www.samajalive.in
Saturday, December 13, 2025
26.1 C
Bhubaneswar

ହାତୀ ଆକ୍ରମଣରେ ଜଣେ ମୃତ

ଝୁମ୍ପୁରା: ଚମ୍ପୁଆ ରେଞ୍ଜ ବାଲିବନ୍ଧ ବନାଞ୍ଚଳ ଅଧିନସ୍ଥ କୁଟୁଗାଁ ପଞ୍ଚାୟତର ସାନଯୋଡା ଗ୍ରାମର ଜଣେ ବ୍ୟକ୍ତିଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ବନବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ, ସାନଯୋଡା ତଥା ଏହାର ଆଖପାଖ ଜଙ୍ଗଲରେ ୧୭ ଟିକିଆ ହାତୀ ପଲ ରହିଛନ୍ତି। ଏହି ହାତୀଗୁଡ଼ିକ ବର୍ତ୍ତମାନ ଦୁଇ ଭାଗରେ ବିଭକ୍ତ ହୋଇଛନ୍ତି। ଗୋଟାଏ ଦଳରେ ୭ଟି ହାତୀ ରହିଥିବାବେଳେ ଅନ୍ୟ ଦଳରେ ୧୦ଟି ହାତୀ ରହିଛନ୍ତି। ଗତକାଲି ରାତିରେ ୭ ଟିକିଆ ହାତୀ ସାନଯୋଡାଠାରେ ରହିଥିଲେ। ବନବିଭାଗ ତରଫରୁ ରାତିରେ ଘୋଉଡାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ହାତୀମାନେ ଜଙ୍ଗଲ ଭିତରେ ରହିଯାଇଥିଲେ। ଗୁରୁବାର ଭୋର ସମୟରେ ସାନଯୋଡା ଗ୍ରାମର ଟୁରୁ ନାଏକ(୫୦) ଜଙ୍ଗଲ ନିକଟରେ ରହିଥିବା ଆମ୍ବ ଗଛ ନିକଟକୁ ପାଚିଲା ଆମ୍ବ ସଂଗ୍ରହ କରିବା ପାଇଁ ଯାଇଥିଲେ। ଆମ୍ବ ସଂଗ୍ରହ କରିବା ସମୟରେ ଦଳ ମଧ୍ୟରୁ ଦନ୍ତାହାତୀ ବାହାରି ଆସି ଟୁରୁଙ୍କୁ ଆକ୍ରମଣ କରିଥିଲା। ଟୁରୁଙ୍କୁ ଦାନ୍ତରେ ଭୁସି ଦେବା ଫଳରେ ତାଙ୍କର ଅନ୍ତନଳୀ ବାହାରି ଯାଇଥିଲା ଏବଂ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସମ୍ପର୍କରେ ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ। ବାଲିବନ୍ଧ ବନରଖି ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ସହିତ ହାତୀମାନଙ୍କ ଗତିବିଧି ଲକ୍ଷ୍ୟ କରିଛନ୍ତି। ମୃତ ବ୍ୟକ୍ତିଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories