ଧର୍ମଗଡ/କଲମପୁର(ନି.ପ୍ର)/ଜୁନାଗଡ : ଶନିବାର ଜୁନାଗଡରେ ବିଜେଡିର ମିଳନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ମିଳନ ସମାବେଶରେ ବିଜେପି ଓ କଂଗ୍ରେସ ଦଳରୁ ଅନେକ କର୍ମୀ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବାଗତଙ୍କୁ ବିଜେଡି ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ଏମାନଙ୍କ ମଧ୍ୟରେ ନର୍ଲା ବ୍ଳକ ଚେୟାରମ୍ୟାନ ମନୋରମା ମହାନ୍ତି, ନର୍ଲା ବ୍ଳକ ଉପାଧକ୍ଷ୍ୟ ଦୁର୍ଗା ପ୍ରସାଦ ମହାନ୍ତି, ଧନୁ ଗୋପାଳ, ବିଶ୍ୱନାଥ କର, ବୃଷବ ଧ.ମାଝି, ହିମାଂଶୁ ବରାଡଙ୍କ ନେତୃତ୍ୱରେ ଗୋଲାମୁଣ୍ଡା ଓ ଜୁନାଗଡ ବ୍ଳକର ପଂଚାୟତ ୱାର୍ଡ ମେମ୍ବର ପ୍ରମୁଖ ନିଜ ନିଜ ସମର୍ଥକଙ୍କ ସହ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଥିଲେ । ତେବେ ଦିବ୍ୟାଙ୍ଗ ଟଙ୍କଧର ଖର୍ସେଲଙ୍କ ବିଜେଡିରେ ଯୋଗଦାନ ସବୁଠୁଁ ଚର୍ଚ୍ଚାରେ ଥିଲା । ଟଙ୍କଧରଙ୍କୁ ଜଣେ ଯାଦବ ନେତା ବୋଲି ମୁଖ୍ୟମନ୍ତ୍ରୀଙ୍କ ଆଗରେ ପରିଚୟ କରାଯାଇଥିଲା । ଟଙ୍କଧର ହେଉଛନ୍ତି ସେଇ ବ୍ୟକ୍ତି ଯାହାଙ୍କୁ ଏକ ସଭାରେ ଜୁନାଗଡ ବିଧାୟକ ଦିବ୍ୟଶଂକର ମିଶ୍ର ଦୁର୍ବ୍ୟହାର ପ୍ରଦର୍ଶନ ପୂର୍ବକ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଏହାକୁ ନେଇ କଳାହାଣ୍ଡି ଯାଦବ ସମାଜ ବିଭିନ୍ନ ଥାନା ଘେରାଉ କରିବା ସହ ବିଧାୟକଙ୍କ ନିଲମ୍ବନ ଦାବୀ କରି ରାଜରାସ୍ତାକୁ ଓହ୍ଳାଇଥିଲା । ସେ ଶନିବାର ସପତ୍ନୀକ ବିଜେଡିରେ ଯୋଗ ଦେଇଥିଲେ । ତେବେ କେଉଁ ପରିସ୍ଥିତିରେ ଟଙ୍କଧର ବିଜେଡିରେ ଯୋଗଦେଲେ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ନିର୍ଦ୍ଧାରିତ ସମୟର ସାମାନ୍ୟ ବିଳମ୍ବ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ହେଲିକେପ୍ଟର ଜୁନାଗଡ ବିଜୁପଟ୍ଟନାୟକ ଷ୍ଟାଡିୟମରେ ଅବତରଣ କଲାପରେ ତାଙ୍କୁ ବିଧାୟକ ପୁଷ୍ପନ୍ଦ୍ରେ ସିଂ ଦେଓ,ବିଧାୟକ ଦିବ୍ୟଶଂକର ମିଶ୍ର ,ହିମାଂଶୁ ବରାଡ ପ୍ରମୂଖ ତାଙ୍କୁ ଫୁଲତୋଡା ଦେଇ ସବାଗତ କରିଥିଲେ।
Popular Categories



