିଆରପିଏଫର ୭୦ଟି ଗାଡିରେ ମୋଟ୍‍ ୨୫୦୦ ଯବାନ ଶ୍ରୀନଗର ଯାଉଥିଲେ। ସକାଳ ସାଢ଼େ ତିନିଟାରୁ ସେମାନେ ଜମ୍ମୁରୁ ବାହାରିଥିଲେ। ଅଶା କରାଯାଉଥିଲା କି ସେମାନେ ସନ୍ଧ୍ୟା ସୁଦ୍ଧା ଶ୍ରୀନଗରରେ ପହଞ୍ଚିଯିବେ। ତେବେ ଏହା ପୂର୍ବରୁ ଆତଙ୍କବାଦୀମାନେ ଏହି ଆକ୍ରମଣ ଘଟାଇଲେ।

ଆତଙ୍କବାଦୀ ଆକ୍ରମଣ ପରେ ଶୁକ୍ରବାର ସିଆରପିଏଫ ଡିଜି ଶ୍ରୀନଗରରେ ପହଞ୍ଚି ଯବାନଙ୍କୁ ସାକ୍ଷାତ କରି ସେମାନଙ୍କ ମନୋବଳ ବଢ଼ାଇଥିଲେ। ଦୁଃଖର ଏହି ସମୟରେ ସାରା ଦେଶ ସେମାନଙ୍କ ସହିତ ଛିଡା ହୋଇଛି ବୋଲି ସେ କହିଥିଲେ। ପୂର୍ବରୁ ସେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories